ହାଇଦ୍ରାବାଦ:ଆପଣଙ୍କ ଜିମେଲ ଆକାଉଣ୍ଟ ଅଛି କି ? ଏହାକୁ ଆପଣ ନିୟମିତ ବ୍ୟବହାର କରୁଛନ୍ତି ନା ଏହା ସେମିତି ରହିଛି । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଗୁଗଲ୍ ଏକ ନୂଆ ନିୟମ ଆଣିଛି । ଏହି ନୂଆ ନିୟମ ଅନୁସାରେ ଯଦି ଆପଣ ନିଜ ଜିମେଲ ଆକାଉଣ୍ଟକୁ ବ୍ୟବହାର କରୁନାହାନ୍ତି ଓ ଏହା ଇନଆକ୍ଟିଭ ହୋଇ ପଡ଼ି ରହିଛି, ତେବେ ଆପଣଙ୍କ ଆକାଉଣ୍ଟଟି ଡିଲିଟ୍ ହୋଇପାରେ । ତେବେ ଆକାଉଣ୍ଟ ହଟାଇବା ଲାଗି ଗୁଗଲ୍ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି ।
କଣ ଗୁଗଲ୍ର ନୂଆ ନିୟମ ?
ଗୁଗଲ୍ ନୂଆ ନିୟମ ଏଥିଲାଗି ଆଣିଛି କାରଣ ଇନଆକ୍ଟିଭ ଆକାଉଣ୍ଟ ଗୁଡ଼ିକ ହ୍ୟାକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁଜର୍ ଏହାକୁ ନିୟମିତ ଭାବେ ବ୍ୟବହାର କରୁନଥିବାରୁ ଏଥିରେ କଣ ପରିବର୍ତ୍ତନ ହେଉଛି ସେ ସହଜରେ ନୋଟିସ୍ କରିପାରନ୍ତି ନାହିଁ । ଅନ୍ୟପଟେ ଇନଆକ୍ଟିଭ ଆକାଉଣ୍ଟରେ ଡେଟା ଯୋଗୁଁ ଗୁଗଲର ସର୍ଭର ବି ସ୍ପେଶ୍ ସମସ୍ୟା ହେଉଛି । ଗୁଗଲ୍ ନିଜ ୟୁଜରଙ୍କ ଡେଟାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ନୂଆ ନିୟମ ଆଣିଛି ।
ଇନଆକ୍ଟିଭ ବା ବ୍ୟବହାର ହେଉନଥିବା ଆକାଉଣ୍ଟଗୁଡ଼ିକ ଆସନ୍ତାକାଲି (ସେପ୍ଟେମ୍ବର 20)ଠୁ ଡିଲିଟ ହେବ । ଯଦି ଆପଣଙ୍କୁ ଜିମେଲ୍ ଆକାଉଣ୍ଟ ଡିଲିଟ୍ ନେଇ ଗୁଗଲ ପକ୍ଷରୁ କୌଣସି ମେସେଜ ଆସୁଛି, ତେବେ ବିଚଳିତ ନ ହୋଇ ନିମ୍ନରେ କୁହାଯାଇଥିବା ଷ୍ଟେପକୁ ଅନୁସରଣ କରନ୍ତୁ ।
- ଆପଣ ପ୍ରତି 2ବର୍ଷରେ ଥରେ ନିଜର ଜିମେଲ୍ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ ।
- Gmail ଇନବକ୍ସକୁ ଆକ୍ଟିଭ ରଖନ୍ତୁ । ମଝିରେ ମଝିରେ ମେଲ୍ ପଠାନ୍ତୁ ।
- ଗୁଗଲ ଡ୍ରାଇଭ ବ୍ୟବହାର କରନ୍ତୁ: ଡକ୍ୟୁମେଣ୍ଟ କ୍ରିଏଟ ଓ ଏଡିଟ ପାଇଁ
- ଗ୍ୟାଲେରୀରୁ ଗୁଗଲ ଫଟୋଜକୁ ଫଟୋ ଅପଲୋଡ କରନ୍ତୁ ।
- ଆପଣଙ୍କ ଇନଆକ୍ଟିଭ ଜିମେଲ ଆକାଉଣ୍ଟରୁ YouTubeରେ ଭିଡିଓ ଦେଖନ୍ତୁ ।
ଅନେକ ପ୍ରଶ୍ନ କରିଥିବା ଦେଖିବାକୁ ମିଳୁଛି ଯେ ଇନଆକ୍ଟିଭ ଆକାଉଣ୍ଟଟି ଡିଲିଟ ହୋଇଗଲା ପରେ ଆଉ ଥରେ ଏହାକୁ Open କରିହେବ କି ? ସମ୍ଭବତଃ ଏପରି ହୋଇପାରିବ ନାହିଁ । ତେଣୁ ସତର୍କ ରହିବା ନିହାତି ଆବଶ୍ୟକ । ଆପଣଙ୍କ ଇନଆକ୍ଟିଭ ଆକାଉଣ୍ଟକୁ ଗୁଗଲ ପକ୍ଷରୁ ମେଲ୍ ଆସିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ।