ETV Bharat / state

ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା ଖଇରିଆ-ବାଦାମୀ ରଙ୍ଗ - SCHOOL UNIFORMS CHANGES

author img

By ETV Bharat Odisha Team

Published : 2 hours ago

School Uniforms Changes: ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ପୋଷକ ଡିଜାଇନ ଓ ରଙ୍ଗ । ସବୁଜ ବଦଳରେ ମରୁନ ଓ ହାଲୁକା ବାଦାମୀ ରଙ୍ଗର ଡ୍ରେସ ପିନ୍ଧିବେ ଛାତ୍ରଛାତ୍ରୀ । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ’ ଯୋଜନାରେ ଯୋଗାଇ ଦିଆଯିବ ଡ୍ରେସ । ଅଧିକ ପଢନ୍ତୁ

ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା କଫି ରଙ୍ଗ
ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା କଫି ରଙ୍ଗ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ 24 ବର୍ଷ ପରେ ସରକାର ପରିବର୍ତ୍ତନ ହେବା ପରେ ଏକାଧିକ ଯୋଜନା ଓ କାର୍ଯ୍ୟକ୍ରମର ରଙ୍ଗ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖୁବାକୁ ମିଳିଛି । ‘ମୋ ବସ’ର ରଙ୍ଗ ପରିବର୍ତ୍ତନ କରାଯାଇ ନାରାଙ୍ଗୀ ହେବା ପରେ ଏବେ ସ୍କୁଲ ପିଲାଙ୍କ ଡ୍ରେସକୋଡର ରଙ୍ଗ ମଧ୍ୟ ପରିବର୍ତ୍ତନ କରିଛନ୍ତି ମୋହନ ମାଝୀ ସରକାର । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ଡିଜାଇନ ଓ ରଙ୍ଗ ବଦଳିଛି । ଏଣିକି ସବୁଜ ବଦଳରେ ମରୁନ (ଖଇରିଆ) ଓ ହାଲୁକା ବାଦାମୀ ରଙ୍ଗର ଡ୍ରେସ ପିନ୍ଧିବେ ଛାତ୍ରଛାତ୍ରୀ । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ରେ ଛାତ୍ରଛାତ୍ରୀଙ୍କୁ ନୂତନ ଡ୍ରେସ୍ ଯୋଗାଇ ଦିଆଯିବ । ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ଏହି ନୂଆ ଡ୍ରେସକୋଡ ବଣ୍ଟାଯିବା ନେଇ ନିଷ୍ପତ୍ତି ହୋଇଛି ।

  • ବଦଳିଲା ସ୍କୁଲ ପୋଷାକ ଡିଜାଇନ:-

ରାଜ୍ୟରେ ବିଜେପି ସରକାର ଆସିବା ପରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ରଙ୍ଗ ଓ ନାମ ପରିବର୍ତ୍ତନ କରାଯାଉଛି । ଏହିକ୍ରମରେ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକ ପରିବର୍ତ୍ତନ କରାଯାଇଛି । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅଧୀନରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ମାଧ୍ୟମିକ ଛାତ୍ରଛାତ୍ରୀ ନୂଆ ରଙ୍ଗର ପୋଷାକ ପିନ୍ଧିବେ । ଏନେଇ ପୋଷାକର ଡିଜାଇନ୍ ଏବଂ ରଙ୍ଗ ଚୂଡାନ୍ତ କରାଯାଇଛି । ଏହି ନୂଆ ଡିଜାଇନକୁ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

  • କେଉଁମାନେ ପିନ୍ଧିବେ ଏହି ପୋଷାକର ଡିଜାଇନ:-

ଚିଠିରେ ଉଲ୍ଲେଖ ରହିଛି ଯେ, ଯେଉଁଠି ପୁରୁଣା ଡିଜାଇନ୍ ପୋଷାକ ସିଲେଇ କିମ୍ବା ବିତରଣ ହୋଇନଥିବ ସେଠାରେ ଏହି ନୂଆ ଡିଜାଇନ୍ ପୋଷାକ ଲାଗୁ କରାଯିବ । ତେବେ ବିଶେଷ ଭାବରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଏହି ଡିଜାଇନର ପୋଷାକ ପିନ୍ଧି ପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

  • ପୋଷାକର ଡିଜାଇନ:-

କେବଳ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରମାନେ ଖଇରିଆ ରଙ୍ଗର ଫୁଲ ପ୍ୟାଣ୍ଟ୍ ଓ ହାଲୁକା ବାଦାମୀ ରଙ୍ଗର ଚେକ୍ ସାର୍ଟ ପିନ୍ଧିବେ । ସେହିପରି ଛାତ୍ରୀମାନେ ଖଇରିଆ ରଙ୍ଗର ପ୍ୟାଣ୍ଟ୍ ଏବଂ କମିଜ୍ ଏବଂ ହାଲୁକା ବାଦାମୀ ରଙ୍ଗର ସାର୍ଟ ପିନ୍ଧିବା ପାଇଁ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ନଭେମ୍ବରରୁ ବର୍ଦ୍ଧିତ MSPରେ ଧାନ କିଣିବେ ରାଜ୍ୟ ସରକାର, କ୍ୱିଣ୍ଟାଲ ପିଛା ଦେବେ ଅଧିକ 800ଟଙ୍କା - Paddy Procurement

ଏହା ମଧ୍ୟ ପଢନ୍ତୁ :- ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - GANGRAPE ALLEGATIONGAN

  • ଖୁବ ଶୀଘ୍ର ବଦଳିବ ପ୍ରଥମ- ଅଷ୍ଟମ ଶ୍ରେଣୀ ପୋଷାକ:-

ଚଳିତ ଶିକ୍ଷାବର୍ଷ ୨୦୨୪-୨୦୨୫ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପୋଷାକ ରଙ୍ଗ ବଦଳିବ । ଜଣକ ପିଛା ୫୦୦ ଟଙ୍କା ମୂଲ୍ୟରେ ୨ହଳ ବିଦ୍ୟାଳୟ ପୋଷାକ ବଣ୍ଟନ କରାଯିବ । ଆସନ୍ତା ବର୍ଷଠାରୁ ସ୍କୁଲ ପୋଷାକର ରଙ୍ଗ ଏବଂ ଡିଜାଇନରେ ପରିର୍ତ୍ତନ କରାଯିବ । ସମସ୍ତ ଛାତ୍ରମାନଙ୍କୁ ଦୁଇ ହଳ ପ୍ୟାଣ୍ଟ ଓ ଧଳାସାର୍ଟ ଯୋଗାଇ ଦିଆଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରୀମାନଙ୍କୁ ଦୁଇ ହଳ ଫ୍ରକ୍‌ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀମାନଙ୍କୁ ଦୁଇ ହଳ କମିଜ୍, ସାଲୱାର ଓ ଓଢ଼ଣୀ ଯୋଗାଇ ଦିଆଯିବ ।

  • ପୂର୍ବ ସରକାର କରିଥିଲେ ଡିଜାଇନ୍ ପରିବର୍ତ୍ତନ:-

‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ଆସୁଥିଲେ ଛାତ୍ରଛାତ୍ରୀ । ପୂର୍ବ ସରକାର ଥିବା ସମୟରେ ସ୍କୁଲ ପୋଷାକର ରଙ୍ଗ ଏବଂ ଡିଜାଇନ ପରିବର୍ତ୍ତନ କରିଥିଲେ । ଯାହା ହଣ୍ଟର-ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧୁଥିଲେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଥିଲା । ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ-ନୂଆ ଓଡ଼ିଶା’ ଲେଖା ରହିଥିଲା । ଛାତ୍ରଛାତ୍ରୀ ସପ୍ତାହରେ ୫ଦିନ ଏହି ୟୁନିଫର୍ମ ପିନ୍ଧୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.