ଓଡିଶା

odisha

ETV Bharat / state

ଧରାପଡ଼ିଗଲା ପରକୀୟା ପ୍ରୀତି, ସ୍ବାମୀକୁ ହତ୍ୟା କରି ଘରେ ପୋତି ଦେଲା ସ୍ତ୍ରୀ

Wife Killed Husband in Nayagarh: ପରକୀୟା ପ୍ରୀତି ଧରା ପଡ଼ିଯିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ହତ୍ୟା ପରେ ପ୍ରେମିକ ସହ ମିଶି ସ୍ୱାମୀର ମୃତଦେହକୁ ଘରେ ପୋତି ଦେଇଥିଲା । ୨୦ ଦିନ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଅଧିକ ପଢନ୍ତୁ

ସ୍ବାମୀକୁ ହତ୍ୟା  କଲା ସ୍ତ୍ରୀ
Wife Kills Husband

By ETV Bharat Odisha Team

Published : Feb 16, 2024, 11:46 AM IST

Updated : Feb 16, 2024, 2:34 PM IST

Wife Kills Husband

ଖୋର୍ଦ୍ଧା/ନୟାଗଡ:ନୟାଗଡ଼ରେ ଚାଞ୍ଚଲ୍ୟ । ଚୋରା ପିରତି ଧରାପଡ଼ିବା ପରେ ନିଷ୍ଠୁର ପାଲଟିଗଲା ସ୍ତ୍ରୀ । ନିଜ ହାତରେ ନିଜ ସିନ୍ଦୂରକୁ ପୋଛିବାକୁ ପଛାଇଲା ନାହିଁ । ପ୍ରେମିକ ସହ ମିଶି ସ୍ବାମୀର ଜୀବନ ନେଲା ସ୍ତ୍ରୀ । ହତ୍ୟା ପରେ ସ୍ବାମୀର ମୃତଦେହକୁ ଘରେ ପୋତି ଦେଇଥିଲା । 20 ଦିନ ପରେ ଘର ଭିତରେ ମାଟି ଖୋଳି ମୃତଦେହ ଉଦ୍ଧାର କରିଛି ପୋଲିସ । ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଗାଁରୁ ଆସିଛି ଏହି ଅମାନୁଷିକ କାଣ୍ଡ । ମୃତକ ହେଲେ ପ୍ରକାଶ ନାୟକ । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଧରାପଡିଗଲା ଚୋରାପିରତି, ପ୍ରେମିକ ସହ ମିଶି ସ୍ବାମୀକୁ ରାସ୍ତାରୁ ହଟାଇ ଦେଲା ସ୍ତ୍ରୀ

ଗତ 20 ଦିନ ହେଲା ନିଖୋଜ ଥିଲେ ପ୍ରକାଶ ନାୟକ । ଏନେଇ ପ୍ରକାଶଙ୍କ ବାପା ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ । ସେଠାରେ ଆଧାର କାର୍ଡ ଦରକାର ହେବାରୁ ଗୋକୁଳ ନାୟକ ପୁଅର ଶ୍ବଶୁର ଘରକୁ ଯାଇଥିଲେ । ପ୍ରକାଶଙ୍କ ସ୍ତ୍ରୀଙ୍କଠାରୁ ଆଧାର କାର୍ଡ ଆଣିବା ବେଳେ ଘରର ମାଟି ଚଟାଣ ଉଚ୍ଚା ଥିବା ଦେଖିଥିଲେ l ଏଇଠୁ ହିଁ ତାଙ୍କର ଆରମ୍ଭ ହୋଇଥିଲା ସନ୍ଦେହ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ପାରିବାରିକ କଳହରୁ ସ୍ବାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ !

ଗତକାଲି(ଗୁରୁବାର) ସ୍ଥାନୀୟ ଓଡଗାଁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଡଗାଁ ପୋଲିସ ମୃତକଙ୍କ ଶ୍ବଶୁର ଘରେ ଯାଞ୍ଚ କରିଥିଲା । ଏହା ପରେ ଘରେ ମାଟି ଖୋଳି ପ୍ରକାଶଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକ, ଶାଶୁ ଡ଼ମଣି ପ୍ରଧାନ ଏବଂ ପ୍ରେମିକ ସୋନୁ ବେହେରାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଜ୍ୟୋସ୍ନାରାଣୀଙ୍କ ସମ୍ପର୍କ ଅନ୍ୟ ଜଣେ ଯୁବକଙ୍କ ସହ ରହିଥିବା ବେଳେ ଏହା ଜାଣିପାରିଥିଲେ ପ୍ରକାଶ । ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ଏହି ଘଟଣା ପରେ ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଚଳାଇଛି । ମୃତକ ପ୍ରକାଶ ବିବାହ ପରେ ଘର ଜ୍ବାଇଁ ହୋଇ ଶ୍ବଶୁର ଘରେ ରହୁଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Feb 16, 2024, 2:34 PM IST

ABOUT THE AUTHOR

...view details