ଓଡିଶା

odisha

By ETV Bharat Tech Team

Published : 5 hours ago

ETV Bharat / technology

କୌଣସି ବି ସ୍ଥାନର ଦେଖିପାରିବେ ପୁରୁଣା କାଳର ଫଟୋ; Google Maps ଆଣିଲା Time Machine ଫିଚର - Google Maps Time Machine Feature

Time Machine Feature: ଏଣିକି ଆପଣ ଯେକୌଣସି ସ୍ଥାନର ପୁରୁଣା ସମୟର ଫଟୋ ଦେଖିପାରିବେ । ଏହି ସୁବିଧା ଯୋଗାଇବ ଗୁଗଲ ମ୍ୟାପ୍ସ (Google Apps) । ନୂଆ ଫିଚର ଟାଇମ ମେସିନ ଜରିଆରେ ଯେକୌଣସି ସ୍ଥାନର ପୁରୁଣା ସମୟର ଫଟୋ ଦେଖିବା ସମ୍ଭବ ହେବ । ତେବେ କେମିତି କାମ କରିବ ଏହି ଫିଚର ? କେବେଠୁ ଉପଲବ୍ଧ ହେବ ? ଜାଣନ୍ତୁ

Google Apps
Google Apps (ETV Bharat)

ହାଇଦ୍ରାବାଦ: ଦେଶର ସବୁଠୁ ଲୋକପ୍ରିୟ ନାଭିଗେସନ ଆପ୍‌ ହେଉଛି ଗୁଗୁଲ୍ ମ୍ୟାପ୍ସ । ଏହି ଆପ୍‌ ସାହାଯ୍ୟରେ ଆଜିର ଯୁବପିଢି ଯେକୌଣସି ଅଜଣା ସ୍ଥାନକୁ ନିର୍ଦ୍ବନ୍ଦ୍ବରେ ଯାଇପାରୁଛନ୍ତି । କାରଣ ଉକ୍ତ ସ୍ଥାନକୁ ବାଟ ଦେଖାଉଛି ଗୁଗଲ ଆପ୍‌ । ତେବେ ନିଜ ଯୁଜରଙ୍କୁ ନୂଆ ନୂଆ ସୁବିଧା ପ୍ରଦାନ କରିବା ଲାଗି ସବୁବେଳେ ଚେଷ୍ଟିତ ଏହି ଆପ୍‌ । ନିକଟରେ ଆପ୍‌ ଟାଇମ୍ ମେସିନ୍ ନାମକ ଏକ ଅତ୍ୟନ୍ତ ରୋମାଞ୍ଚକର ଫିଚର ଆଣିଛି । ଏହି ଫିଚରର ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନର ପୁରୁଣା ଫଟୋଗ୍ରାଫ୍ ଦେଖିପାରିବେ । ସତେ ଯେପରି ଆପଣ ସେହି ସମୟକୁ ଫେରିଯାଉଛନ୍ତି ଏବଂ ସେହି ସ୍ଥାନଟି ପୂର୍ବପରି ଦେଖୁଛନ୍ତି ।

ଦେଖିପାରିବେ ପୁରୁଣା କାଳର ଫଟୋ:-

ଗୁଗୁଲ୍ ମ୍ୟାପ୍ସ ଟାଇମ୍ ମେସିନ୍ ନାମକ ଏକ ଅତ୍ୟନ୍ତ ରୋମାଞ୍ଚକର ଫିଚର ଆଣିଛି । ଏହି ଫିଚର ସାହାଯ୍ୟରେ ଆପଣ ଯେକୌଣସି ସ୍ଥାନର ପୁରୁଣା ଫଟୋଗ୍ରାଫ୍ ଦେଖିପାରିବେ । ସତେ ଯେପରି ଆପଣ ସେହି ସମୟକୁ ଫେରିଯାଇଥିବା ମନେ ହେବ ଏବଂ ସେହି ସ୍ଥାନଟି ପୂର୍ବ ସମୟରେ କେମିତି ଥିଲା ତାହା ଦେଖିପାରିବେ । ଏହି ଫିଚର ସାହାଯ୍ୟରେ ଉପଭୋକ୍ତା ପୂର୍ବ ସମୟକୁ ଫେରିଯାଇ ତାଙ୍କ ଚାରିପାଖରେ ଥିବା ଜିନିଷଗୁଡ଼ିକୁ ପୁରୁଣା ରୂପରେ ଦେଖିପାରିବେ । ଏହି ଫିଚର ଏତେ ଲାଭଦାୟକ ଯେ ଉପଭୋକ୍ତା ଏପରିକି ତାଙ୍କର ପୂର୍ବ ପୁରୁଷଙ୍କ ସମୟର ଫଟୋ ଦେଖିପାରିବେ । ସେତେବେଳେ ଏକ ସ୍ଥାନ କିପରି ଦେଖାଯାଉଥିଲା ତାହା ଗୁଗଲ ମ୍ୟାପ୍‌ ଦେଖାଇବ ।

Also Read: ସଟ୍ କଟ୍ ରାସ୍ତା ପାଇଁ ଗୁଗୁଲ ମ୍ୟାପକୁ ଭରସା କରି ଫସିଲେ ଚାଳକ

କେମିତି କାମ କରେ ଏହି ଫିଚର ?

ଗୁଗୁଲ୍ ମ୍ୟାପ୍ ଅନେକ ବର୍ଷ ଧରି ସାରା ବିଶ୍ବରୁ ସାଟେଲାଇଟ୍ ଫଟୋ ଉଠାଇଛି । ଏହି ଫିଚରରେ ଉକ୍ତ ଫଟୋଗୁଡ଼ିକୁ ଏକତ୍ର କରି ଏକ ପ୍ରକାର ଭିଡିଓ ସୃଷ୍ଟି କରାଯାଇଛି । ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ଉକ୍ତ ସ୍ଥାନର ପୁରୁଣା ଫଟୋ ଦେଖିପାରିବେ । ସମୟ ସହିତ ସ୍ଥାନଟି କିପରି ବଦଳିଛି ଏହି ଫଟୋଗୁଡ଼ିକ ଆପଣଙ୍କୁ ବୁଝାଇବାରେ ସାହାଯ୍ୟ କରିବ । ଗୁଗଲ ଅନୁଯାୟୀ କିଛି ଏରିଅଲ୍ ଏବଂ ସାଟେଲାଇଟ୍ ଫଟୋ 80 ବର୍ଷ ପୁରୁଣାର ମଧ୍ୟ ରହିଛି ।

Also Read: ଗୁଗୁଲ ମ୍ୟାପ୍‌କୁ ବାଏ ବାଏ କହିଲା Ola; ନିଜସ୍ୱ ମ୍ୟାପ୍ ଆଣିଲା କମ୍ପାନୀ, ବର୍ଷକୁ 100 କୋଟିର ଲାଭ - Ola exited Google Maps

ABOUT THE AUTHOR

...view details