ଓଡିଶା

odisha

ETV Bharat / state

ରୁଚିକା ମହାନ୍ତି ମୃତ୍ୟୁ ଘଟଣା: ୨୪ ଘଣ୍ଟାରେ ତଦନ୍ତ ରିପୋର୍ଟ ନଦେଲେ ଆନ୍ଦୋଳନ କରିବ ଯୁବ କଂଗ୍ରେସ - Ruchika Mohanty death Case

Ruchika Mohanty death Case: ବହୁଚର୍ଚ୍ଚିତ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ନେଇ ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ୨୪ ଘଣ୍ଟା ମଧ୍ୟରେ ପୋଲିସ ପ୍ରଶାସନ ଯଦି ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଥ୍ୟ ପ୍ରକାଶ ନକରେ, ତେବେ ଯୁବ କଂଗ୍ରେସ ପୋଲିସ ମହାନିର୍ଦ୍ଦେଶକ ଏବଂ କମିଶନରଙ୍କ ବାସଭବନ ଘେରାଓ କରିବାକୁ ଚେତାବନୀ ଦେଇଛି । ଅଧିକ ପଢ଼ନ୍ତୁ

YOUTH CONGRESS PRESS MEET
YOUTH CONGRESS PRESS MEET

By ETV Bharat Odisha Team

Published : Apr 6, 2024, 6:57 PM IST

YOUTH CONGRESS PRESS MEET

ଭୁବନେଶ୍ବର: ବହୁଚର୍ଚ୍ଚିତ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ନେଇ ଗର୍ଜିଲା ଯୁବ କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଯୁବ କଂଗ୍ରେସର ସାଧାରଣ ସାମ୍ବାଦିକ ସୁଦିପ ସାମଲ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି । ରୁଚିକା ମହାନ୍ତି ମୃତ୍ୟୁର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ସାମ୍ନାକୁ ଆସିପାରିଲା ନାହିଁ । ଘଟଣାର ତଦନ୍ତ ବାଟବଣା ହୋଇଥିବା ସେ ଅଭିଯୋଗ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ପୋଲିସ ପ୍ରଶାସନ ଯଦି ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଥ୍ୟ ପ୍ରକାଶ ନକରେ, ତେବେ ଯୁବ କଂଗ୍ରେସ ପୋଲିସ ମହାନିର୍ଦ୍ଦେଶକ ଏବଂ କମିଶନରଙ୍କ ବାସଭବନ ଘେରାଓ କରିବାକୁ ଚେତାବନୀ ଦେଇଛି । କାହା ଚାପରେ ପୋଲିସ ଚୁପ ହୋଇ ବସିଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଅନ୍ୟପଟେ କିଛିଦିନ ତଳେ ଯୁବ କଂଗ୍ରେସ ଏକ ଭାଇରଲ ଅଡିଓ ପର୍ଦ୍ଦାଫାଶ କରିଥିଲା । ଏହି ଅଡିଓରୁ ରୁଚିକା ମହାନ୍ତି ମୃତ୍ୟୁରେ ବିଧାୟକ ଜଡ଼ିତ ବୋଲି ପ୍ରମାଣିତ ହେଉଥିବା କଂଗ୍ରେସ କହିଛି । ତେଣୁ ଏହି ଅଡିଓ କାହାର ତାହା ମଧ୍ୟ ତଦନ୍ତ ପରିସରକୁ ଆଣାଯାଉ ବୋଲି ଦାବି କରିଛି ଯୁବ କଂଗ୍ରେସ । ଏହା ସହିତ ରୁଚିକାଙ୍କ ମୋବାଇଲ ଯାଞ୍ଚ ପାଇଁ ସିଙ୍ଗାପୁର ଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ଆସିପାରିଲା ନାହିଁ ବୋଲି କହିଛନ୍ତି ସୁଦିପ ସାମଲ । ଯାହା ଫଳରେ ବିଜେବି ଛାତ୍ରୀ ରୁଚିକାଙ୍କ ମୃତ୍ୟୁର ରହସ୍ୟ କେବଳ ରହସ୍ୟର ରହିଯାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି, "ରୁଚିକା ମହାନ୍ତି ମୃତ୍ୟୁର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ସାମ୍ନାକୁ ଆସିପାରିଲା ନାହିଁ । ଘଟଣାର ତଦନ୍ତ ବାଟବଣା ହୋଇଛି । ରାଜ୍ୟ ସରକାର ତାଙ୍କ ପରିବାରକୁ ନ୍ୟାୟ ଦେଇପାରିଲେ ନାହିଁ । ଆମେ ଦୁଇ ଦିନ ତଳେ ଏକ ଅଡିଓ କଲ ମଧ୍ୟ ଡିସିପିଙ୍କୁ ଦେଇଥିଲୁ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ରିପୋର୍ଟ ସର୍ବଜନୀନ କରୁ ପୋଲିସ । ଏହା ସହିତ ସେହି ଅଡିଓ କଲ୍‌ର ମଧ୍ୟ ଯାଞ୍ଚ ହେଉ । ନହେଲେ ଆମେ ପୋଲିସ ମହାନିର୍ଦ୍ଦେଶକ ଏବଂ କମିଶନରଙ୍କ ବାସଭବନ ଘେରାଓ କରିବା ସହିତ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ।"

ଏହା ମଧ୍ୟ ପଢ଼ନ୍ତୁ...ରୁଚିକା ମୃତ୍ୟୁ ପଛରେ ଅଛି କି ବିଜେଡି ବିଧାୟକଙ୍କ ଲିଙ୍କ୍‌, DCPଙ୍କୁ ପ୍ରମାଣ ଦେଲା ଯୁବ କଂଗ୍ରେସ - Ruchika Mohanty Death Case

ପ୍ରକାଶ ଥାଉ, ବିଜେବି ଯୁକ୍ତ ତିନି ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ଉଦ୍ଧାର ହୋଇଥିଲା । ହତ୍ୟା ଅଭିଯୋଗ ଆଣି ଅନେକ ଦିନ ଧରି କଲେଜ ଗେଟ ସମ୍ମୁଖରେ ରୁଚିକାଙ୍କ ପରିବାର ଧାରଣାରେ ବସିରହିଥିଲେ । ହେଲେ ପୋଲିସ ଘଟଣାକୁ ଚପାଇ ଦେବାପାଇଁ ପ୍ରାୟାସ କରୁଥିବା ଅଭିଯୋଗ ହୋଇଥିଲା । ରୁଚିକାଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଅନେକ ସମୟରେ ରୂଚିକାଙ୍କୁ ରାଗିଂ କରାଯାଉଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ରୁଚିକାଙ୍କ କୌଣସି ତଦନ୍ତ ରିପୋର୍ଟ ଆସିପାରିଲା ନାହିଁ । କେବଳ ରୁଚିକା ନୁହଁନ୍ତି, ରାଜ୍ୟରେ ଏପରି ଅନେକ ଛାତ୍ରୀଙ୍କୁ ନ୍ୟାୟ ମିଳିବାରେ ଦୀର୍ଘ ବର୍ଷ ଲାଗିଯାଇଛି, ଅନେକଙ୍କୁ ଏବେ ବି ନ୍ୟାୟ ମିଳିପାରିନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details