ହାଇଦ୍ରାବାଦ:ଟେକ୍ ଜାଏଣ୍ଟ ଆପଲ୍ ଏକ ମାମଲାରୁ ବର୍ତ୍ତିବା ଲାଗି 95 ମିଲିୟନ ଡଲାର (814କୋଟିରୁ ଅଧିକ ଟଙ୍କା)ର ବୁଝାମଣା କରିଛି । ଯେଉଁଥିରେ କମ୍ପାନୀର ଭର୍ଚ୍ଚୁଆଲ ଆସିଷ୍ଟାଣ୍ଟ Siri ବିରୋଧରେ ସାଙ୍ଘାତିକ ଅଭିଯୋଗ କରାଯାଇଛି । ସିରି, iPhone ଓ ଅନ୍ୟ ଟ୍ରେଣ୍ଡି ଡିଭାଇସ ୟୁଜରଙ୍କ ଗୁଇନ୍ଦାଗିରି କରି ବ୍ୟକ୍ତିଗତ ଗୋପନୀୟତା ପ୍ରତି ବିଶ୍ବାସଘାତକତା କରିଛି ବୋଲି ଅଭିଯୋଗ କରାଯାଇଥିଲା ।
କେଉଁ ବିଷୟରେ ଥିଲା ମକଦ୍ଦମା ?
ଅଗଷ୍ଟ 2019 ମସିହାରେ, ଆପଲ୍ ବିରୋଧରେ ସାମୁହିକ ମକଦ୍ଦମା ସହ ଜଡ଼ିତ 'Wood Law Firm' ସେତେବେଳେ ଅଭିଯୋଗ କରିଥିଲେ, ଯେତେବେଳେ The Guardian ଖବରକାଗଜରେ Siriର ୟୁଜରଙ୍କ ବିନା ଅନୁମତିରେ ବାର୍ତ୍ତାଳାପ ରେକର୍ଡ କରିବା ନେଇ ଏକ ଖବର ପ୍ରକାଶ ପାଇଥିଲା । ଆପଲ୍ ସେପ୍ଟେମ୍ବର 2014ରେ ଏକ ସଫ୍ଟୱେର ଅପଡେଟ ଜାରି କରିଥିଲା, ଯାହାକି କେବଳ ଟ୍ରଗରିଂ ଶବ୍ଦ 'Hey Siri' ସହିତ ଭର୍ଚ୍ଚୁଆଲ ଆସିଷ୍ଟାଣ୍ଟକୁ ଆକ୍ଟିଭ କରିବାର ଥିଲା । ମାତ୍ର ଖବରକାଗଜରେ ଅଭିଯୋଗ କରାଯାଇଥିଲା କି କମ୍ପାନୀ ଟେକନିକ୍କୁ ଅଧିକ ଉନ୍ନତମାନର କରିବା ଲାଗି ଅନ୍ୟ ସମୟରେ ମଧ୍ୟ କଥାବାର୍ତ୍ତାକୁ ରେକର୍ଡିଂ କରୁଛି । ପରେ ଅଭିଯୋଗ କରାଯାଇଥିଲା ଯେ ଗୁପ୍ତ ଭାବେ ରେକର୍ଡ କରାଯାଇଥିବା ବାର୍ତ୍ତାଳାପକୁ Apple କିଛି ବିଜ୍ଞାପନକାରୀଙ୍କ ସହ ସେୟାର କରିଥିଲା, ଯେଉଁମାନେ ଗ୍ରାହକଙ୍କ ସହ ଯୋଡ଼ି ହେବାକୁ ଚାହୁଁଥିଲେ ।
ଏହି ବୁଝାମଣାରେ କେତେ ଜଣ ଜଡ଼ିତ ?
ଗତ ବର୍ଷ ଶେଷ ସୁଦ୍ଧା ସେପ୍ଟେମ୍ବର 17, 2014ଠାରୁ ସିରି ଟେକ୍ନୋଲୋଜି ବ୍ୟବହାର ହୋଇଥିବା ଆଇଫୋନ୍ ଏବଂ ଅନ୍ୟାନ୍ୟ ଉପକରଣର ୟୁଜର, ପାଖାପାଖି 10 ଲକ୍ଷ ଆମେରିକୀୟ ଗ୍ରାହକ ଏହି ସମସ୍ୟା ବିରୋଧରେ ଅଭିଯୋଗ କରିବାକୁ ଯୋଗ୍ୟ ହେବେ ।
ଜଣେ ଯୋଗ୍ୟ ଗ୍ରାହକ କେତେ ଟଙ୍କା ପାଇବେ ?
ଏହା କହିବା ବହୁତ ଶୀଘ୍ର ହେବ, କିନ୍ତୁ ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ ଗ୍ରାହକ ପ୍ରତ୍ୟେକ ସିରି-ଟେକ୍ନୋଲୋଜି ସକ୍ଷମ (Siri-enabled device) ଥିବା ଉପକରଣ ପାଇଁ $20 (₹1,708) ପର୍ଯ୍ୟନ୍ତ ଟଙ୍କା ପାଇବେ ।
କୌଣସି ନିୟମ ଉଲ୍ଲଙ୍ଘନ କରିଛି କି Apple ?
- ଯଦି ଏହି ଅଭିଯୋଗ ସତ ହୋଇଥାନ୍ତା, ଆପଲ୍ ହୁଏତ ଫେଡେରାଲ୍ ୱେୟାରଟାପିଂ ନିୟମ ଏବଂ ଲୋକଙ୍କ ଗୋପନୀୟତା ରକ୍ଷା ପାଇଁ ପରିକଳ୍ପିତ ଅନ୍ୟାନ୍ୟ ନିୟମକୁ ଉଲ୍ଲଂଘନ କରିପାରେ । କିନ୍ତୁ ଆପଲ୍ ଏହି ଅଭିଯୋଗକୁ ଅସ୍ବୀକାର କରି କହିଛି ଯେ ଯଦି ମାମଲାଟି ବିଚାରକୁ ଯାଇଥାନ୍ତା, ତେବେ କମ୍ପାନୀ ସେପରି କିଛି କରିନି ବୋଲି ସ୍ପଷ୍ଟ ହୋଇଥାନ୍ତା ।
- ଗ୍ରାହକଙ୍କ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀମାନେ ଦାବି କରିଛନ୍ତି ଯେ ଆପଲ୍ର ବ୍ୟବହାର ଏତେ ଗମ୍ଭୀର ଥିଲା ଯେ ଯଦି ଏହି କେସ୍ କମ୍ପାନୀ ହାରିଥାନ୍ତା ତେବେ କମ୍ପାନୀକୁ 1.5 ବିଲିୟନ ଡଲାର କ୍ଷତିପୂରଣ ଦେବାକୁ ପଡ଼ିବ । ଏଯାବତ ଏହି ବୁଝାମଣା ସମ୍ପର୍କରେ ଆପଲ୍ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହିଁ । କହି ରଖୁଛୁ କି, ସାଧାରଣତଃ ପ୍ରମୁଖ କମ୍ପାନୀଗୁଡିକ କୌଣସି ଆଇନଗତ ଖର୍ଚ୍ଚ ଏବଂ ସମ୍ଭାବ୍ୟ ଖରାପ ପ୍ରଚାର ପରିବର୍ତ୍ତେ ଏପରି ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।
- ଯଦିଓ 95 ମିଲିୟନ ଡଲାର୍ ଏକ ବଡ଼ ରାଶି ପରି ମନେହୁଏ, କିନ୍ତୁ ଆପଲ୍ ପାଇଁ ଏହା ବହୁତ କମ୍ ଅଟେ । ସେପ୍ଟେମ୍ବର 2014ଠାରୁ, କମ୍ପାନୀର ମୋଟ ଲାଭ 700 ବିଲିୟନ ଡଲାର ଅତିକ୍ରମ କରିଥିବା ବେଳେ କମ୍ପାନୀର ବଜାର ମୂଲ୍ୟ ପ୍ରାୟ 3.7 ଟ୍ରିଲିୟନ ଡଲାର ରହିଛି ।
କଣ ଆପଣ ଗୋପନୀୟତାକୁ ନେଇ ଚିନ୍ତିତ ହେବା ଆବଶ୍ୟକ କି ?
ଏପରି କ୍ଷେତ୍ରରେ ଆପଣଙ୍କୁ ଚିନ୍ତିତ ହେବା ଆବଶ୍ୟକ । କାରଣ Appleର Siri ବିରୋଧରେ ଚାଲିଥିବା ସମାନ ଏକ କେସ୍ ଗୁଗଲ୍ ବିରୋଧରେ ମଧ୍ୟ କାଲିଫର୍ଣ୍ଣିଆର ସାନ ଜୋସ୍ର ଫେଡେରାଲ କୋର୍ଟରେ ଚାଲିଛି । କାରଣ ଗୁଗଲ୍ ଏହାର ଆଣ୍ଡ୍ରଏଡ ଫୋନରେ ଭର୍ଚ୍ଚୁଆଲ ଆସିଷ୍ଟାଣ୍ଟ (Google Assistant) ଦେଉଛି, ଯାହାକୁ ଅନେକ ବର୍ଷ ଧରି ବ୍ୟବହାର କରାଯାଇ ଆସୁଛି ।
କିପରି Siriକୁ ଡିଆକ୍ଟିଭେଟ୍ କରିବେ ?
ଏପରି କ୍ଷେତ୍ରରେ ଯଦି ଆପଣ Siriର ବ୍ୟବହାର କରିବାକୁ ଚାହୁଁନାହାନ୍ତି, ତେବେ ଏହାକୁ ଆପଣ ଡିଆକ୍ଟିଭେଟ୍ ମଧ୍ୟ କରିପାରିବେ । ଏଥିଲାଗି ଆପଣଙ୍କୁ Applର ଭର୍ଚ୍ଚୁଆଲ ଆସିଷ୍ଟାଣ୍ଟ ଅଫ୍ କରିବାକୁ ପଡ଼ିବ । ଏହାକୁ କିପରି କରିବେ ନିମ୍ନଲିଖିତ ପ୍ରକ୍ରିୟାକୁ ଅନୁସରଣ କରନ୍ତୁ:
- ପ୍ରଥମେ Settingsକୁ ଯାଆନ୍ତୁ । ଏହାପରେ Siriକୁ ଚୟନ କରନ୍ତୁ ।
- 'Talk to Siri' ଉପରେ ଟାପ୍ କରି ଏହାକୁ ଅଫ୍ କରନ୍ତୁ ।