ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ସୁଜୁକି ମୋଟରସାଇକେଲ ଇଣ୍ଡିଆ ତିନୋଟି ବାଇକ୍କୁ 2025 ମଡେଲ ଭାବେ ଅପଡେଟ କରିଛି । ଏଥିରେ Gixxer, Gixxer SF, Gixxer 250, Gixxer SF 250 ସହିତ V-Strom SXର ମଧ୍ୟ ଅପଡେଟେଡ୍ ଭର୍ସନ ବାଇକ୍ ଲଞ୍ଚ କରିଛି । ସମସ୍ତ 5ଟି ମୋଟର ସାଇକେଲରେ ଏବେ OBD-2B (ଏକ ମନିଟର୍ ଯାହାକି ବାଇକର କାର୍ଯ୍ୟଦକ୍ଷତା କିମ୍ବା ସମସ୍ୟା ସମ୍ପର୍କରେ ସୂଚିତ କରିଥାଏ ) ସହିତ ଅପଡେଟ୍ ହୋଇଛି । ଏହି ବାଇକ୍ରେ ନୂଆ କଲର ଅପସନ ମଧ୍ୟ ପ୍ରଦାନ କରାଯାଇଛି ।
2025 Suzuki Gixxer ଓ Gixxer SFର ଫିଚର
ସୁଜୁକି Gixxerର ଦାମ 1.38 ଲକ୍ଷ (ଏକ୍ସ-ଶୋ'ରୁମ) ହୋଇଥିବା ବେଳେ Gixxer SFର ଦାମ 1.47 ଲକ୍ଷ (ଏକ୍ସ-ଶୋ'ରୁମ) ରହିଛି । Gixxerର ଦାମର ଦାମ ଅପରିବର୍ତ୍ତିତ ରହିଥିବା ବେଳେ Gixxer SFର ମୂଲ୍ୟରେ 1500ଟଙ୍କା ବୃଦ୍ଧି ପାଇଛି । ଏହି ବାଇକରେ ନୂଆ କଲର ଅପସନ Metallic Triton Blue/Pearl Glacier White, Glass Sparkle Black, Metallic Oort Gray/Metallic Lush Green ଯୋଗ କରାଯାଇଛି । ଉଭୟ ବାଇକରେ 13.5hp, 13.8nm 155cc ଏୟାର-କୁଲ୍ଡ ଇଞ୍ଜିନ ପ୍ରଦାନ କରାଯାଇଛି ।
Suzuki Gixxer 250 ସିରିଜର ଫିଚର
ସୁଜୁକି 250cc ମୋଟରସାଇକେଲକୁ ମଧ୍ୟ ଅପଡେଟ କରିଛି । 2025 Gixxer SF 250ର ଦାମ 2000ଟଙ୍କା ବୃଦ୍ଧି ପାଇ 2.07 ଲକ୍ଷ (ଏକ୍ସ-ଶୋ'ରୁମ, ଦିଲ୍ଲୀ) ପହଞ୍ଚିଛି । ସେହିପରି Gixxer 250ର ଦାମ 1.98 ଲକ୍ଷ (ଏକ୍ସ-ଶୋ'ରୁମ, ଦିଲ୍ଲୀ) ରହିଛି । Gixxer SF 250 ତିନୋଟି ଡୁଆଲ-ଟୋନ୍ ରଙ୍ଗ (Metallic Matte Black No. 2, Metallic Triton Blue/Pearl Glacier White ଓ Metallic Matte Black No. 2/Metallic Matte Bordeaux Red)ରେ ଉପଲବ୍ଧ । Gixxer 250 ମଧ୍ୟ ତିନୋଟି କଲର ଅପସନ (Metallic Matte Black No. 2, Metallic Matte Bordeaux Red ଓ Pearl Glacier White)ରେ ଉପଲବ୍ଧ । ଉଭୟ ମୋଟରସାଇକେଲ OBD2B କମ୍ପିଲିଆଣ୍ଟ ସହ ଆସିଛି । ଏହାସହ ଉଭୟ ବାଇକ 9,300rpmରେ 27hp ପାୱାର ଓ 22.2Nm ଟର୍କ ପ୍ରଦାନ କରିଥାଏ । ଏହାସହ ଏଥିରେ LED ହେଡଲାଇଟ୍, LED ଟେଲ୍ ଲାଇଟ୍, ଡୁଆଲ ଚ୍ୟାନେଲ ABS ଓ ବ୍ଲୁଟୁଥ୍ କନେକ୍ଟିଭିଟି ପ୍ରଦାନ କରାଯାଇଛି ।
Suzuki V-Strom SXର ଫିଚର
V-Strom SX ବାଇକ୍ର 2025 ମଡେଲରେ ତିନୋଟି କଲର ଅପସନ- Champion Yellow No. 2, Glass Sparkle Black ଓ Metallic Sonoma Red ପ୍ରଦାନ କରାଯାଇଛି । ଏହି ମୋଟର ସାଇକେଲକୁ 2.16 ଲକ୍ଷ (ଏକ୍ସ-ଶୋ'କୁମ)ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ କରାଯାଇଛି । ଏହାର ପାୱାରଟ୍ରେନ ସମ୍ପର୍କରେ କହିଲେ ବାଇଖରେ 249cc, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନର ବ୍ୟବହାର କରାଯାଇଛି, ଯାହାକି OBD-2B ସହ ଆସିଛି । କିନ୍ତୁ ଖାସ୍ କଥା ହେଉଛି ଏହି ଅପଡେଟ ପରେ ବି ଏହାର କାର୍ଯ୍ୟଦକ୍ଷତା ଉପରେ ସେପରି ବିଶେଷ ପ୍ରଭାବ ପଡ଼ିନାହିଁ । ଏହାର ଇଞ୍ଜିନ 9300rpmରେ 26.1bhp ପାୱାର ଓ 7300rpmରେ 22.2nmରୁ ଅଧିକ ଟର୍କ ସୃଷ୍ଟି କରେ ।