ଓଡିଶା

odisha

ETV Bharat / state

କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ

କ'ଣ ସୂଚିତ କରୁଛି ଆଦିବାସୀଙ୍କ ଆମ୍ୱ ଟାକୁଆ ଖାଦ୍ୟ? ଖାଦ୍ୟ ଅଭାବ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ ପ୍ରଶ୍ନ ଉଠିଛି ।

KANDHAMAL NEWS
KANDHAMAL NEWS (ETV Bharat Odisha)

By ETV Bharat Odisha Team

Published : Nov 1, 2024, 11:11 PM IST

ବ୍ରହ୍ମପୁର:ଏକ ବିଂଶ ଶତାବ୍ଦୀରେ ପହଞ୍ଚିଲାଣି ଦେଶ ତଥା ରାଜ୍ୟ । ବିକଶିତ ଭାରତର ନାରା ଦେଉଥିବା ଦେଶରେ ଏବେ ବି ଆଦିବାସୀମାନେ ଖାଉଛନ୍ତି ଆମ୍ୱ ଟାକୁଆ । ରାୟଗଡା ପରେ କନ୍ଧମାଳ ଜିଲ୍ଲାରେ ଆମ୍ୱ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନ ଯିବା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପଲଟିଛି । କନ୍ଧମାଳ ଜିଲ୍ଲାରେ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଖାଦ୍ୟ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପରେ, ପ୍ରଶ୍ନ ଉଠିଛି ଯେ ଏହା ପଛର କାରଣ ଖାଦ୍ୟ ଅଭାବ ନା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ।

ରାଜ୍ୟରେ ଆମ୍ୱ ଟାକୁଆ ଖାଦ୍ୟ ଖାଇ ମୃତ୍ୟୁ ଘଟଣା କହିଲେ ସିଧାସଳଖ ରାଜ୍ୟର ରାୟଗଡା ଜିଲ୍ଲାର କାଶୀପୁର ଅଞ୍ଚଳ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ କନ୍ଧମାଳ ଜିଲ୍ଲରୁ ସମାନ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଏକ ବଂଶ ଶତାଦ୍ଧୀରେ ଉଠିଛି ପ୍ରଶ୍ନବାଚୀ । ଆଦିବାସୀ ବହୁଳ ଅଞ୍ଚଳର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ (କୋଇଲି)ରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିବା ଏବଂ ୬ ଜଣ ଗୁରୁତ୍ତର ହେବା ଘଟଣା ଉଭୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଅଙ୍କୁଳି ଉଠାଇଛି ।

KANDHAMAL NEWS (ETV Bharat Odisha)

ଏମିିତି କହିଲେ ଅସୁସ୍ଥଙ୍କ ପରିବାର ବର୍ଗ:

ମାଣ୍ଡିପଙ୍କା ଗ୍ରାମର ଅସୁସ୍ଥ ମହିଳାଙ୍କ ପରିବାର ବର୍ଗଙ୍କ କହିଛନ୍ତି," ଆମ୍ୱ ଆଦାୟ ହେଉଥିବା ଋତୁରେ ହିଁ ଆମ୍ୱରୁ ଟାକୁଆକୁ ସଂଗ୍ରହ କରି ରଖାଯାଏ । ତାହାକୁ ବିଭିନ୍ନ ସମୟରେ ବାହାର କରି ଭିନ୍ନ ତରିକାରେ ପ୍ରସ୍ତୁତ କରାଯାଏ । ଆମ୍ୱ ଟାକୁଆରୁ ଜାଉ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ ହୁଏ । " ତେବେ ଆମ୍ୱ ଟାକୁଆରୁ ଯାଉ ମାଣ୍ଡିପଙ୍କାରେ ଜଣେ ମହିଳା ଏହାକୁ ପ୍ରସ୍ତୁତ କରି ସମସ୍ତଙ୍କ ମଧ୍ୟରେ ବଣ୍ଟନ କରି ଖାଇଥିବା ଜଣାପଡ଼ିଛି । ସେପଟେ ଆମ୍ୱ ଟାକୁଆ ଯାଉ ଖାଇ ଏପରି ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ପଞ୍ଚାୟତର ସରପଞ୍ଚ ।

KANDHAMAL NEWS (ETV Bharat Odisha)

ଆଦିବାସୀମାନେ କାହିଁକି ଆମ୍ୱ ଟାକୁଆ ଖାଆନ୍ତି :

ମୃତକଙ୍କ ପରିବାରରେ ଆମ୍ୱ ଟାକୁଆକୁ ରଖାଯାଇଥିଲା । ଗତ କିଛି ଦିନ ତଳେ ରଖାଯାଇଥିବା ଆମ୍ବ କୋଇଲିକୁ ବାହାର କରାଯାଇ ସେଥିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ବହୁ ବ୍ୟକ୍ତିବିଶେଷ ବଣ୍ଟନ କରି ଖାଇଥିଲେ । ହେଲେ ସେଥିରୁ ବଳକା ରହିଥିବା କୋଇଲିକୁ ଗଚ୍ଛିତ ରଖି ପୁଣି ଗତ (ଗୁରୁବାର) ଥରେ ପ୍ରସ୍ତୁତ କରି ଆଠ ଜଣ ଆଦିବାସୀ ମହିଳା ବଣ୍ଟନ କରି ଖାଇଥିଲେ । ଆଉ ଏହା ପରେ ଏଭଳି ଘଟଣା ଘଟିଥିଲା । ହେଲେ ଏହି ଘଟଣା ପରେ ପ୍ରଶ୍ନ ଉଠିଛି ସତରେ କ'ଣ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ଖାଦ୍ୟ ଭାବରେ ଆମ୍ୱ ଟାକୁଆରୁ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି ନା ଅଭାବୀ କାରଣରୁ ସେମାନଙ୍କୁ ବାଧ୍ୟ କରିଥାଏ, ଏହାକୁ ଖାଇବା ପାଇଁ । ସେପଟେ ଆଦିବାସୀ ନେତା ଭାଲଚନ୍ଦ୍ର ଷଡଙ୍ଗୀ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

KANDHAMAL NEWS (ETV Bharat Odisha)

'ତର୍ଜମା ହେବାର ଆବଶ୍ୟକତା ରହିଛି ':

ଏହି ଘଟଣାକୁ ନେଇ ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ ହୋଇଛି । କନ୍ଧମାଳ ଜିଲ୍ଲାରେ ନୂତନ ଭାବରେ ଯୋଗଦାନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାଢୀ କହିଛନ୍ତି," ଆମ୍ୱ ଟାକୁଆ ଖାଇବାର ପ୍ରକୃତ କାରଣ ଅଭାବୀ ନାଁ ଦାରିଦ୍ର କିମ୍ୱା ସଚେତନତାର ଅଭାବ ରହିଛି । ତାହା ତର୍ଜମା ହେବାର ଆବଶ୍ୟକତା ରହିଛି ।" ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡାସାହିରେ ଘଟିଥିବା ଘଟଣାର ମୃତ ବ୍ୟକ୍ତି ହେଲେ ରମିତା ପାଟ ମାଝୀ(28 ), ରୁନୁ ମାଝୀ (28) ।

KANDHAMAL NEWS (ETV Bharat Odisha)
ଏହା ମଧ୍ୟ ପଢନ୍ତୁ ....ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCGରେ ଗୁରୁତରଙ୍କ ଚିକିତ୍ସା

ସମ୍ପୂର୍ଣ୍ଣ ଘଟଣା କ'ଣ ଥିଲା ?

ସୂଚନା ଅନୁଯାୟୀ, ଗତ (ଗୁରୁବାର) ଦିନ ରମିତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ (ଶୁକ୍ରବାର) ଦିନ ପୁଣି ଅଚାନକ ଭାବେ ଆଉ 7ଜଣ ଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ନେବା ରାସ୍ତାରେ ରୁନୁ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତ୍ତର ରହିଥିବାରୁ ଆଇ.ସି.ୟୁରେ ଭର୍ତ୍ତି କରାଯାଇଛି । ଚିକିତ୍ସିତ ମହିଳା ହେଲେ ପ୍ରଭାତୀ ପାଟ ମାଝୀ (32) , ଡ୍ରାଙ୍ଗାଲୁ ପାଟ ମାଝୀ (55) ,ଟୁନି ମାଝୀ (45) ,ସୁଷମା ପାଟ ମାଝୀ (25), ଜିତା ମାଝୀ( 30), ଜୀବନ୍ତି ମାଝୀ (45) ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details