ଓଡିଶା

odisha

ETV Bharat / technology

Casio ଆଣିଲା ପ୍ରଥମ ସ୍ମାର୍ଟ ରିଙ୍ଗ୍‌; ମିଳିବ LCD ସ୍କ୍ରିନ ସାଙ୍ଗକୁ ଫ୍ଲାସ୍‌ ଆଲାର୍ମ - CASIO LAUNCHED FIRST SMART RING

କ୍ୟାସିଓ 50ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ମାର୍ଟ ରିଙ୍ଗ୍‌ ଲଞ୍ଚ କରିଛି । ଯେଉଁଥିରେ ଏଲସିଡି ଡିସପ୍ଲେ ସହିତ ଫ୍ଲାସ୍‌ ଆଲାର୍ମ ଭଳି ଅତ୍ୟାଧୁନିକ ସୁବିଧା ରହିଛି । ଅଧିକ ପଢନ୍ତୁ

Casio launched first smart ring
Casio launched first smart ring (Credit- Casio)

By ETV Bharat Tech Team

Published : Nov 23, 2024, 6:19 PM IST

ହାଇଦ୍ରାବାଦ:ପ୍ରଥମ ସ୍ମାର୍ଟ ରିଙ୍ଗ୍‌ ବା ମୁଦି ଲଞ୍ଚ କଲା କ୍ୟାସିଓ । ଏହାର ନାମ 'CRW-001-1JR' ରଖାଯାଇଛି । ମୁଦିରେ ଆପଣଙ୍କୁ ଅନେକ ଅତ୍ୟାଧୁନିକ ସୁବିଧା ମିଳିବ । ଏଥିରେ 3ଟି ଫଙ୍କସନାଲ୍‌ ବଟନ୍‌ ସହିତ କ୍ଲାସିକ ଷ୍ଟାଇଲ ସହିତ ଆସିଛି । ଏଥିରେ ଷ୍ଟପ୍‌ୱାଚ ପରି ଅନେକ ଫିଚର ରହିଛି । କମ୍ପାନୀ 50ବର୍ଷ ପୂର୍ତ୍ତି ଅବସରରେ ଗ୍ରାହକଙ୍କୁ ଏହି ସ୍ମାର୍ଟ ମୁଦି ଭେଟି ଦେଇଛି ।

କଣ ମିଳିବ ସୁବିଧା ?

  • କ୍ୟାସିଓର ଏହି ମୁଦିରେ ଛୋଟ ଡିସପ୍ଲେ ଯୋଗୁଁ ଏହାର ଏକ ସେଭେନ୍-ସେଗମେଣ୍ଟ୍ LCD ସ୍କ୍ରିନ୍ ରହିଛି । ଏଥିରେ ୟୁଜର ଘଣ୍ଟା, ମିନିଟ୍ ଏବଂ ସେକେଣ୍ଡରେ ସମୟ ଦେଖିପାରିବେ ।
  • ମୁଦିରେ ବ୍ୟବହାରକାରୀଙ୍କୁ 3ଟି ଫଙ୍କସନାଲ୍‌ ବଟନ ମିଳିବ । ଏହା ୟୁଜରଙ୍କୁ ଟାଇମ ଓ ତାରିଖ ବଦଳାଇବାକୁ ସୁବିଧା ପ୍ରଦାନ କରେ ।
  • ଏଥିରେ ଫ୍ଲାସ୍‌ ଆଲାର୍ମ ଓ ଷ୍ଟପ୍‌ୱାଚ୍‌ ସୁବିଧା ରହିଛି ।
  • ପାୱାର ପାଇଁ ଏଥିରେ ଗୋଟିଏ ବ୍ୟାଟେରୀ ଦିଆଯାଇଛି । ଯାହାକି 2ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି ।
  • ବ୍ୟାଟେରୀ ଖରାପ ହୋଇଗଲେ ଏହାକୁ ସହଜରେ ବଦଳାଯାଇପାରିବ ।

ସିଙ୍ଗଲ୍‌ ପିସ୍‌ରେ ପ୍ରସ୍ତୁତ ଘଣ୍ଟା:-

ଏହି ସ୍ମାର୍ଟ ମୁଦି ହେଉଛି ଏକ ରିକ୍ରିଏଟ ଡିଜାଇନ, ଯେଉଁଥିରେ ଏକ ବଡ଼ ଘଣ୍ଟାକୁ ଛୋଟ ଡିଜାଇନର ରୂପ ଦିଆଯାଇଛି । ଏହା ସିଙ୍ଗଲ୍‌ ପିସ୍‌ରେ ତିଆରି କରାଯାଇଛି । ଏଥିରେ ମେଟାଲ ଇଞ୍ଜେକ୍ସନ ପ୍ରୋସେସର ବ୍ୟବହାର କରାଯାଇଛି । ୟୁଜରଙ୍କୁ ଆରାମଦାୟକ ଅନୁଭବ ପ୍ରଦାନ କରିବା ଓ ଭିନ୍ନ ଭିନ୍ନ ସାଇଜ୍‌କୁ ଧ୍ୟାନରେ ରଖି ଷ୍ଟ୍ରେଚେବଲ୍‌ ବ୍ୟାଣ୍ଡର ବ୍ୟବହାର କରାଯାଇଛି ।

ଏହା ବି ପଢନ୍ତୁ
ଭାରତରେ ଲଞ୍ଚ ହେଲା Samsung ମୁଦି; କଣ ଏଥିରେ ଖାସ ଜାଣନ୍ତୁ

ଦାମ କେତେ ?

CRW-001-1JR ନାମକ ଏହି ନୂଆ ରିଙ୍ଗ୍ ୱାଚ୍ କ୍ୟାସିଓର 50 ତମ ବାର୍ଷିକୀ ଅବସରରେ ଲଞ୍ଚ କରାଯାଇଛି । ଡିସେମ୍ବରରେ ଏହା ଜାପାନରେ 19,800 ୟେନରେ ଉପଲବ୍ଧ ହେବ, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ 10,810 ଟଙ୍କା ସହିତ ସମାନ ।

ବଜାରରେ ଉପଲବ୍ଧ ଥିବା ଅନ୍ୟ ସ୍ମାର୍ଟ ରିଙ୍ଗ:-

ଆପଣଙ୍କୁ କହି ରଖୁଛୁ ଯେ Noise, Samsung ଏବଂ boAt ପରି କମ୍ପାନୀଗୁଡିକ ମଧ୍ୟ ଭାରତୀୟ ବଜାରରେ ସେମାନଙ୍କର ସ୍ମାର୍ଟ ରିଙ୍ଗ୍ ବିକ୍ରି କରୁଛନ୍ତି । କିନ୍ତୁ ଏହା ଡିସପ୍ଲେ ସହିତ ଆସେ ନାହିଁ । ଏପରି ସ୍ଥିତିରେ Casioର ଏହି ମୁଦି ଏହାର ଡିସପ୍ଲେ ଫିଚର ପାଇଁ ଅନ୍ୟ କମ୍ପାନୀର ସ୍ମାର୍ଟ ରିଙ୍ଗଠାରୁ ଭିନ୍ନ । boAtର ସ୍ମାର୍ଟ ରିଙ୍ଗ ବଜାରରେ 3,799 ଟଙ୍କା ମୂଲ୍ୟରେ ଉପଲବ୍ଧ । ସେପଟେ Noiseର ସ୍ମାର୍ଟ ରିଙ୍ଗ 19,999ଟଙ୍କାରୁ ଆରମ୍ଭ । ସେହିପରି ସାମସଙ୍ଗ ଗାଲାକ୍ସି ରିଙ୍ଗର ଦାମ 39,999ଟଙ୍କା ରହିଛି ।

ABOUT THE AUTHOR

...view details