ଓଡିଶା

odisha

ETV Bharat / technology

ନୂଆ ଫିଚର ଆଣିଲା ଜେମିନି, ଆପେ ଆପେ କାମ କରିବ ଗୁଗଲ ମ୍ୟାପ ନାଭିଗେସନ - Google Gemini - GOOGLE GEMINI

Google Gemini: ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିବା ଆହୁରି ହେବ ସହଜ । ଜେମିନିରେ ଆସିଲା ନୂଆ ଅପଡେଟ । ଅଧିକ ପଢନ୍ତୁ

Google Gemini
Google Gemini

By ETV Bharat Odisha Team

Published : Mar 29, 2024, 12:29 PM IST

ହାଇଦ୍ରାବାଦ: ଗୁଗଲ କ୍ରମାଗତ ଭାବେ ଏଆଇ ଚାଟ୍‌ବୋଟ ମଡେଲ ଜେମିନିର ଅପଡେଟ କରି ଆସୁଛି । ୟୁଜର୍ସଙ୍କ ପାଇଁ ଉତ୍ତମ ଫୋନ ଆସିଷ୍ଟାଣ୍ଟ ବନାଇବା କମ୍ପାନୀ ଲକ୍ଷ୍ୟ ରଖିଛି । ଏହାରି ଭିତରେ ଗୁଗଲ ଆଉ ଏକ ଅପଡେଟ ଆଣିଛି । ୟୁଜର୍ସ ଯେତେବେଳେ ମ୍ୟାପ ନାଭିଗେସନ କିମ୍ବା ଦିଗ ନିର୍ଦ୍ଦେଶନା ପାଇଁ ଇଚ୍ଛା କରିବେ ତେବେ ଜେମିନି ସ୍ୱୟଂଚାଳିତ ଭାବରେ ମ୍ୟାପ୍ ନାଭିଗେସନ ଆରମ୍ଭ କରିବ ।

ଜେମିନର ନୂଆ ଫିଚର:ଯେତେବେଳେ ଉପଭୋକ୍ତାମାନେ ନେଭିଗେଟ ଟୁ କିମ୍ବା ଟେକ୍ ମି ଟୁର କମାଣ୍ଡ ଦେବେ ସେତେବଳେ ଜେମିନି ସ୍ବୟଂଚାଳିତ ଭାବେ ସେହି ମାର୍ଗ ଦେଖାଇବ ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ ତାହା ମଧ୍ୟ ସୂଚନା ଦେବ । ଗନ୍ତବ୍ୟସ୍ଥଳର ଦୂରତା କେତେ ? ଏହା ବ୍ୟତୀତ ୟୁଜର୍ସ ରୁଟ ମ୍ୟାପ ମଧ୍ୟ ଦେଖିବାରେ ସମ୍ଭବ ହୋଇପାରିବ ଏବଂ ଆଗକୁ ଦିଗ ନେଇ ସବିଶେଷ ତଥ୍ୟ ପାଇପାରିବେ । ଏହା ଏଭଳି ଏକ ଫିଚର ଯାହାଦ୍ବାରା ଜେମିନି ପୁରୁଣା ଆସିଷ୍ଟାଣ୍ଟ ପାଖକୁ ଯିବା ପରିବର୍ତ୍ତେ ସିଧା ଗୁଗଲ ମ୍ୟାପ ଏକ୍ସଟେନସନ ସହିତ ହ୍ୟାଣ୍ଡେଲ କରିପାରିବେ । କିଛି ସେକେଣ୍ଡ ମଧ୍ୟରେ ଜେମିନି ୟୁଜର୍ସଙ୍କୁ ହ୍ୟାଣ୍ଡ ଫ୍ରି ଏକ୍ସପେରିୟନ୍ସ ଏବଂ ସ୍ବୟଂଚାଳିତ ଭାବେ ଗୁଗଲ ମ୍ୟାପ ମଧ୍ୟ ଖୋଲିଥାଏ ।

ଏହା ମଧ୍ୟ ପଢନ୍ତୁ:ଜେମିନି ଓ ଚାଟ ଜିପିଟି ମଧ୍ୟରେ ପାର୍ଥକ୍ୟ କଣ ? ଗୁଗଲ-ଓପନଏଆଇ ମଧ୍ୟରେ ହେବ କି ଟକ୍କର

ଉନ୍ନତ ହେଲା ଭଏସ କମାଣ୍ଡ:ଗୁଗଲ ପ୍ଲେ ଷ୍ଟୋରରେ ଜେମିନିର ନୂଆ ଅପଡେଟ ଆସିଛି । ଏଥିରେ ନୂଆ ନୂଆ ଫିଚର ସାମ୍ନାକୁ ଆସିଛି ।

  • ଏଣିକି ୟୁଜର୍ସ ଜେମିନି ଆପରେ କ୍ୟାଲେଣ୍ଡର ଏଣ୍ଟ୍ରି ଏବଂ ରିମାଇଣ୍ଡର ସେଟ୍ କରିବା ପାଇଁ ଭଏସ ବ୍ୟବହାର କରିପାରିବେ ।
  • ଏହା ବ୍ୟତୀତ ଗୁଗୁଲ ଜେମିନିର ଭଏସ କମାଣ୍ଡ ମଧ୍ୟ ଅପଡେଟ କରିଛି । ଏହା ମାଧ୍ୟମରେ ଅଟୋ ସମିଟ ଫିଚର ମଧ୍ୟ ଆସିଛି । ଏହାର ଅର୍ଥ ୟୁଜର୍ସଙ୍କୁ ଏଣିତି ସେଣ୍ଡ ବଟନ୍ କ୍ଲିକ କରିବାର ଆବଶ୍ୟକତା ରହିବ ନାହିଁ ।
  • ତେବେ ଜେମିନିର ସମସ୍ତ ଫିଚର ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଏବଂ ଉପଯୋଗୀ ଫିଚର ଗୁଗଲ ମ୍ୟାପରେ ରହିଛି । ଗାଡି ଚଳାଇବା ସମୟରେ ଉପଭୋକ୍ତାମାନଙ୍କୁ ରାସ୍ତା ଜାଣିବା ପାଇଁ ବାରମ୍ବାର ଫୋନ ଦେଖିବାକୁ ପଡୁଥିଲା, ତେବେ ବର୍ତ୍ତମାନ ଏହାର ଆବଶ୍ୟକତା ରହିବ ନାହିଁ । କେବଳ ଭଏସ କମାଣ୍ଡରେ ହିଁ ସ୍ବୟଂଚାଳିତ ଭାବେ ଗୁଗଲ ମ୍ୟାପ କାମ କରିବ ।

ABOUT THE AUTHOR

...view details