ହାଇଦ୍ରାବାଦ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛି । ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ବ୍ୟବହାର ହେବାକୁ ଥିବା କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ କରିଛି ଇସ୍ରୋ । ତେବେ କିଏ ଯିବେ ମହାକାଶ ? ଏହି ସସପେନ୍ସର ଅନ୍ତ ଘଟାଇଲେ ପ୍ରଧାନମନ୍ତ୍ରୀ । ଗଗନଯାନ ମିଶନ ପାଇଁ ଆଜି 4 ଜଣ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି । ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଅଜିତ୍ କ୍ରିଷ୍ଣନ, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ତେବେ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ।
ସୂଚନା ଅନୁସାରେ, ଆଜି ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଗଗନଯାନ ପାଇଁ ତାଲିମଯୁକ୍ତ ପାଇଲଟଙ୍କ ନାମ ଘୋଷଣା କରିପାରନ୍ତି ବୋଲି ସୂଚନା ରହିଛି । 4 ଜଣଙ୍କ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନ ପାଇଲଟ ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଭାରତର ଡ୍ରିମ ମିଶନ ଗଗନଯାନ ପାଇଁ କେରଳରେ ଏହି ପାଇଲଟମାନେ ତାଲିମ ନେଉଥିଲେ । ମହାକାଶକୁ ମାନବ ପ୍ରେରଣ ପୂର୍ବରୁ ପ୍ରଥମେ ବ୍ୟୋମମିତ୍ରକୁ ପଠାଇବ ଇସ୍ରୋ । ଏହା ମାଧ୍ୟମରେ ପଠାଯାଇଥିବା ଇନପୁଟ ଗୁଡିକ ସମୟ ସହିତ ତାଳ ଦେଇ ସାମ୍ନାକୁ ଆସିପାରିବ । ବ୍ୟୋମମିତ୍ର ଶରୀରରେ କ୍ୟାମେରା, ସ୍ପିକର, ମାଇକ୍ରୋଫୋନ ଏବଂ ସେନସର୍ସ ଆଦି ଖଚ୍ଛିତ କରାଯିବ ।
ଏହା ମଧ୍ୟ ପଢନ୍ତୁ: ଆଉ ପାଦେ ଆଗେଇେଲା ମିଶନ ‘ଗଗନଯାନ’: କ୍ରାୟୋଜେନିକ ଇଞ୍ଜିନ ପରୀକ୍ଷଣ ସଫଳ