ଓଡିଶା

odisha

ETV Bharat / technology

iPhone ଲଭର୍ସଙ୍କୁ ଝଟକା; ସପ୍ତାହେ ଭିତରେ ମିଳିବନି ଏହି 3 ମଡେଲ - IPHONE 15 PRO DISCONTINUATION

ଆଇଫୋନ 16 ସିରିଜ ଲଞ୍ଚ ପରେ ଆପଲ୍‌ iPhone 15 ପ୍ରୋ ସହିତ 3ଟି ମଡେଲର ଉତ୍ପାଦନକୁ ବନ୍ଦ କରିବାକୁ ଯାଉଛି । ଆଉ ଖୋଜିଲେ ବି ମିଳିବନି...

IPHONE 15 PRO DISCONTINUATION
IPHONE 15 PRO DISCONTINUATION (Credit- Apple)

By ETV Bharat Tech Team

Published : Nov 11, 2024, 3:27 PM IST

ହାଇଦ୍ରାବାଦ:ଆଇଫୋନ୍ 16 ସିରିଜ ଲଞ୍ଚ ହେବା ସହିତ ଆପଲ୍ କିଛି ପୁରୁଣା ମଡେଲର ମୂଲ୍ୟ ହ୍ରାସ କରିଥିଲା । ବର୍ତ୍ତମାନ କମ୍ପାନୀ ଆଉ ଏକ ବଡ ନିଷ୍ପତ୍ତି ନେଇଛି । ଆପଲ୍ ଏବେ କିଛି ପୁରୁଣା ଆଇଫୋନ୍ ମଡେଲର ଉତ୍ପାଦନ ବନ୍ଦ କରି ବଜାରରୁ ହଟାଇବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର ଅଫିସିଆଲ୍ ୱେବସାଇଟରୁ ଏହି ଆଇଫୋନଡ଼ିକୁ ମଧ୍ୟ ହଟାଇବ । କମ୍ପାନୀର ଏହି ନିଷ୍ପତ୍ତି ସେହି ଆଇଫୋନ୍‌ ଲଭରଙ୍କ ପାଇଁ ବଡ଼ ଝଟକା ଯେଉଁମାନେ ମୂଲ୍ୟ ହ୍ରାସ ପରେ ଉକ୍ତ ଆଇଫୋନ୍ ମଡେଲ୍ କିଣିବାକୁ ଯୋଜନା କରୁଥିଲେ । ଆଇଫୋନ୍ 16 ସିରିଜ ଲଞ୍ଚ ହେବା ପରେ କମ୍ପାନୀ ଆଇଫୋନ୍ 15 ପ୍ରୋ, ଆଇଫୋନ୍ 15 ପ୍ରୋ ମ୍ୟାକ୍ସ, ଆଇଫୋନ୍ 13 ଓ ଆପଲ୍‌ ୱାଚ ସିରିଜ 9କୁ ବନ୍ଦ କରିବାକୁ ଯାଉଛି ।

iPhone 13 (Credit- Apple)

ସର୍ଭିସ ଓ ସିକ୍ୟୁରିଟି ଅପଡେଟ ମିଳିବ କି ?

ଆଇଫୋନ୍‌ 16 ସିରିଜ ଲଞ୍ଚ ହେବା ପରେ କମ୍ପାନୀ iPhone 15 pro, iPhone 15 Pro Max ସହିତ iPhone 13କୁ ତାଲିକାରୁ ବାଦ ଦେବାକୁ ବସିଛି । ଏହାପରେ ୟୁଜର୍ସ iPhone 14, iPhone 14 Plus, iPhone 15, iPhone 15 Plus, iPhone 16 ଓ iPhone 16 Proକୁ କିଣିପାରିବେ । ଆଶ୍ବସ୍ତିର ଖବର ହେଉଛି କମ୍ପାନୀ ଯେଉଁ ଆଇଫୋନକୁ ୱେବସାଇଟରୁ ହଟାଇବାକୁ ବସିଛି, ତାହାର ସର୍ଭିସ, ସିକ୍ୟୁରିଟି ଅପଡେଟ ଓ OS ଅପଡେଟ ମିଳିବ । ଉତ୍ପାଦନ ବନ୍ଦ ପରେ ବି ସମୟ ସହିତ ଏହାର ନୂଆ ଅପଡେଟ ମିଳି ଚାଲିବ ।

iPhone 15 Pro Max (Credit- Apple)
ଏହା ବି ପଢନ୍ତୁ
  1. iPhone 15 ବିଶ୍ବରେ 3ୟ ତ୍ରୟମାସରେ ବେଷ୍ଟ ସେଲିଂ ସ୍ମାର୍ଟଫୋନ, ଦେଖନ୍ତୁ ଟପ୍‌-10 ତାଲିକା
  2. ଚାର୍ଜିଂ ବେଳେ ଫୁଟିଲା iPhoneର ଏହି ମଡେଲ; ୟୁଜର ଗୁରୁତର ଆହତ
  3. iPhone ୟୁଜରଙ୍କ ଅପେକ୍ଷାର ଅନ୍ତ; ମିଳିଲା AI ଫିଚର, Mac ଓ iPadରେ ବି ଉପଲବ୍ଧ

କେବେ ଲଞ୍ଚ ହୋଇଥିଲା ହଟିବାକୁ ଥିବା ମଡେଲ ?

ଆଇଫୋନ 15 ପ୍ରୋ, ଆଇଫୋନ 15 ପ୍ରୋ ମ୍ୟାକ୍ସ ଓ ଆପଲ୍‌ ୱାଚ ସିରିଜ 9 ସେପ୍ଟେମ୍ବର 2023ରେ ଲଞ୍ଚ ହୋଇଥିଲା । କିନ୍ତୁ ଲୋକପ୍ରିୟତା ହାସଲ କରିଥିବା ଆଇଫୋନ 13 ସେପ୍ଟେମ୍ବର 2021ରେ ଲଞ୍ଚ ହୋଇଥିଲା ।

iPhone 15 Pro (Credit- Apple)

ଏବେ କିଣିହେବ କି iPhone 15 ପ୍ରୋ ?

ସୂଚନା ଥାଉ କି କମ୍ପାନୀ ଯେଉଁ ଆଇଫୋନକୁ ନିଜ ୱେବସାଇଟରୁ ହଟାଇ ଦେଇଛି, ଏହାକୁ ଆପଣ ଚାହିଁଲେ ଅଫଲାଇନ ମାର୍କେଟ ଓ ଅନଲାଇନ ମାର୍କେଟରୁ କିଣିପାରିବେ । ଏହି ମଡେଲଗୁଡ଼ିକ ହଟିବାକୁ ଥିବାରୁ ଇ-କମର୍ସ ପ୍ଲାଟଫର୍ମ Flipkart ଓ Amazonରେ ଏଥିରେ ବମ୍ଫର ଡିସକାଉଣ୍ଟ ଦିଆଯାଉଛି । ଆପଲ୍‌ର ଅଫିସିଆଲ ଚ୍ୟାନେଲରେ ନିମ୍ନରେ ଉଲ୍ଲେଖ ଥିବା ଆଇଫୋନ ମଡେଲ ଉପଲବ୍ଧ ରହିଛି । ଏହାର ଦାମ ହେଉଛି:

  • ଆଇଫୋନ୍‌ SE (2022): Rs 47,600
  • ଆଇଫୋନ୍‌ 14 ଓ ଆଇଫୋନ୍‌ 14 ପ୍ଲସ୍‌: Rs 59,990ରୁ Rs 69,990
  • ଆଇଫୋନ୍‌ 15 ଓ ଆଇଫୋନ୍‌ 15 ପ୍ଲସ୍‌: Rs 69,990- Rs 79,990
  • ଆଇଫୋନ୍‌ 16 ସିରିଜ୍‌: ସେପ୍ଟେମ୍ବର 13ରୁ ଆରମ୍ଭ ହୋଇଛି ପ୍ରି-ଅର୍ଡର (Rs. 79,900ରୁ ଆରମ୍ଭ)
Apple Watch Series 9 (Credit- Apple)

ଆପଲ୍‌ ୱାଚ୍‌ ଉପଲବ୍ଧତା:-

ଆପଲ୍‌ ୱାଚ୍‌ ସିରିଜ 10 ଓ ଅପଡେଟେଡ ଆପଲ୍‌ ୱାଚ୍‌ ଅଲଟ୍ରା 2 ଆସିବା ପରେ ଆପଲ୍‌ ୱାଚ୍‌ SE ଭାରତରେ ଉପଲବ୍ଧ ଥିବା ବେଳେ ଏହାର ଦାମ 24,900 ଟଙ୍କା ରହିଛି । ସେହିପରି ଆପଲ୍‌ ୱାଚ୍‌ ସିରିଜ 10 ଓ ଆପଲ୍‌ ୱାଚ୍‌ ଅଲଟ୍ରା-2ର ନୂଆ ବ୍ଲାକ୍‌ ଟାଇଟାନିୟମ ଭାରିଏଣ୍ଟର ସେଲ୍‌ ସେପ୍ଟେମ୍ବର 20 ତାରିଖଠାରୁ ଆରମ୍ଭ ହୋଇଛି । ଆପଲ୍‌ ୱାଚ୍‌ ଅଲଟ୍ରା-2 ରଦାମ 89,900 ଟଙ୍କା ଥିବା ବେଳେ ଆପଲ୍‌ ୱାଚ୍‌ ସିରିଜ 10ର ଦାମ 46,900 ଟଙ୍କା ରହିଛି ।

ସୂଚନା ଥାଉ କି ଆପଲ୍‌ ନୂଆ ପ୍ରଡକ୍ଟ ଲଞ୍ଚ କରିବା ପରେ ଏହାର ପୁରୁଣା ମଡେଲଗୁଡ଼ିକର ଉତ୍ପାଦନ ବନ୍ଦ କରିଥାଏ । ଏହାସହିତ ଲାଟେଷ୍ଟ ଡିଭାଇସ ସହିତ ଅପଗ୍ରେଡ୍‌ ହେବାକୁ ଗ୍ରାହକଙ୍କୁ ପ୍ରେରିତ କରିଥାଏ ।

ABOUT THE AUTHOR

...view details