ETV Bharat / state

ଭଦ୍ରକରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା, କାଲି ସ୍ଥିତି ସମୀକ୍ଷା କରିଥିଲେ ପୋଲିସ ଡିଜି - DGP reviews Bhadrak situation

author img

By ETV Bharat Odisha Team

Published : 2 hours ago

Bhadrak communal tension: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଏବେ ବି ସହରରେ ଫୋର୍ସ ମୁତୟନ । ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ପୋଲିସ ଡିଜି । ଅଧିକ ପଢନ୍ତୁ

ଭଦ୍ରକ ହିଂସା: ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ଡିଜିପି ଖୁରାନିଆ, ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ଭଦ୍ରକ ହିଂସା: ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ଡିଜିପି ଖୁରାନିଆ, ସ୍ବାଭାବିକ ହେଲା ଇଣ୍ଟରନେଟ ସେବା (ETV Bharat Odisha)

ଭଦ୍ରକ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହିଂସା ସ୍ଥିତି ପରେ ଭଦ୍ରକରେ ଶାନ୍ତି ଫେରିଛି । ଗତକାଲି ମଧ୍ୟରାତ୍ରିରୁ ପ୍ରଶାସନ 28 ତାରିଖରୁ ଜାରି ହୋଇଥିବା ସମସ୍ତ ପ୍ରକାର ଇଣ୍ଟରନେଟ୍‌ ସେବା କଟକଣା ପ୍ରତ୍ୟାହାର କରିଛି । ଫଳରେ ସହରରେ ଇଣ୍ଟରନେଟ୍‌ ସେବା ପୂର୍ବପରି ସ୍ବାଭାବିକ ହୋଇଛି । ଗତକାଲି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ଭଦ୍ରକ ତଥା ଧାମନଗର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ ।

ଡିଜିପି ଓ ତାଙ୍କ ଟିମ୍‌ ପୁରୁଣା ବଜାର ଥାନା ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ଭଦ୍ରକ ଏସପି ଉତ୍ତରାଞ୍ଚଳ ଡିଆଇଜି ଓ ଅନ୍ୟ ଅଧିକାରୀମାନେ ଡିଜିଙ୍କୁ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ଅନ୍ୟପଟେ ଗତକାଲି ମଧ୍ୟରାତ୍ରିରୁ ଭଦ୍ରକରେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି ।

  • ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ :-

ଅନୁଧ୍ୟାନ ପରେ ଡିଜିପି କହିଛନ୍ତି, ‘‘ସୋସିଆଲ ମିଡ଼ିଆରେ ଭୁଲ ପୋଷ୍ଟ ହେଉଥ‌ିବା ଆମ ନଜରକୁ ଆସୁଛି । ତେବେ ଜନସାଧାରଣ ଆପତ୍ତିଜନକ ପୋଷ୍ଟ ଦେଖିଲେ ତୁରନ୍ତ ପୋଲିସକୁ ଜଣାନ୍ତୁ । ପୋଲିସ ଯଥାଶୀଘ୍ର ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେଣୁ ପୋଲିସକୁ ସହଯୋଗ କରିବା ସହ ସୋସିଆଲ ମିଡିଆ ଏବଂ ଗୁଜବରୁ ଦୂରେଇ ରହିବା ଉଚିତ ।

  • ‘ଆଇନକୁ ହାତକୁ ନିଅନ୍ତୁ ନାହିଁ, ପୋଲିସକୁ ଜଣାନ୍ତୁ’

ଡିଜି କହିଛନ୍ତି, ‘‘ଅନ୍ୟପକ୍ଷରେ କେହିବି ଆଇନକୁ ହାତକୁ ନେବା ପାଇଁ ପ୍ରଚେଷ୍ଟା କରନ୍ତୁ ନାହିଁ । କୌଣସି ବ୍ୟକ୍ତି ଆଇନକୁ ହାତକୁ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’’ ତେବେ ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି । ଏହା ସହ ଡିଜିପି ଆକ୍ରମଣ ଘଟଣାରେ ଆହତ ହୋଇଥିବା ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ସହରାଞ୍ଚଳ ଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀଙ୍କ ସହ ଆଲୋଚନା କରିଛନ୍ତି ।’’

  • ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅଣାୟତ୍ତ ହୋଇଥିଲା ସ୍ଥିତି:-

ତେବେ ଗତମାସ (ସେପ୍ଟେମ୍ବର) 27ତାରିଖରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ଅଭିଯୋଗରେ ଭଦ୍ରକରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ତହସିଲଦାର ଓ ପୋଲିସ କର୍ମୀଙ୍କ ଉପରେ ମଧ୍ୟ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଆକ୍ରମଣ କରିଥିଲେ । ଏଥିରେ ସରକାରୀ ଅଧିକାରୀ ଓ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ 12ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଗୋଟିଏ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ କରାଯାଇଛି । ଭାରତୀୟ ନ୍ୟାୟ ସଂହିତା (BNS)ର 163 ଧାରା ବଳବତ୍ତର ରହିଛି । ପୁରୁଣା ବଜାର ଅଞ୍ଚଳରେ ଉଭୟ ଦିନ ଏବଂ ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଭଦ୍ରକ ହିଂସା ନେଇ ପୋଲିସ ଡିଜିଙ୍କ ବଡ଼ ବୟାନ, 'ସୋସିଆଲ ମିଡିଆ ଗୁଜବକୁ ବିଶ୍ୱାସ କରନ୍ତୁନି' - DGP In Bhadrak

ଏହା ମଧ୍ୟ ପଢନ୍ତୁ :- ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - GANGRAPE ALLEGATIONGAN

  • ଏପର୍ଯ୍ୟନ୍ତ 33 ଗିରଫ, ଏକାଧିକ ଫେରାର

ଏପର୍ଯ୍ୟନ୍ତ ଭଦ୍ରକ ଏବଂ ଧାମନଗରରେ 8ଟି ମାମଲା ରୁଜୁ କରାଯାଇ ମୋଟ 33ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତିି । ଗୋଟିଏ ଗୋଷ୍ଠୀର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକକୁ ମଧ୍ୟ ପୁଲିସ ବାନ୍ଧି ସାରିଛି । ହେଲେ ଅନ୍ୟ ଗୋଷ୍ଠୀର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକ ଅଦ୍ୟାବଧି ଫେରାର ଥିବା ଜଣାପଡ଼ିଛି । ଭଦ୍ରକ ଏବଂ ଧାମନଗରରେ 28 ତାରିଖଠାରୁ ଅଦ୍ୟାବଧି ଆଇନ ପରିସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଣାଧୀନ ଅଛି ଏବଂ ଶାନ୍ତି ବଜାୟ ରହିଛି । ଏପରି ସ୍ଥଳେ ଲୋକମାନେ କୌଣସି ପ୍ରକାର ମିଥ୍ୟା ଗୁଜବକୁ ଶୁଣନ୍ତୁ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.