ହାଇଦ୍ରାବାଦ: ଲକ୍ସରୀ କାର ନିର୍ମାତା କମ୍ପାନୀ BMW India ଭାରତୀୟ ବଜାରରେ ଅପଡେଟେଡ୍ BMW M2 କାରକୁ ଲଞ୍ଚ କରିଛି । କମ୍ପାନୀ ଏହି କାରର ପ୍ରାରମ୍ଭିକ ମୂଲ୍ୟ 1.03 କୋଟି ଟଙ୍କା (ଏକ୍ସ-ଶୋ'ରୁମ) ରଖିଛି । ବିଏମଡବ୍ଲୁ ଏବେ ଅପଡେଟେଡ M2ରେ ଅଧିକ ପାୱାର, ଡିଜାଇନରେ କିଛିଟା ପରିବର୍ତ୍ତନ ଓ ନୂଆ କଲର ଅପସନ ମଧ୍ୟ ଆଣିଛି ।
ଅପଡେଟେଡ୍ BMW M2ର ରିଅର ପ୍ରୋଫାଇଲ (Credit- BMW India) 2024 BMW M2ର ପାୱାରଟ୍ରେନ୍:-
BMWର M ଡିଭିଜନ ମଡେଲରେ ଅନେକ ପରିବର୍ତ୍ତନ କରିବା ସହ ନୂତନ M2ର ପାୱାର ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିଛି । ବର୍ତ୍ତମାନ ଏହି କାରରେ ବିଏମଡବ୍ଲୁର ଟର୍ବୋ ଚାର୍ଜ 3.0-ଲିଟର 6ଟି ପେଟ୍ରୋଲ ଇଞ୍ଜିନ ବ୍ୟବହାର କରାଯାଇଛି । ଏହି ଇଞ୍ଜିନ 480hpର ଶକ୍ତି ଉତ୍ପାଦନ କରେ, ଯାହା ପୂର୍ବ ମଡେଲ ତୁଳନାରେ 20hp ଅଧିକ । ଏହି ଇଞ୍ଜିନ 2650-6130rpmରେ 600Nm ଟର୍କ ଦେଇଥାଏ, ଯାହା ପୂର୍ବ ତୁଳନାରେ 50Nm ଅଧିକ ।
ଅପଡେଟେଡ୍ BMW M2ର ଫ୍ରଣ୍ଟ ପ୍ରୋଫାଇଲ (Credit- BMW India) ବିଏମଡବ୍ଲୁ ଦାବି କରିଛି ଯେ ଅପଡେଟେଡ୍ ଇଞ୍ଜିନ ସହିତ କାର 0-100kph ବେଗ ମାତ୍ର 0.1 ସେକେଣ୍ଡରେ ଧରିଥାଏ । ଏହି ଇଞ୍ଜିନ ସହ 8-ସ୍ପିଡ ଟର୍କ କନଭର୍ଟର ଅଟୋମେଟିକ ଗିଅରବକ୍ସ ଯୋଡ଼ା ଯାଇଛି । ଫଳରେ ଏହି କାର ଏବେ ମାତ୍ର 4 ସେକେଣ୍ଡରେ 0-100kph ବେଗକୁଆସିପାରେ । ସେପଟେ 6-ସ୍ପିଡ ମାନୁଆଲ୍ ମଡେଲ 4.2 ସେକେଣ୍ଡରେ 100କିମି ପର୍ଯ୍ୟନ୍ତ ବେଗକୁ ଆସିପାରେ । କାରର ସର୍ବାଧିକ ବେଗ 250kph ରହିଛି ।
ଅପଡେଟେଡ୍ BMW M2ର ସାଇଡ୍ ପ୍ରୋଫାଇଲ (Credit- BMW India) 2024 BMW M2ର ଡିଜାଇନ:-
କାରର ଡିଜାଇନ ସମ୍ପର୍କରେ କହିଲେ, ଏଥିରେ ବିଶେଷ କିଛି ପରିବର୍ତ୍ତନ କରାୟାଇନାହିଁ । କିନ୍ତୁ କାର ଏବେ ଭିନ୍ନ ଭିନ୍ନ ରଙ୍ଗ ସହିତ ଆସିଛି । ଯେଉଁଥିରେ Sao Paulo Yellow, Fire Red, Portimao Blue ଓ Skyscraper Grey ସାମିଲ । ଏହା ବ୍ୟତୀତ ଷ୍ଟାଣ୍ଡାର୍ଡ M ହ୍ବିଲଗୁଡିକରେ କଳା ରଙ୍ଗର ଫିନିଶ୍ ସହିତ ଏକ ଡବଲ୍ ସ୍ପିକ୍ ଡିଜାଇନ ଅଛି ଏବଂ ଆଗରେ 19 ଇଞ୍ଚ ଓ ପଛରେ 20 ଇଞ୍ଚର ହ୍ବିଲ ରହିଛି । ଏହାର ହ୍ବିଲଗୁଡିକ ଏକ ବିକଳ୍ପ ଭାବରେ ସିଲଭର ଫିନିଶ୍ ସହିତ ଉପଲବ୍ଧ । ନୂଆ BMW M2ର ଭିତର ଅଂଶ ବିଷୟରେ କହିବାକୁ ଗଲେ ଏଥିରେ ଆଲକାଣ୍ଟାରା ଫିନିଶ୍ ସହିତ ଏକ ନୂତନ ଫ୍ଲାଟ-ବଟନ୍ ଷ୍ଟିଅରିଂ ହ୍ବିଲ ଲଗାଯାଇଛି ।
ଅପଡେଟେଡ୍ BMW M2ର ଇଣ୍ଟିରିଅର (Credit- BMW India) ଅପଡେଟ ହୋଇଥିବା ମଡେଲରେ ଲାଟେଷ୍ଟ ଜେନେରେସନର iDrive ସିଷ୍ଟମ ସହିତ ଏକ ନୂଆ ଡିଜିଟାଲ ଅପରେଟିଂ ସିଷ୍ଟମ ରହିଛି । କହିବାକୁ ଗଲେ ଭାରତରେ BMW M2ର ସମକକ୍ଷ ପ୍ରତିଦ୍ବନ୍ଦ୍ବୀ କେହି ନାହିଁ । କିନ୍ତୁ ଏହାର ଆକାର ଓ ଡାଇନାମିକ୍ସକୁ ଦେଖିଲେ ଏହା Mercedes-AMG A 45 S ହ୍ୟାଚବ୍ୟାକ୍କୁ ଟକ୍କର ଦେଇତାଏ । ହେଲେ ଏହାର ପାୱାର M2ଠାରୁ କମ ରହିଛି ।