ଓଡିଶା

odisha

ଆଜିଠୁ ଭାରତରେ iPhone 16ସିରିଜ ସେଲ୍‌ ଆରମ୍ଭ; ଷ୍ଟୋର ଆଗରେ ଗ୍ରାହକଙ୍କ ପ୍ରବଳ ଭିଡ଼ - iPhone 16 sale in India

By ETV Bharat Tech Team

Published : 5 hours ago

Apple iPhone 16 Series Sale in India: ଭାରତୀୟ ମାର୍କେଟରେ ଆଜିଠୁ ନିକଟରେ ଲଞ୍ଚ ହୋଇଥିବା ଆଇଫୋନ 16ର ସେଲ୍‌ ଆରମ୍ଭ ହୋଇଛି । ମୁମ୍ବାଇ ଓ ଦିଲ୍ଲୀର ଆପଲ୍‌ ଷ୍ଟୋରରେ ଗ୍ରାହକଙ୍କ ବିରାଟ ବଡ଼ ଲାଇନ ଲାଗିଛି । ଅଧିକ ପଢନ୍ତୁ

Apple iPhone 16 Series Sale
Apple iPhone 16 Series Sale (ANI)

ନୂଆଦିଲ୍ଲୀ/ମୁମ୍ବାଇ:ଆପଲ୍‌ ଆଇଫୋନ-16 ସିରିଜକୁ ଚଳିତ ମାସ 10 ତାରିଖରେ ଲଞ୍ଚ କରିଥିଲା । ଏହି ନୂଆ ସିରିଜରେ iPhone 16, iPhone 16 Plus, iPhone 16 Pro ଓ iPhone 16 ପ୍ରୋ ମ୍ୟାକ୍ସ ରହିଛି । ଗତ ସପ୍ତାହରେ ଏହା ପ୍ରି-ଅର୍ଡର ଲାଗି ଯାଇଥିଲା । ଏବେ ଦେଶରେ ଏହାର ସେଲ୍‌ ଆରମ୍ଭ ହୋଇଛି । ଷ୍ଟକ୍‌ ସରିବା ପୂର୍ବରୁ ଏହି ନୂଆ ମଡେଲକୁ କିଣିବା ଲାଗି ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଆପଲ୍‌ ଷ୍ଟୋରରେ ଗ୍ରାହକଙ୍କ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । କିଛି ଗ୍ରାହକ ଏକା ଥରେ 2-3ଟି ଆଇଫୋନ କିଣି ନେଉଥିବା ଦେଖିବାକୁ ମିଳିଛି ।

କେଉଁଠୁ କିଣିବେ ଗ୍ରାହକ ?

ଗ୍ରାହକ ଆଇଫୋନ 16 ସିରିଜକୁ ଉଭୟ ଅନଲାଇନ ଓ ଅଫଲାଇନରେ କିଣିପାରିବେ । ଆମାଜନ, ଫ୍ଲିପକାର୍ଟ, କ୍ରୋମା, ରିଲାଏନ୍ସ ଡିଜିଟାଲ ଓ ଆପଲ୍‌ ଷ୍ଟୋରରୁ ଅନଲାଇନରେ କିଣିପାରିବେ । ଯଦି ଅଫଲାଇନରେ କିଣିବାକୁ ଚାହୁଁଛନ୍ତି ତେବେ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଆପଲ୍‌ ଷ୍ଟୋରରୁ ସିଧାସଳଖ କିଣିପାରିବେ ।

Also Read: ଲଞ୍ଚ ହେଲା ଆପଲ୍‌ iPhone 16 ସିରିଜ; ଆମେରିକା ତୁଳନାରେ ଭାରତରେ କେତେ ଦାମ ? ଜାଣନ୍ତୁ

ଦାମ କେତେ ରହିଛି ?

ଭାରତରେ ଆଇଫୋନ 16ର ଦାମ Rs 79,900 ଟଙ୍କା ଥିବା ବେଳେ iPhone 1 ପ୍ରୋର ଦାମ 1,34,900 ଟଙ୍କା ରହିଛି । iPhone 16 Plus ଭାରତୀୟ ବଜାରରେ Rs 89,900ରେ ଉପଲବ୍ଧ । iPhone 16 Pro ଭାରତରେ Rs 1,19,900 ପ୍ରାଇସ ଟ୍ୟାଗ ସହିତ ଆସିଛି । ଆଇଫୋନ 16ର ସବୁଠୁ ପ୍ରିମିୟମ ସେଟ୍‌ iPhone 16 Pro Max ଭାରତରେ Rs 1,44,900ରେ ବିକ୍ରି ହେବାକୁ ଯାଉଛି ।

Also Read: ପାକିସ୍ତାନରେ ସବୁଠୁ ମହଙ୍ଗା iPhone 16 ସିରିଜ; ଜାଣନ୍ତୁ ଭାରତ ତୁଳନାରେ କେଉଁ ଦେଶରେ ଶସ୍ତା

ଅଫର କେମିତି ଉଠାଇବେ ଫାଇଦା ?

ଯେଉଁ ଗ୍ରାହକ ଆଇଫୋନ 16 କିଣିବାକୁ ଚାହୁଁଛନ୍ତି, ସେମାନେ ଅଫର ସମ୍ପର୍କରେ ଜାଣିନେବା ଉଚିତ । Axis Bank, ICICI ବ୍ୟାଙ୍କ କାର୍ଡରେ 5ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରେ । ଆପଲ୍‌ ପକ୍ଷରୁ ଟ୍ରେଡ-ଇନ ଅଫର(Trade-in Offer) ଦିଆଯାଉଛି । ଗ୍ରାହକ ନିଜର ପୁରୁଣା ଆଇଫୋନ ଦେଲେ ଏହି ଅଫର ପାଇପାରିବେ । ଏଥିରେ ଗ୍ରାହକଙ୍କୁ 67,500ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରେ । ଯେଉଁମାନେ iPhone 16 କିଣିବେ ସେମାନଙ୍କୁ Apple Music, Apple TV+ ଓ Apple Arcadeରେ 3ମାସ ସବସ୍କ୍ରିପସନ ଦିଆଯିବ ।

ABOUT THE AUTHOR

...view details