ହାଇଦ୍ରାବାଦ: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଅଧିକ ଡାଟା ବ୍ୟବହାରକାରୀ ୟୁଜରଙ୍କ ଲାଗି ଦୁଇଟି ସୁଲଭ ମୂଲ୍ୟର ପ୍ଲାନ ଆଣିଛି । ଯେଉଁମାନେ ପ୍ରତିଦିନ ଅଧିକ ଡାଟା ବ୍ୟବହାର କରୁଛନ୍ତି ସେମାନେ ବେଶ ଉପକୃତ ହେବେ । ଏହି ରିଚାର୍ଜ କଲେ ଡାଟା ବ୍ୟତୀତ ସେମାନେ ଅତିରିକ୍ତ ସୁବିଧା ମଧ୍ୟ ପାଇପାରିବେ । ଅନ୍ୟ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀ ତୁଳନାରେ ବିଏସଏନଏଲର ଏହି ପ୍ଲାନ ବେଶ ଶସ୍ତା ଅଛି ।
କମ୍ପାନୀ 30 ଦିନ ଲାଗି RS 125 ପ୍ଲାନ ଓ 84 ଦିନ (ପାଖାପାଖି 2.5 ମାସ) ଲାଗି Rs 628 ରିଚାର୍ଜ ପ୍ଲାନ ଆଣିଛି । ଅଲ୍-ଇନ୍-ୱାନ ଭାବରେ ଯେଉଁମାନେ ଗୋଟିଏ ପ୍ଲାନରେ ମନୋରଞ୍ଜନ ସହିତ ସୁଲଭ ମୂଲ୍ୟରେ କନେକ୍ଟିଭିଟି ପାଇବାକୁ ଚାହୁଁଛନ୍ତି, ସେମାନେ ଲାଭବାନ ହୋଇପାରିବେ ।
Rs 215 ପ୍ଲାନ
ଯେଉଁମାନେ କେବଳ ମାସେ ପାଇଁ ଅଧିକ ଡାଟାର ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ବିଏସଏନଏଲର ଏହି ସୁଲଭ ମୂଲ୍ୟର ପ୍ଲାନ ବେଶ ଲାଭଦାୟକ ହେବ ।
- ଏହି ପ୍ଲାନ 30 ଦିନ ଲାଗି ବୈଧ ଅଟେ ।
- ପ୍ରତିଦିନ 2GB ହାଇ-ସ୍ପିଡ ଡାଟା
- ଅନଲିମିଟେଡ୍ ଭଏସ କଲ୍
- ପ୍ରତିଦିନ ମାଗଣା 100SMS
Rs 628 plan
- ଏହି ପ୍ଲାନର ବୈଧତା 84ଦିନ ପାଇଁ ରହିଛି ।
- ପ୍ରତିଦିନ 3GB ହାଇ-ସ୍ପିଡ ଡାଟା (84ଦିନ ମଧ୍ୟରେ 252GB ଡାଟା)
- ଅନଲିମିଟେଡ କଲିଂ
- ଫ୍ରି ରୋମିଂ
ସୁଲଭ ମୂଲ୍ୟ ଏବଂ ଅଧିକ ଲାଭ ସହିତ BSNL ସୁଲଭ ଏବଂ ନିର୍ଭରଯୋଗ୍ୟ ଟେଲିକମ୍ ସେବା ଖୋଜୁଥିବା ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହା 425 ଦିନିଆ ପ୍ଲାନ ହେଉ କି Rs 215 ଓ Rs 628, ବିଏସଏନଏଲ ଦେଶବ୍ୟାପୀ ୟୁଜରଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରିବାକୁ ଉଦ୍ୟମ ଜାରି ରଖିଛି ।
ଏଠାରେ ଯଦି ଆମେ ଅନ୍ୟ ଟେଲିକମ କମ୍ପାନୀର ବିଏସଏନଏଲ ପରି ରିଚାର୍ଜ ପ୍ଲାନ କଥା ଆଲୋଚନା କରିବା, ତେବେ Airtelର ପ୍ରତିଦିନ 2GB ଡେଟା ପ୍ଲାନର ଦାମ 359ଟଙ୍କା, ଯାହାକି ମାତ୍ର 28 ଦିନ ଲାଗି ବୈଧ ଅଟେ । ସେହିପରି Jioର ପ୍ରତିଦିନ 2GB ଡାଟା ପ୍ରଦାନ କରୁଥିବା ପ୍ଲାନର ଦାମ 349 ଟଙ୍କା ରହିଛି ।