ହାଇଦ୍ରାବାଦ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ବର୍ଷ 2025 ଲାଗି ହୋଣ୍ଡା ଆକ୍ଟିଭା 110ର ନୂଆ ଅପଡେଟେଡ୍ ଭର୍ସନକୁ ଲଞ୍ଚ କରିଛି । ଏହାକୁ ବିଶେଷ କରି ନିର୍ଗମନ ମାନଦଣ୍ଡକୁ ଧ୍ୟାନରେ ରଖି ଅପଗ୍ରେଡ୍ କରାଯାଇଛି । ଏହା ବର୍ତ୍ତମାନ OBD-2B କମ୍ପ୍ଲିଆଣ୍ଟ ସହ ଆସିଥିବା ବେଳେ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ସହ ନୂଆ ଫିଚର ମଧ୍ୟ ମିଳୁଛି । ନୂଆ ଭର୍ସନର ଦାମ କେତେ ଜାଣନ୍ତୁ ।
2025 Honda Active: କଣ ନୂଆ
- ଅପଡେଟ୍ ହୋଇଥିବା ଆକ୍ଟିଭାରେ ସମାନ ଡିଜାଇନ ମିଳୁଥିବା ବେଳେ DLX ଭାରିଏଣ୍ଟରେ ଏବେ ଆଲଏ ହ୍ବିଲ୍ (ହାଲୁକା ଓଜନର ଧାତୁ ଯେପରି ଆଲୁମିନିୟମ କିମ୍ବା ମ୍ୟାଗ୍ନେସିୟମରେ ତିଆରି ଚକ ଯାହାକି) ମିଳୁଛି ।
- ପୂର୍ବପରି ଏବେ ଏହା ସମାନ ତିନୋଟି ଭାରିଏଣ୍ଟ STD, DLX ଓ H-Smartରେ ଏହା ଉପଲବ୍ଧ ।
- ଏଥିରେ ପୂର୍ବପରି 6ଟି କଲର ଅପସନ Pearl Precious White, Decent Blue Metallic, Pearl Igneous Black, Mat Axis Gray Metallic, Rebel Red Metallic ଓ Pearl Siren Blue ସହ ଉପଲବ୍ଧ ।
'ବିଶ୍ବସନୀୟତା ବଜାୟ ରଖିଛି ଆକ୍ଟିଭା'
HMSIର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, "ଆକ୍ଟିଭା ସ୍କୁଟରଠାରୁ ବି ଅଧିକ । ଏହା ଭାରତରେ କୋଟି କୋଟି ପରିବାରର ବିଶ୍ବସନୀୟ ସାଥୀ ହୋଇପାରିଛି । ଏହା ନିଜର ଟ୍ୟାଗଲାଇନ ସ୍କୁଟର ବୋଲେ ତୋ ଆକ୍ଟିଭାକୁ ପ୍ରମାଣିତ କରିଛି । ନୂଆ 2025 ଆକ୍ଟିଭା ସ୍କୁଟି 4.2 ଇଞ୍ଚର TFT ଡିସପ୍ଲେ, ବ୍ଲୁଟୁଥ କନେକ୍ଟିଭିଟି, ନାଭିଗେସନ, ଆଇଡଲିଂ ଷ୍ଟପ୍ ସିଷ୍ଟମ, USB ଟାଇପ-ସି ଚାର୍ଜିଂ ପୋର୍ଟ ସହ ଆସି ଏହାକୁ ଆହୁରି ସ୍ମାର୍ଟ କରିଛି । ଭାରତର ଲୋକପ୍ରିୟ ସ୍କୁଟର ଭାବେ ଆକ୍ଟିଭା ସର୍ବଦା ସୁବିଧା ଓ ବିଶ୍ବସନୟୀତା ହାସଲ କରିଛି । OBD2B ମଡେଲର ଶୁଭାରମ୍ଭ ସହିତ ଆମେ ଏକ ସ୍ବଚ୍ଛ ଭବିଷ୍ୟତ ଦିଗରେ ଆଗେଇ ଖୁସି ଅଛୁ ।"