ହାଇଦ୍ରାବାଦ: ପ୍ରେମ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଏକ ବିଶେଷ ଦିନ । ଆଜି ଅର୍ଥାତ ଫେବୃଆରୀ 14 ତାରିଖରେ ସାରା ବିଶ୍ବରେ ଭାଲେଣ୍ଟାଇନ ଡେ ପାଳନ କରାଯାଇଥାଏ । ଆଜିର ଦିନରେ ପ୍ରେମ କରୁଥିବା ପ୍ରେମୀ ପରସ୍ପରକୁ ପ୍ରେମବ୍ୟକ୍ତ କରିଥାଆନ୍ତି । ସାଥିକୁ ଉପହାର ଦେଇ ଦିନକୁ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରିଥାଉ । ତେବେ ଆଜି ଭାଲେଣ୍ଟାଇନ ଡେ ଅବସରରେ ସର୍ଚ୍ଚ ଇଞ୍ଜିନ ଗୁଗଲ ମଧ୍ୟ ସ୍ବତନ୍ତ୍ର ଡୁଡଲ କରି ପ୍ରେମ ଦିବସ ପାଳୁଛି । ଗୁଗଲ ପ୍ରତିବର୍ଷ ଡୁଡଲ ପ୍ରସ୍ତୁତ କରୁଥିବା ବେଳେ ଚଳିତବର୍ଷ ଏକ ସ୍ସେସାଲ ଡୁଡଲ କରିଛି ଗୁଗଲ ।
ସର୍ଚ୍ଚ ଇଞ୍ଜିନ ଗୁଗଲ ବିଜ୍ଞାନର ଏକ ଟ୍ବିଷ୍ଟ ସହିତ ଭାଲେଣ୍ଟାଇନ ଡେର ଡୁଡଲ ତିଆରି କରିଛି । ଡୁଡଲ ଉପରେ କ୍ଲିକ କରିବା ପରେ କ୍ବିଜ ଖେଳିବା ସହିତ କେମିକାଲ ବଣ୍ଡ ବାଛିବା ପାଇଁ ଅପ୍ସନ ଆସୁଛି । ଆପଣ କେଉଁ ପ୍ରକାର କେମିକାଲ ଏବଂ କେଉଁ ରସାୟନିକ ପଦାର୍ଥ ସହିତ ବଣ୍ଡିଂ କରିପାରିବେ ସେ ନେଇ ଡୁଡଲ ମାଧ୍ୟମରେ ଜାଣି ହେବ । ଗୁଗଲ ଡୁଡଲ ଉପରେ କ୍ଲିକ କରି କୁଇଜ ଖେଳିପାରିବେ ୟୁଜର୍ସ ।
ଗୁଗଲ ଚଳିତ ବର୍ଷ ଏକ ଗେମ୍ ସହିତ କୁଇଜରେ ଡୁଡଲ ତିଆରି କରିଛି । ମୂଳପୃଷ୍ଠାରେ ଦୁଇଟି ପରମାଣୁ ବନ୍ଧ Cu Pd ଦୃଶ୍ୟମାନ ହେଉଛି । ଯାହା କପର ପୋଲୋଡିୟମ ଅଟେ । ଯଦି ଜଣେ ୟୁଜର୍ସ ଚାହିଁ ତାହେଲେ ଏହି ଗେମ୍ ଖେଳି ପରମାଣୁ ବନ୍ଧକୁ ମଧ୍ୟ ପରିବର୍ତ୍ତନ କରିପାରିବେ । 2012 ମସିହାରେ ଭାଲେଣ୍ଟାଇନ ଡେ ଅବସରରେ ଗୁଗଲ ପ୍ରଥମ ଥର ପାଇଁ କୁଇଜ ଆରମ୍ଭ କରିଥିଲା । ଗୁଗଲ ଅନୁସାରେ, ଭାଲେଣ୍ଟାଇନ ଡେ ଗେମ୍ ଏକ ମଜାଳିଆ ଏହଂ ଇଣ୍ଟରାକ୍ଟିଭ ପ୍ରେମ କାହାଣୀ ଅଟେ ।