ହାଇଦ୍ରାବାଦ: ଗତ ମାସ ସେପ୍ଟେମ୍ବରରେ ଆଇଫୋନ୍ 16 ସିରିଜ୍, ଭିଭୋ ଟି3 ଅଲଟ୍ରା ଏବଂ ମୋଟରୋଲା ରଜର 50 ସହିତ ଅନେକ ସ୍ମାର୍ଟଫୋନ୍ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ଗ୍ରାହକମାନଙ୍କୁ ଧ୍ୟାନରେ ରଖି ଅନେକ ସ୍ମାର୍ଟଫୋନ୍ ଉତ୍ପାଦନକାରୀ କମ୍ପାନୀ ଅକ୍ଟୋବର ମାସରେ ସେମାନଙ୍କର ନୂତନ ଫୋନ୍ ବଜାରରେ ଲଞ୍ଚ କରିବାକୁ ଯାଉଛନ୍ତି । ଏଠାରେ ଆମେ ଆପଣଙ୍କୁ ଏପରି କିଛି ସ୍ମାର୍ଟଫୋନ୍ ବିଷୟରେ କହୁଛୁ, ଯାହା ଏହି ମାସରେ ଲଞ୍ଚ ହେବାକୁ ଯାଉଛି ।
OnePlus 13
ୱାନପଲ୍ସ (OnePlus) ନିଶ୍ଚିତ କରିଛି ଯେ ଏହାର ଫ୍ଲାଗସିପ୍ OnePlus 13 ସ୍ମାର୍ଟଫୋନ୍ ଅକ୍ଟୋବର ମାସରେ ଚୀନରେ ଲଞ୍ଚ ହେବ। ସୂଚନା ଅନୁସାରେ ଏହି ଫୋନ୍ ଆଗାମୀ ସ୍ନାପଡ୍ରାଗନ୍ 8 ଜେନେରେସନ 4 ପ୍ରୋସେସର ସହିତ ଆସିବ ଏବଂ ଏଥିରେ 100W ଫାଷ୍ଟ ଚାର୍ଜିଂ ପାଇଁ 6,000 mAh ବ୍ୟାଟେରୀ ରହିବ ।
iQOO 13
ଭିଭୋ (Vivo)ର ସବ୍-ବ୍ରାଣ୍ଡ୍ iQOO ଅକ୍ଟୋବରରେ ଚୀନରେ ଏହାର ପ୍ରିମିୟମ୍ iQOO 13 ସିରିଜ୍ ଲଞ୍ଚ କରିବ । OnePlus 13 ପରି, iQOO 13 ଏକ କ୍ବାଲକମ୍ ସ୍ନାପଡ୍ରାଗନ୍ 8 ଜେନ 4 ପ୍ରୋସେସର ଦ୍ବାରା ଚାଳିତ ହେବାର ସମ୍ଭାବନା ଅଛି ଏବଂ ଏହାର IP68 ରେଟିଂ ରହିବ । ଫୋନରେ 16GB RAM ଏବଂ 512GB ଷ୍ଟୋରେଜ୍ ରହିପାରେ । iQOO 13 6.7 ଇଞ୍ଚ 2K AMOLED ଡିସପ୍ଲେ ସହିତ 144Hz ରିଫ୍ରେସ ରେଟ ସହିତ ଆସିପାରେ । ଏଥିରେ ଏକ ବଡ଼ 6,150mAh ବ୍ୟାଟେରୀ ଏବଂ 100W ଫାଷ୍ଟ ଚାର୍ଜିଂ ରହିପାରେ ।
Samsung Galaxy S24 FE
ସାମସଙ୍ଗ ଏହାର ଲାଟେଷ୍ଟ ଏଡିସନ ସ୍ମାର୍ଟଫୋନ୍ ଗାଲାକ୍ସି S24 FE ଘୋଷଣା କରିସାରିଛି । ଏହି ଫୋନ ଅକ୍ଟୋବର 3ରୁ ଭାରତରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହି ଫୋନ ସାମସଙ୍ଗ Exynos 2400e ଚିପସେଟ ଦ୍ବାରା ଚାଳିତ ହେବ ଏବଂ 4,700mAh ବ୍ୟାଟେରୀ ସହିତ ଆସିବ । ଏହା 8GB RAM ଏବଂ 512GB ଷ୍ଟୋରେଜ ସମର୍ଥନ କରିବ ।
ଲାଭା ଅଗ୍ନି 3
ଭାରତରେ ଲାଭା (Lava)ର ଲାଟେଷ୍ଟ ସ୍ମାର୍ଟଫୋନ୍, ଲାଭା ଅଗ୍ନି 3 ଅକ୍ଟୋବର 4ରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଅଗ୍ନି 3ରେ 6.78-ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିବ ବୋଲି ଆଶା କରାଯାଉଛି । ଯାହାର ରିଫ୍ରେସ ରେଟ୍ 120Hz ପର୍ଯ୍ୟନ୍ତ ରହିବ । କିଛି ରିପୋର୍ଟ ଅନୁଯାୟୀ ଏହି ଫୋନରେ ମିଡିଆ ଟେକ୍ ଡାଇମେନ୍ସନ୍ 7300 ପ୍ରୋସେସର ବ୍ୟବହାର କରାଯିବ ।
ଏହା CMF ଫୋନ୍ 1 ଏବଂ ମୋଟରୋଲା ଏଜ୍ 50 ନିଓରେ ମଧ୍ୟ ବ୍ୟବହୃତ ହୋଇଛି । ଏଥିରେ 8GB RAM ଏବଂ 256GB ଷ୍ଟୋରେଜ ରହିବ ବୋଲି ଆଶା କରାଯାଉଛି । ତଥାପି ବର୍ତ୍ତମାନ ଷ୍ଟୋରେଜ୍ କିମ୍ବା RAMର ପ୍ରକାର ବିଷୟରେ ଅଧିକ ସୂଚନା ନାହିଁ । ଏହି ବିଷୟରେ ଅଧିକ ସୂଚନା ପାଇଁ ଆମକୁ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରିବାକୁ ପଡ଼ିବ ।
ଅପ୍ଟିକ୍ସ ବିଷୟରେ କହିବାକୁ ଗଲେ ଲାଭା ଅଗ୍ନି 3ର ପଛରେ ଏକ କ୍ବାଡ୍ କ୍ୟାମେରା ସେଟଅପ୍ ଦିଆଯାଇପାରେ, ଯେଉଁଥିରେ 64MP ପ୍ରାଇମେରି ସୁଟର, 8MP ଅଲ୍ଟ୍ରା-ୱାଇଡ୍, 2MP ମାକ୍ରୋ ସୁଟର ଏବଂ 2MP ଡେପ୍ଥ ସେନ୍ସର ଆସିପାରେ । ଲାଭା ଅଗ୍ନି 3ରେ ନିଜର UI ପ୍ରଦାନ କରିପାରିବ, ଯାହା ଆଣ୍ଡ୍ରଏଡ୍ 14 ଉପରେ ଆଧାରିତ । ଏହି ମିଡ୍ ରେଞ୍ଜରର 5000mAh ବ୍ୟାଟେରୀ ଏବଂ 66W ଫାଷ୍ଟ ଚାର୍ଜିଂ ସହିତ ଆସିପାରେ ।
Infinix Zero Flip
ଇନଫିନିକ୍ସ ନିକଟରେ ଏହି ସ୍ମାର୍ଟଫୋନକୁ କିଛି ବଜାରରେ ଲଞ୍ଚ କରିଥିଲା, କିନ୍ତୁ କିଛି ରିପୋର୍ଟରୁ ଜଣାପଡିଛି ଯେ କମ୍ପାନୀ ବର୍ତ୍ତମାନ ଅକ୍ଟୋବର ମାସରେ ଭାରତରେ ଏହାର ପ୍ରଥମ ଫ୍ଲିପ୍ ଫୋନ୍ ଲଞ୍ଚ କରିବ। ଜିରୋ ଫ୍ଲିପ୍ 120Hz ରିଫ୍ରେସ ରେଟ୍ ସହିତ 6.9 -ଇଞ୍ଚର LTPO AMOLED ଡିସପ୍ଲେ ସହିତ ଆସିବ । କଭର୍ ଡିସପ୍ଲେ ପାଇଁ ଏଠାରେ 3.64-ଇଞ୍ଚ୍ AMOLED ପ୍ୟାନେଲ୍ ଅଛି, ଯାହାର ରେଜୋଲ୍ୟୁସନ 1056 x 1066 ପିକ୍ସେଲ ।
ମିଡିଆଟେକ ଡାଇମେନସିଟି 8020 ପ୍ରୋସେସର ଫୋନରେ ଉପଲବ୍ଧ ହେବ । ଏହା 8GB ପର୍ଯ୍ୟନ୍ତ RAM ଏବଂ 512GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ଆସିବ । ଅପ୍ଟିକ୍ସ ପାଇଁ ପଛରେ 50MP ପ୍ରାଇମେରି ସେନ୍ସର ଏବଂ 50MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ଅଛି । ଏହା ବ୍ୟତୀତ ସେଲଫି ଏବଂ ଭିଡିଓ କଲ ନେବା ପାଇଁ 32MP ସାମ୍ନା କ୍ୟାମେରା ଯୋଗାଇ ଦିଆଯାଇଛି ।