ଓଡିଶା

odisha

ETV Bharat / technology

2025ରେ ଲାଗିବ 4 ଗ୍ରହଣ; ଭାରତରେ କେଉଁଟା ଦୃଶ୍ୟମାନ ହେବ ? - 4 ECLIPSES IN 2025

ବର୍ଷ 2025ରେ ମୋଟ 4ଟି ଗ୍ରହଣ ଲାଗିବ । ସେଥିମଧ୍ୟରୁ ଭାରତରେ ମାତ୍ର ଗୋଟିଏ ଗ୍ରହଣ ଦୃଶ୍ୟମାନ ହେବ । କେବେ ଓ କେଉଁ ଗ୍ରହଣ ଲାଗିବ ବିସ୍ତୃତ ଭାବରେ ଜାଣନ୍ତୁ...

Eclipses 2025
Eclipses 2025 (ETV Bharat)

By ETV Bharat Tech Team

Published : Dec 30, 2024, 4:48 PM IST

ହାଇଦ୍ରାବାଦ:ବର୍ଷ 2024 ଗୋଟିଏ ପଟେ ବିଦାୟ ନେଉଛି ଓ ଅନ୍ୟପଟେ ନୂଆବର୍ଷ 2025 ନୂତନ ଆଶା, ଆକାଂକ୍ଷା, ଉଦ୍ଦୀପନା ନେଇ ଆସିବାକୁ ପ୍ରସ୍ତୁତ ହେଉଛି । ପ୍ରତି ବର୍ଷ ପରି 2025ରେ ମଧ୍ୟ ଅନେକ ଘଟଣା ଘଟିବ । ଯଦି ଆମେ ଏଠାରେ ଗ୍ରହଣ ସମ୍ପର୍କରେ ଆଲୋଚନା କରିବା, ତେବେ ନୂଆବର୍ଷରେ 4ଟି ଗ୍ରହଣ ଲାଗିବ । ସେଥିରୁ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ହେବ । ହେଲେ ଭାରତବାସୀ କେବଳ ଗୋଟିଏ ଗ୍ରହଣ ଦେଖିପାରିବେ । ଏ ସମ୍ପର୍କରେ ଉଜ୍ଜୈନର ଜିୱାଜୀ ଅବଜରଭେଟୋରୀର ଅଧୀକ୍ଷକ ରାଜେନ୍ଦ୍ର ପ୍ରକାଶ ଗୁପ୍ତା ସୂଚନା ଦେଇଛନ୍ତି ।

ମାର୍ଚ୍ଚରେ ପ୍ରଥମ ଚନ୍ଦ୍ର ଗ୍ରହଣ

  • ବର୍ଷର ପ୍ରଥମ ମହାଜାଗତିକ ଦୃଶ୍ୟ ମାର୍ଚ୍ଚ 14ରେ ଆକାଶରେ ଦୃଶ୍ୟାନ ହେବ ।
  • ଏହା ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଥିବା ବେଳେ ଦୁର୍ଭାଗ୍ୟବଶତଃ ଭାରତରେ ଦୃଶ୍ୟମାନ ହେବ ନାହିଁ । କାରଣ ଏହା ସକାଳ ସମୟରେ ହେବ ।
  • ଏହି ଚନ୍ଦ୍ର ଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଓ ଦକ୍ଷିଣ ଏବଂ ଉତ୍ତର ଆଟଲାଣ୍ଟିକ୍‌ ମହାସାଗରୀୟ ଅଞ୍ଚଳରେ ଦୃଶ୍ୟମାନ ହେବ ।

ମାର୍ଚ୍ଚରେ ଆଂଶିକ ସୂର୍ଯ୍ୟ ପରାଗ

  • ଏହାପରେ ମାର୍ଚ୍ଚ ମାସ ଶେଷରେ ଅର୍ଥାତ ମାର୍ଚ୍ଚ 29 ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ବା ଦ୍ବିତୀୟ ଗ୍ରହଣ ଅନୁଷ୍ଠିତ ହେବ ।
  • କିନ୍ତୁ ଭାରତୀୟମାନେ ଏହାକୁ ଦେଖିପାରିବେ ନାହିଁ ।
  • ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ ମହାସାଗର, ୟୁରୋପ ଓ ଉତ୍ତର-ପଶ୍ଚିମ ଋଷିଆରେ ଦୃଶ୍ୟମାନ ହେବ ।

ସେପ୍ଟେମ୍ବରରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

  • ଭାରତୀୟ ଜ୍ୟୋତିର୍ବିଜ୍ଞାନ ଉତ୍ସାହୀମାନେ ଗ୍ରହଣ ଦେଖିବା ଲାଗି ଉତ୍ସାହର ସହିତ ସେପ୍ଟେମ୍ବର 7-8 ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ । କାରଣ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମଗ୍ର ଭାରତରେ ଦୃଶ୍ୟମାନ ହେବ ।
  • ଏସିଆର ଅନ୍ୟ ଦେଶ ତଥା ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।
  • ଏହି ଗ୍ରହଣ ରାତି 8:58ରୁ ମଧ୍ୟରାତ୍ରି 2:25 ପର୍ଯ୍ୟନ୍ତ ଚାଲିବ, ଯେଉଁଥିପାଇଁ ଚନ୍ଦ୍ର ଗାଢ ଲାଲ ରଙ୍ଗର ଦେଖାଯିବ ।

ସେପ୍ଟେମ୍ବରରେ ଶେଷ ଗ୍ରହଣ

  • ବର୍ଷ 2025ର ଅନ୍ତିମ ଗ୍ରହଣ ସେପ୍ଟେମ୍ବର 21-22 ତାରିଖ ମଧ୍ୟରେ ଘଟିବ ।
  • ଏହା ଆଂଶିକ ସୂର୍ଯ୍ୟ ପରାଗ ହେବାକୁ ଥିବା ବେଳେ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ ।
  • ଏହି ଗ୍ରହଣ ନ୍ୟୁଜିଲାଣ୍ଡ, ପୂର୍ବାଞ୍ଚଳ ମେଲାନେସିଆ, ଦକ୍ଷିଣାଞ୍ଚଳ ପଲିନେସିଆ ଓ ପଶ୍ଚିମ ଆଣ୍ଟର୍କଟିକାରେ ଦୃଶ୍ୟମାନ ହେବ ।
ଏହା ବି ପଢନ୍ତୁ
  1. ଆଜି ଆକାଶରେ ଘଟିବ ଅଦ୍ଭୁତ ଘଟଣା; ରାତିରେ କଳା ହୋଇଯିବ ଜହ୍ନ
  2. 2025ରେ କେବେ ଲାଗିବ ପ୍ରଥମ ସୂର୍ଯ୍ୟପରାଗ; କ’ଣ ଭାରତରେ ହେବ ଦୃଶ୍ୟମାନ ?

3ଥର ଦିଶିବ ଉଲ୍‌କା ବର୍ଷା

ଏହା ବ୍ୟତୀତ ଭାରତରେ 3 ପ୍ରମୁଖ ଉଲକା ବର୍ଷା ଦେଖିବାକୁ ମିଳିବ, ଯାହାର ଆରମ୍ଭ ଜାନୁଆରୀ 3-4 ଠାରୁ ଆରମ୍ଭ ହେବ । ଏହାର ଘଣ୍ଟା ପ୍ରତି 80-120 ଉଲକା ପିଣ୍ଡ ଆକାଶକୁ ଆଲୋକିତ କରିବ । ଏହାପରେ ଅଗଷ୍ଟ 12-13ରେ ଘଣ୍ଟା ପ୍ରତି 100 ଉଲକା ପିଣ୍ଡ ଦୃଶ୍ୟମାନ ହେବ ଏବଂ ଡିସେମ୍ବର 14-15ରେ ପ୍ରତି ଘଣ୍ଟା 150 ଉଲକା ପିଣ୍ଡ ଦୃଶ୍ୟମାନ ହେବ । ଏହି ଉଲକା ବର୍ଷାକୁ ଦେଖିବା ପାଇଁ କୌଣସି ବିଶେଷ ଉପକରଣ ଆବଶ୍ୟକ ହେବ ନାହିଁ, ତେଣୁ ସମସ୍ତେ ଏହି ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିପାରିବେ ।

ଅନ୍ୟ ବିରଳ ଘଟଣା

2025 ମସିହାରେ ଆକାଶରେ ତିନୋଟି ସୁପରମୁନ୍ ମଧ୍ୟ ଦୃଶ୍ୟମାନ ହେବ ଯାହା 7 ଅକ୍ଟୋବର, 5 ନଭେମ୍ବର ଏବଂ 5 ଡିସେମ୍ବରରେ ଘଟିବ । ଏଗୁଡ଼ିକ ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ବଳ ଦେଖାଯିବ, ଯାହା ଏକ ଚମତ୍କାର ଦୃଶ୍ୟ ହେବାକୁ ଯାଉଛି । ଜାନୁଆରୀ 16ରେ ଏକ ବିରଳ ଘଟଣା ଘଟିବ, ଯାହାଦ୍ବାରା ଲୋହିତ ଗ୍ରହ ମଙ୍ଗଳ ପୃଥିବୀର ନିକଟକୁ ଆସିବ । ଏହି ଘଟଣାଟି ପ୍ରତି 2 ବର୍ଷ ଏବଂ 50 ଦିନରେ ଘଟିଥାଏ । ଏହାପରେ ଏପ୍ରିଲ 13 ତାରିଖରେ ପିଙ୍କ ମାଇକ୍ରୋମୁନ୍‌ ଆକାଶରେ ଦୃଶ୍ୟମାନ ହେବ ।

ABOUT THE AUTHOR

...view details