ଓଡିଶା

odisha

ETV Bharat / technology

ଜମାରୁ ଦିଅନ୍ତୁନି OTP, ଚଳୁ ହୋଇଯିବ ଟଙ୍କା; ସତର୍କ କଲେ ସରକାର - OTP Scam for Financial fraud - OTP SCAM FOR FINANCIAL FRAUD

OTP Frauds: ଦିନକୁ ଦିନ ଦେଶରେ ଓଟିପି ଦ୍ବାରା ଟଙ୍କା ଚଳୁ କରିବା ଘଟଣା ବୃଦ୍ଧି ପାଉଛି । RBIର କହିବାନୁସାରେ ଠକମାନେ ନୂଆ ନୂଆ ଟ୍ରିକ ମାଧ୍ୟମରେ ଲୋକଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ସେୟାର କରିବାକୁ ବାଧ୍ୟ କରୁଛନ୍ତି । ଏଭଳି ସ୍ଥିତି ସରକାରଙ୍କ ସାଇବର ଏଜେନ୍ସି Cert-In ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଏଥିଲାଗି ସରକାରଙ୍କ ଟିପ୍ସ ଫଲୋ କରନ୍ତୁ...

OTP Frauds
OTP Frauds (ETV Bharat)

By ETV Bharat Tech Team

Published : Sep 22, 2024, 10:43 AM IST

ହାଇଦ୍ରାବାଦ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ତଥ୍ୟ ଅନୁସାରେ ଦେଶରେ ଆର୍ଥିକ ଠକେଇ ବୃଦ୍ଧି ପାଉଛି । ଲୋକଙ୍କୁ ଏଥିପ୍ରତି ସଚେତନ କରାଯାଉଥିଲେ ସୁଦ୍ଧା ଠକମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ଫଳରେ ସେମାନଙ୍କ ଟ୍ରିକରେ ଫସିଯାଉଛନ୍ତି ନିରୀହ ଜନତା । ଏପରି ଭାବେ ଲୋକେ ନିଜର କଷ୍ଟ ଅର୍ଜିତ ଧନକୁ ହରାଉଛନ୍ତି । ବିଶେଷ କରି ୱାନ-ଟାଇମ ପାସୱର୍ଡ (OTP) ମାଧ୍ୟମରେ ଅଧିକାଂଶ ଠକେଇ ହେଉଥିବା ଦେଖିବାକୁ ମିଳୁଛି ।

ସାଇବର ଠକଙ୍କ ଏପରି ଠକେଇର ଶିକାର ଯେପରି ସାଧାରଣ ଜନତା ନ ହୁଅନ୍ତି, ସେଥିଲାଗି ଭାରତ ସରକାରଙ୍କ ସାଇବର ଏଜେନ୍ସି ସର୍ଟ-ଇନ କିଛି ସେଫ୍ଟି ଟିପ୍ସ ମୋବାଇଲ ୟୁଜର୍ସଙ୍କ ଲାଗି ସେୟାର କରିଛି । ଏହାକୁ ଅନୁସରଣ କରିବା ଲାଗି ଏଜେନ୍ସି ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି ।

OTP ଠକେଇ କଣ ?

ଠକମାନେ ବିଭିନ୍ନ ପ୍ରକାର କଥା କହି କୌଶଳକ୍ରମେ ଲୋକଙ୍କଠାରୁ OTP ନେଇଯାଉଛନ୍ତି । ଏହାପରେ ସେମାନେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ, ଡିଜଟାଲ ୱଲେଟ୍‌ ଓ ଅନ୍ୟ ସମ୍ବେଦନଶୀଳ ତଥ୍ୟ ହାସଲ କରିନେଉଛନ୍ତି । ମୋବାଇଲକୁ ଆସୁଥିବା ଓଟିପି ହାତେଇବା ଲାଗି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ କହୁଛନ୍ତି ତ କେତେବେଳେ ପୋଲିସ ଆଦିର ପରିଚୟ ଦେଉଛନ୍ତି । ନିରୀହ ଜନତାଙ୍କୁ ନିଜ ଜାଲରେ ଫସାଇବା ଲାଗି ଏଭଳି ବାଟ ବାଛୁଛନ୍ତି ଠକ ଗୋଷ୍ଠୀ ।

Also Read:ସୁଭଦ୍ରା ଯୋଜନା: ମାତିଲେ ସାଇବର ଠକ, ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana Cyber Fraud

କେମିତି ହେଉଛି ଠକେଇ ?

ଠକମାନେ ସାଧାରଣତଃ ଲୋକଙ୍କ ଇ-ମେଲ ବା ମୋବାଇଲକୁ ମେସେଜ ପଠାଉଛନ୍ତି । ଉକ୍ତ ମେସେଜରେ ଏକ ନକଲି ୱେବସାଇଟ ଓ ଲିଙ୍କ ପଠାଉଛନ୍ତି । ଅସାବଧାନତା ବଶତଃ ଯଦି ଜଣେ ବ୍ୟକ୍ତି ଉକ୍ତ ଲିଙ୍କ ଉପରେ କ୍ଲିକ କରୁଛି ବା ନିଜର ବ୍ୟକ୍ତିଗତ ତଥ୍ୟ ଓ OTP ଦେଉଛି, ଏହାଦ୍ବାରା ଠକମାନେ ଉକ୍ତ ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟ ଚଳୁ କରୁଛନ୍ତି । ବେଳେ ବେଳେ ଠକମାନେ ନିଜକୁ କଷ୍ଟମର ସର୍ଭିସ କର୍ମଚାରୀ କହି ଲୋକଙ୍କଠାରୁ OTP ସଂଗ୍ରହ କରିନେଉଛନ୍ତି ।

କଣ କହୁଛନ୍ତି ସରକାର ? :ଏଭଳି ଅନଲାଇନ ଠକେଇରୁ ବର୍ତ୍ତିବା ଲାଗି ସରକାରୀ ଏଜେନ୍ସି ପକ୍ଷରୁ କିଛି ସେଫ୍ଟି ଟିପ୍ସ ସେୟାର କରାଯାଇଛି ଏବଂ OTP ଫ୍ରଡରୁ ବର୍ତ୍ତିବା ଲାଗି ସତର୍କ କରାଯାଇଛି ।

  • କୌଣସି ବ୍ୟାଙ୍କ ବା ଅଧିକୃତ କମ୍ପାନୀର ଟୋଲ-ଫ୍ରି ନମ୍ବର ପରି ଦିଶୁଥିବା ଅଜଣା କଲ୍‌ ପ୍ରତି ସାବଧାନ ରହିବା ଆବଶ୍ୟକ ।
  • ଫୋନ କିମ୍ବା ଅନଲାଇନ ଯୋଗେ ନିଜ Credit/Debit Card ତଥ୍ୟ, ସିଭିଭି, ଓଟିପି, ଆକାଉଣ୍ଟ ନମ୍ବର, ଜନ୍ମ ତାରିଖ, ଡେବିଟ ଓ କ୍ରେଡିଟ କାର୍ଡର ଏକ୍ସପାରୀ ଡେଟ୍‌ ଆଦି ସେୟାର କରନ୍ତୁ ନାହିଁ ।
  • ସନ୍ଦେହ ହେଲେ ସବୁବେଳେ ବ୍ୟାଙ୍କ ବା କୌଣସି ଅଧିକୃତ କମ୍ପାନୀର ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ ।
  • କ୍ୟାସବ୍ୟାକ୍‌ ବା ରିୱାର୍ଡ ନାଁ ଶୁଣି ଫୋନ କଲ୍‌, ଇମେଲ ବା SMS ମାଧ୍ୟମରେ OTP ସେୟାର କରନ୍ତୁ ନାହିଁ ।
Also Read: Loan Lending App: ଅନଧିକୃତ ଆପ୍‌ରୁ ଋଣ ନେଉଛନ୍ତି କି ? ହୋଇପାରନ୍ତି ଠକାମିର ଶିକାର, ଆପଣାନ୍ତୁ ଏହି ରାସ୍ତା

ABOUT THE AUTHOR

...view details