ଓଡିଶା

odisha

ETV Bharat / state

ମକର ମହୋତ୍ସବ ଦେଖିବା ହେଲା କାଳ, ଛାତ୍ର ବିଜେଡି ସମ୍ପାଦକଙ୍କ କାର ଧକ୍କାରେ ଯୁବକ ମୃତ

Car Accident: ଅଟ୍ରି ମକର ମହୋତ୍ସବର ଦେଖି ନିଜ ଗାଁକୁ ଫେରିବା ବାଟରେ କାର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ପଡାଡିହ ଗାଁର ସୁନୀଲ କୁମାର ମାଣିକ । ଅଧିକ ପଢନ୍ତୁ

ମକର ମହୋତ୍ସବ ଦେଖିବା ହେଲା କାଳ, ଛାତ୍ର ବିଜେଡି ସମ୍ପାଦକଙ୍କ କାର ଧକ୍କାରେ ଯୁବକ ମୃତ
ମକର ମହୋତ୍ସବ ଦେଖିବା ହେଲା କାଳ, ଛାତ୍ର ବିଜେଡି ସମ୍ପାଦକଙ୍କ କାର ଧକ୍କାରେ ଯୁବକ ମୃତ

By ETV Bharat Odisha Team

Published : Jan 21, 2024, 7:46 PM IST

ମକର ମହୋତ୍ସବ ଦେଖିବା ହେଲା କାଳ, ଛାତ୍ର ବିଜେଡି ସମ୍ପାଦକଙ୍କ କାର ଧକ୍କାରେ ଯୁବକ ମୃତ

ଖୋର୍ଦ୍ଧା:ମକର ମହୋତ୍ସବର ଦେଖି ଫେରିବା ବାଟରେ ଚାଲିଗଲା ଜୀବନ । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ବାଘମାରି ଥାନା ଅନ୍ତର୍ଗତ ବାଘମାରି ଏବଂ ଅଟ୍ରି ମଧ୍ୟରେ ଥିବା ହଂସ ପୋଖରୀ ନିକଟରେ । ଦୁଇ ଜଣ ଯୁବକ ଅଟ୍ରି ମକର ମହୋତ୍ସବର ଦେଖି ନିଜ ଗାଁ ପଡାଡିହ ଅଭିମୁଖେ ଚାଲି ଚାଲି ଫେରୁଥିବାବେଳେ ଧକ୍କା ଦେଲା କାର । ମୃତକ ଦୁଇ ଜଣ ହେଲେ ସୁନୀଲ କୁମାର ମାଣିକ ଓ ମିଲୁ ମହାପାତ୍ର ।

ସୂଚନା ଅନୁଯାୟୀ ବାଘମାରି ଅଟ୍ରି ମକର ମହୋତ୍ସବର ଶନିବାର ଥିଲା ଷଷ୍ଠ ସନ୍ଧ୍ୟା ଆଉ ରାତି ପ୍ରାୟ ସାଢ଼େ ଦଶଟା ସମୟରେ ମହୋତ୍ସବ ଦେଖି ନିଜ ଗ୍ରାମକୁ ଫେରୁଥିଲେ ସୁନୀଲ ଓ ତାଙ୍କ ସାଙ୍ଗ ମିଲୁ । ତବେ ହଂସ ପୋଖରୀ ନିକଟରେ ବାଘମାରି ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ସୁନୀଲଙ୍କୁ ଧକା ଦେଇ ରାସ୍ତା କଡରେ ଥିବା ପାଣି ଟାଙ୍କି ଓ ବିଦ୍ୟୁତ ଖୁଣ୍ଟିରେ ମାଡ଼ ହୋଇଥିଲା । ଏଥିରେ ସୁନୀଲ ଗୁରୁତର, ମିଲୁ ସାମାନ୍ୟ ଆହତ ହୋଇଥିବାବେଳେ କାରରେ ଥିବା କଣ୍ଟମଳିମ ଗ୍ରାମର ଗୁଡୁ ନାୟକ ଓ ସଲତରା ଗ୍ରାମର ଅଜିତ ତ୍ରିପାଠୀ ଗୁରୁତର ଆହତ ହୋଇଥିଲେ ।

ତେବେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବାଘମାରି ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହିଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ବାଘମାରି ପୋଲିସ ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସୁନୀଲକୁ ଘୋଷଣା କରିଥିଲେ । ଅନ୍ୟପଟେ ଗୁଡୁ ଚିକିତ୍ସାଧିନ ଥିବାବେଳେ ଅନ୍ୟ ଦୁଇଜଣ ଘରକୁ ଫେରିଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଚାଳକ ସିମୋର ଗ୍ରାମର ଶ୍ରୀଧର ମହାନ୍ତି ଓରଫ ଆଲୋକକୁ ଥାନାରେ ଅଟକ ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ .....ଅଜଣା ଟ୍ରକ ନେଲା ତିନି ବାଇକ ଆରୋହୀଙ୍କ ଜୀବନ

ତେବେ ଜବତ କାରରେ ଖାଦ୍ୟ ପ୍ୟାକେଟ ଥିବା ଦେଖିବାକୁ ମିଳିଛି । ମକର ମହୋତ୍ସବରେ ଶ୍ରୀଧରଙ୍କୁ ବିଧାୟକ ବିଭିନ୍ନ ଦାୟିତ୍ୱ ଦେଇଥିବା ବେଳେ ଶନିବାର ରାତିରେ ବାଘମାରି ଢାବାରୁ ଖାଦ୍ୟ ଆଣି କାରରେ ଦୃତ ଗତିରେ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏଠାରେ ସୂଚନା ଯୋଗ୍ୟ ଦୁର୍ଘଟଣା ଘଟାଇ ବାଘମାରି ଥାନାରେ ଅଟକ ଥିବା ଶ୍ରୀଧର ଖୋର୍ଦ୍ଧା ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ବୋଲି ଜଣାପଡିଛି । ସେପଟେ ବେପରୁଆ ଗାଡି ଚାଳନା ପାଇଁ ସୁନୀଲର ଜୀବନ ଚାଲିଯାଇଥିବା ନେଇ ତାଙ୍କ ମାଆ ବନଲତା ମାଣିକ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ଆଜି (ରବିବାର) ସୁନୀଲଙ୍କର ବ୍ୟବଚ୍ଛେଦ କରାଯିବା ପରେ ଗାଁ ସ୍ମଶାନରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଛି । ମକର ସଂକ୍ରାନ୍ତିଠାରୁ ପାଞ୍ଚ ଦିନ ପାଇଁ ମହୋତ୍ସବ କରିବାକୁ ଅନୁମତି ପ୍ରଦାନ କରିଥିବା ବେଳେ ବିଧାୟକ ଆଉ ଦୁଇଦିନ ଶନିବାର ଓ ରବିବାର ପାଇଁ ପ୍ରଶାସନଠାରୁ ଅନୁମତି ଆଣିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details