ହାଇଦ୍ରାବାଦ: ଯେତେବେଳେ ସମସ୍ତ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ରିଚାର୍ଜ ହାର ବୃଦ୍ଧି କରୁଛନ୍ତି ସେତେବେଳେ ଆପଣ ବିଶ୍ବାସ କରିବେ କି କେହି ଆପଣଙ୍କୁ 3 ମାସ ପାଇଁ ମାଗଣା ଇଣ୍ଟରନେଟ୍ ଦେବେ ? ବିଶ୍ବାସ ହେଉନଥିଲେ ମଧ୍ୟ ଏହା ସତ । ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପରି ଅଗ୍ରଣୀ କମ୍ପାନୀଗୁଡିକ ସହିତ ପ୍ରତିଦ୍ବନ୍ଦ୍ବିତା କରୁଥିବା ଏକ କମ୍ପାନୀ କମ୍ ମୂଲ୍ୟରେ ଅଧିକ ଲାଭ ପ୍ରଦାନ କରୁଛି । ଏହି କମ୍ପାନୀର ନାମ ହେଉଛି ଏକ୍ସସାଇଟେଲ (Excitel) । 3ମାସ ପାଇଁ ଗ୍ରାହକଙ୍କୁ ମାଗଣା ଇଣ୍ଟରନେଟ୍ ଯୋଗାଇବା ବ୍ୟତୀତ କମ୍ପାନୀ 18 ପ୍ରକାରର OTT ସବସ୍କ୍ରିପସନ୍ ପ୍ରଦାନ କରୁଛି ।
କମ ମୂଲ୍ୟ, ଲାଭ ଅଧିକ:-
- ଏହି ନୂତନ Excitel କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ଅଫର ଆଣିଛି ।
- ଏହି ଅଫର ଅନୁଯାୟୀ କମ୍ପାନୀ 3 ମାସ ପାଇଁ ମାଗଣା ଇଣ୍ଟରନେଟ୍, 18 ପ୍ରକାରର OTT (ଯେପରିକି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ) ସବସ୍କ୍ରିପସନ୍ ପ୍ରଦାନ କରୁଛି ।
- କମ୍ ମୂଲ୍ୟର ରିଚାର୍ଜ ଯୋଜନା ଆଣିବା ସହିତ Excitel ଗ୍ରାହକଙ୍କୁ ଅଧିକ ସୁବିଧା ପ୍ରଦାନ କରୁଛି ।
Excitel Recharge Plan (Excitel) Excitelର ନୂତନ ରିଚାର୍ଜ ଯୋଜନା:-
- Excitel କମ୍ପାନୀର ନୂତନ ରିଚାର୍ଜ ଅଫର ହେଉଛି ମାସକୁ 499 ଟଙ୍କା ।
- ଯଦି ଆପଣ 9 ମାସ ପାଇଁ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ତେବେ ଆପଣ 3 ମାସ ପାଇଁ ମାଗଣା ଇଣ୍ଟରନେଟ୍ ପାଇବେ ।
- 18ଟି OTT ପ୍ଲାଟଫର୍ମ ସହିତ 150ରୁ ଅଧିକ ଚ୍ୟାନେଲ ଦେଖିପାରିବେ ।
- ଏହି ଅଫର୍ ପୂର୍ବରୁ ଉପଲବ୍ଧ ।
18 OTT ପ୍ଲାଟଫର୍ମ ସବସ୍କ୍ରିପସନ ଫାଇଦା:
- ଏହି ଅଫର ଆପଣଙ୍କୁ ଆମାଜନ ପ୍ରାଇମ, ଡିଜନି + ହଟଷ୍ଟାର, ସୋନି ଲିଭ, ଅଲ୍ଟବାଲାଜୀ ଏବଂ ଅନ୍ୟାନ୍ୟ 18ଟି OTT ପ୍ଲାଟଫର୍ମକୁ ଆକ୍ସେସ ପ୍ରଦାନ କରିଥାଏ ।
- ଏହି ଅଫର ସହିତ Excitel ଗ୍ରାହକଙ୍କୁ ଆକର୍ଷିତ କରୁଛି ।
- ଭଲ ଗୁଣବତ୍ତା ଇଣ୍ଟରନେଟ୍ ଯୋଗାଇବାକୁ କମ୍ପାନୀ ପ୍ରତିଶ୍ରୁତି ମଧ୍ୟ ଦେଇଛି ।
- ଏହି ଯୋଜନା ଆପଣଙ୍କୁ ମାଗଣା ଲାଇଭ ଟିଭି ଚ୍ୟାନେଲ, ମାଗଣା ସ୍ମାର୍ଟ ଟିଭି କିମ୍ବା HD ପ୍ରୋଜେକ୍ଟର ମଧ୍ୟ ଦେଇଥାଏ ।
- Excitel ଦ୍ବାରା ଏହି ଅଫର୍ ବର୍ତ୍ତମାନ 35ରୁ ଅଧିକ ସହରରେ ଉପଲବ୍ଧ ।
Excitel Recharge Plan (Excitel) 2ନୂଆ ରିଚାର୍ଜ ପ୍ଲାନ ଲଞ୍ଚ:-
- ଏହି ମାସ ଆରମ୍ଭରେ Excitel ଦୁଇଟି ନୂତନ ବ୍ରଡବ୍ୟାଣ୍ଡ ପ୍ଲାନ, ବିଗ୍ ସ୍କ୍ରିନ୍ ପ୍ଲାନ ଆରମ୍ଭ କରିଛି ।
- ଏହି ପ୍ଲାନର ମୂଲ୍ୟ 1,299 ଟଙ୍କା ଏବଂ 1,499 ଟଙ୍କା ରହିଛି ।
- ଏହି ପ୍ଲାନରେ ଉପଭୋକ୍ତାମାନେ ହାଇ ସ୍ପିଡ୍ ଇଣ୍ଟରନେଟ୍, OTT ସବସ୍କ୍ରିପସନ୍, ମାଗଣା ଲାଇଭ୍ ଟିଭି ଚ୍ୟାନେଲ, ମାଗଣା ସ୍ମାର୍ଟ ଟିଭି କିମ୍ବା HD ପ୍ରୋଜେକ୍ଟର୍ ପାଇବେ ।
- ସମ୍ପ୍ରତି ଏହି ଅଫର 35ରୁ ଅଧିକ ସହରରେ ଉପଲବ୍ଧ ।