ଓଡିଶା

odisha

ETV Bharat / technology

ମୁହାଁମୁହିଁ ଅମ୍ବାନୀ-ଏଲନ ମସ୍କ; TRAI ଉପରେ ଚାପ ପକାଇଲା Reliance - INDIAS SATELLITE INTERNET

ଭାରତରେ ସାଟେଲାଇଟ୍‌ ସ୍ପେକ୍‌ଟ୍ରମକୁ ନେଇ ଏଲନ ମସ୍କ ଓ ମୁକେଶ ଅମ୍ବାନୀ ମୁହାଁମୁହିଁ ହୋଇଛନ୍ତି । Jio ଭାରତର ଦୂରସଞ୍ଚାର କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇଥିବା ସୂଚନା । ଅଧିକ ପଢନ୍ତୁ

Elon Musk vs Mukesh Ambani
Elon Musk vs Mukesh Ambani (ETV Bharat)

By ETV Bharat Tech Team

Published : Nov 9, 2024, 3:50 PM IST

ହାଇଦ୍ରାବାଦ:ଭାରତରେ ସାଟେଲାଇଟ୍‌ ବ୍ରଣ୍ଡବ୍ୟାଣ୍ଡକୁ ନେଇ ଦୁନିଆର 2ଜଣ ଧନୀ ବ୍ୟକ୍ତି ଏଲନ ମସ୍କ ଓ ମୁକେଶ ଅମ୍ବାନୀ ମୁହାଁମୁହିଁ ହୋଇଛନ୍ତି । ଗତ ସପ୍ତାହରେ ଭାରତ ସରକାର ବ୍ରଡବ୍ୟାଣ୍ଡ ପାଇଁ ସାଟେଲାଇଟ୍ ସ୍ପେକ୍‌ଟ୍ରମ୍ ନିଲାମ ପରିବର୍ତ୍ତେ ପ୍ରଶାସନିକ ଭାବରେ ବଣ୍ଟନ କରାଯିବା ନେଇ ଘୋଷଣା କରିବା ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ନିଲାମ ପ୍ରକ୍ରିୟାକୁ ମୁକେଶ ଅମ୍ବାନୀ ସମର୍ଥନ କରୁଥିବା ବେଳେ ପୂର୍ବରୁ ଏଲନ ମସ୍କ ଏହାକୁ ସମାଲୋଚନା କରିସାରିଛନ୍ତି ।

ଭାରତର ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ମାସରେ କହିଥିଲେ ଯେ ବିଶ୍ବର ଧାରା ଅନୁଯାୟୀ ସରକାର ପ୍ରଶାସନିକ ସ୍ତରରେ ସ୍ପେକ୍‌ଟ୍ରମ୍ ଆବଣ୍ଟନ କରିବେ କିନ୍ତୁ ଟେଲିକମ୍ ନିୟାମକ TRAI ଏହାର ପ୍ରତିକ୍ରିୟା ଦେବା ପରେ ସ୍ପେକଟ୍ରମ କିପରି ଦିଆଯିବ ସେ ସମ୍ପର୍କରେ ଚୂଡ଼ାନ୍ତ ବିଜ୍ଞପ୍ତି ଆସିବ । ରିଲାଏନ୍ସର ସର୍ବୋଚ୍ଚ ନୀତି କାର୍ଯ୍ୟନିର୍ବାହୀ ରବି ଗାନ୍ଧୀ ଶୁକ୍ରବାର ଦିନ ଟେଲିକମ୍ ରେଗୁଲେଟର TRAIକୁ ଏହି ନିଷ୍ପତ୍ତି ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

TRAI ଦ୍ବାରା ଆୟୋଜିତ ଏକ ଖୋଲା ଆଲୋଚନାରେ ସେ କହିଛନ୍ତି ଯେ ପ୍ରଶାସନିକ ସ୍ତରରେ ସ୍ପେକଟ୍ରମ୍ ବଣ୍ଟନ କରିବା ହେଉଛି କୌଣସି ପ୍ରକାରର ସରକାରୀ ସମ୍ବଳ ବଣ୍ଟନ କରିବାର ସବୁଠାରୁ ଭେଦଭାବପୂର୍ଣ୍ଣ ଉପାୟ । ଅନ୍ୟପକ୍ଷରେ ଷ୍ଟାରଲିଙ୍କ ଇଣ୍ଡିଆର କାର୍ଯ୍ୟନିର୍ବାହୀ ପରନିଲ କହିଛନ୍ତି ଯେ ଭାରତର ଆବଣ୍ଟନ ଯୋଜନା ଭବିଷ୍ୟକୁ ଦେଖୁଛି ।

ଏହା ବି ପଢନ୍ତୁ
  1. ବିମାନ ଯାତ୍ରା ବେଳେ ଆଉ ହେବେନି ବୋର୍‌; କରିପାରିବେ ହାଇସ୍ପିଡ ଇଣ୍ଟରନେଟର ବ୍ୟବହାର
  2. ଟେଲିକମ୍ୟୁନିକେସନ ବିଲରେ ଜିଓକୁ ଝଟକା! ଷ୍ଟାରଲିଙ୍କକୁ ଫାଇଦା
  3. ୟୁକ୍ରେନ Elon Muskଙ୍କ ସ୍ବତନ୍ତ୍ର ସହାୟତା, ଯୋଗାଇଲେ Starlink ସାଟେଲାଇଟ ସେବା

କୋଟିପତି ମୁକେଶ ଅମ୍ବାନୀ ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପରିଚାଳନା କରନ୍ତି । ବିଶ୍ଳେଷକମାନଙ୍କ କହିବାନୁସାରେ ସ୍ପେକଟ୍ରମ୍ ନିଲାମ ଯାହାକି ଅଧିକ ବିନିଯୋଗ ଆବଶ୍ୟକ କରେ ଏହା ସମ୍ଭବତଃ ବିଦେଶୀ ପ୍ରତିଦ୍ବନ୍ଦ୍ବୀଙ୍କୁ ଅଟକାଇବ ।

ସାଟେଲାଇଟ୍ ସ୍ପେକଟ୍ରମ୍ ବିତରଣର ଭବିଷ୍ୟତ ଦିଗ ନିର୍ଣ୍ଣୟ କରିବାରେ ଆସନ୍ତା ସପ୍ତାହରେ ପ୍ରସ୍ତୁତ ହେବାକୁ ଥିବା TRAIର ସୁପାରିଶ ଗୁରୁତ୍ବପୂର୍ଣ୍ଣ ହେବ । ବର୍ଷ ବର୍ଷ ଧରି ଭାରତର ଟେଲିକମ୍ କ୍ଷେତ୍ର ଉପରେ ଦବଦବା ବଜାୟ ରଖିଥିବା ରିଲାଏନ୍ସ ବର୍ତ୍ତମାନ ଏୟାରୱେଭ୍ ନିଲାମରେ 19 ବିଲିୟନ ଡଲାର ଖର୍ଚ୍ଚ କରିବା ପରେ ବି ଭାରତର ବ୍ରଡବ୍ୟାଣ୍ଡ ଗ୍ରାହକଙ୍କୁ ମସ୍କଙ୍କ ଦ୍ବାରା ହରାଇପାରେ ବୋଲି ଚିନ୍ତାରେ ପଡିଛି ।

ସାଟେଲାଇଟ୍‌ ବ୍ରଣ୍ଡବ୍ୟାଣ୍ଡ କଣ ?

ସାଟେଲାଇଟ୍‌ ବ୍ରଣ୍ଡବ୍ୟାଣ୍ଡ ହେଉଛି ଯେକୌଣସି ସ୍ଥାନରେ ଇଣ୍ଟରନେଟ ଯୋଗାଇବାର ବେଷ୍ଟ ଫର୍ମୁଲା । ସାଟେଲାଇଟ୍‌ କଭରେଜ ମଧ୍ୟରେ ଆପଣ ଯେକୌଣସି ସ୍ଥାନ ଅର୍ଥାତ ନେଟୱର୍କ ନଥିବା ସ୍ଥାନ ଓ ଅପହଞ୍ଚ ଇଲାକାରେ ମଧ୍ୟ ଇଣ୍ଟରନେଟ୍‌ ଆକ୍ସେସ ପାଇପାରିବେ । ଏହା ଦୂର କିମ୍ବା ଗ୍ରାମାଞ୍ଚଳ ପାଇଁ ଏହା ଏକ ନିର୍ଭରଯୋଗ୍ୟ ବିକଳ୍ପ ଭାବେ ଉଭା ହୋଇଛି ଯେଉଁଠାରେ DSL (ଏକ ସଂଯୋଗ ଯାହା ତଥ୍ୟ ପଠାଇବା ପାଇଁ ଟେଲିଫୋନ୍ ଲାଇନ୍ ବ୍ୟବହାର କରେ) ପରି ପାରମ୍ପାରିକ ସେବା କିମ୍ବା କେବୁଲ୍ ଉପଲବ୍ଧ ନାହିଁ । ଏହା ଡିଜିଟାଲ ବିଭାଜନକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ସେପଟେ କ୍ରେଡିଟ୍ ରେଟିଂ ଏଜେନ୍ସି ICRA ଅନୁଯାୟୀ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା 2025 ସୁଦ୍ଧା ଦୁଇ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ABOUT THE AUTHOR

...view details