ଓଡିଶା

odisha

ETV Bharat / state

ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା, ନନ୍ଦନକାନନରେ ଜନ୍ମ ନେଲେ ୪ ଶାବକ - WHITE TIGRESS GIVES BIRTH

ନନ୍ଦନକାନନ ପାଇଁ ଖୁସି ଖବର, ଆସିଲେ ୪ ନୂଆ ଅତିଥି । ୬ ବର୍ଷରେ ୩ ଥର ମାଆ ହେବାର ସୌଭାଗ୍ୟ ପାଇଲାଣି ବାଘୁଣୀ ରୂପା ।

Tigress Rupa gives birth to four cubs
Tigress Rupa gives birth to four cubs (ETV Bharat Odisha)

By ETV Bharat Odisha Team

Published : Nov 2, 2024, 5:03 PM IST

ଭୁବନେଶ୍ୱର: ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି । ଧଳା ବାଘୁଣୀ ରୂପା ତୃତୀୟ ଥର ପାଇଁ ମାଆ ହୋଇଛି । ଧଳା ବାଘୁଣୀ ରୂପା ନନ୍ଦନକାନନରେ ପୁଣି ଥରେ ଜନ୍ମ ୪ ଶାବକଙ୍କୁ ଜନ୍ମ ଦେଇଛି । ତେବେ ରୂପା ୬ ବର୍ଷରେ ୩ ଥର ମାଆ ହୋଇଛି।

Tigress Rupa gives birth to four cubs (ETV Bharat Odisha)

୬ ବର୍ଷ ମଧ୍ୟରେ ତିନି ଥର ମା ହୋଇଛି ଧଳା ବାଘୁଣୀ ରୂପା:
"ତୃତୀୟ ଥର ପାଇଁ ମା' ହୋଇଛି ଧଳା ବାଘୁଣୀ ରୂପା । ଧଳା ବାଘୁଣୀ ରୂପା ୨୦୧୮ ମସିହା ଅକ୍ଟୋବର ୨୨ ତାରିଖରେ ବାଘ ରୋଶନ୍ ଏବଂ ବାଘୁଣୀ ବିଜୟାଠାରୁ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା । ପ୍ରଥମ ଥର ରାଜେଶ ସହିତ ମିଶି ୨୦୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ମାଆ ହୋଇଥିଲା ରୂପା । ସେହି ସମୟରେ ୩ ଟି ​​ଶାବକକୁ ମଧ୍ୟ ଜନ୍ମ ଦେଇଥିଲା। ତେବେ ଜନ୍ମ ଦେବାର ଏକ ମାସ ମଧ୍ୟରେ ୨ ଟି ଶାବକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ବଞ୍ଚିଥିବା ଧଳା ବାଘୁଣୀ (ହିମାଂଶୀ)କୁ ବାଘୁଣୀ ରୂପା ଆପଣାଇନଥିଲା । ତେବେ କେୟାର ଟେକର ମାଧ୍ୟମରେ ପାଳିତ ହୋଇଥିଲା ବାଘୁଣୀ ହିମାଂଶୀ। ତେବେ ହିମାଂଶୀକୁ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଏହାକୁ ୨୦୨୪ ମସିହା ଜୁଲାଇ ୯ ତାରିଖରେ ଭଗବାନ ବିର୍ସା ବାୟୋଲୋଜିକାଲ ପାର୍କକୁ ପଠାଯାଇଥିଲା" ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

Tigress Rupa gives birth to four cubs (ETV Bharat Odisha)


"ଦ୍ୱିତୀୟ ଥର ମଧ୍ୟ ବାଘୁଣୀ ରୂପା ରାଜେଶ ସହିତ ସହ ମିଶି ୨୦୨୩ ମସିହା ଜାନୁଆରୀ ୬ ତାରିଖରେ ଦୁଇଟି ଶାବକକୁ ଜନ୍ମ ଦେଇଥିଲା। ସେମାନଙ୍କର ନାମ ହେଉଛି ଅମୃତା, ଏବଂ ଶିବ । ଏହି ଦୁଇଟି ଶାବକ ସୁସ୍ଥ ରହିଥିବାବେଳେ ବର୍ତ୍ତମାନ ସେମାନେ ନନ୍ଦନକାନନରେ ରହିଛନ୍ତି" ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।" ତୃତୀୟ ଥର ପାଇଁ ଧଳା ବାଘୁଣୀ ରୂପା ବାଘ କ୍ରିଷ୍ଣା ସହ ମିଶି ୨୦୨୪ ମସିହା ନଭେମ୍ବର ୨ ତାରିଖରେ ୪ ଟି ଛୁଆ ଜନ୍ମ ଦେଇଛି ।

Tigress Rupa gives birth to four cubs (ETV Bharat Odisha)


କ୍ରୀଷ୍ଣା ଓ ରୂପାର ମିଳନରେ ଜନ୍ମ ନେଲା ଶାବକ:
ଧଳା ବାଘୁଣୀ ରୂପା ବାଘ କ୍ରୀଷ୍ଣା ସହ ମିଶି ୨୦୨୪ ମସିହା ନଭେମ୍ବର ୨ ତାରିଖରେ ୪ ଟି ଛୁଆ ଜନ୍ମ ଦେଇଛି । ପ୍ରଥମ ଶାବକଟି ସକାଳ ୦୫ଟା ୪୩ , ଦ୍ୱିତୀୟ ୦୬ଟା ୨୨, ତୃତୀୟଟି ୦୭ଟା ୪୯ ଏବଂ ଚତୁର୍ଥଟି ୯ଟା ୩୧ ଶାବକ ଜନ୍ମ ନେଇଛନ୍ତି" ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ରହିଥିଛନ୍ତି" ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ସିସିଟିଭି ନଜରରେ ବାଘୁଣୀ ରୂପା ଓ ୪ ଶାବକ:
"ଧଳା ବାଘୁଣୀ ରୂପା ସ୍ଵାଧୀନ ଭାବରେ ସମସ୍ତ ଶାବକମାନଙ୍କର ଯତ୍ନ ନେଉଛି । ବର୍ତ୍ତମାନସୁଦ୍ଧା ଶାବକମାନଙ୍କର ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ । ଅନ୍ୟପଟେ ସମସ୍ତ ସାବକ ଓ ମାଆ ରୂପାର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନିରନ୍ତର ସିସିଟିଭି ନଜରରେ ରଖାଯାଇଛି " ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଏହା ବି ପଢନ୍ତୁ...ଶିମିଳିପାଳରେ ଯମୁନାର ପ୍ରଥମ ଶିକାର, ବାରହାକୁ କଲା ଆହାର

ଏହା ମଧ୍ୟ ପଢ଼ନ୍ତୁ...୬ ଦିନ ପରେ ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ବାଘୁଣୀ 'ଯମୁନା'

ଏହା ମଧ୍ୟ ପଢ଼ନ୍ତୁ...ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଏହା ବି ପଢନ୍ତୁ...ନନ୍ଦନକାନନରେ ନୂଆ ଅତିଥି, ୩ଟି ଶାବକଙ୍କୁ ଜନ୍ମଦେଲା ଧଳା ବାଘୁଣୀ ରୂପା


ବୃଦ୍ଧି ପାଉଛି ନନ୍ଦନକାନନରେ ବାଘ ସଂଖ୍ୟା:
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଖାପାଖି ୧୫୧ଟି ସ୍ତନ୍ୟପାୟୀ ଜୀବ ରହିଥିବାବେଳେ ୧୦୮ ଟି ପକ୍ଷୀ ଓ ୧୪ ଟି ସରୀସୃପ ରହିଛନ୍ତି । ତେବେ ନନ୍ଦନକାନନରେ ମୋଟ ଜୀବଜନ୍ତୁଙ୍କ ସଂଖ୍ୟା ୪୦୧୨ । ଏହି ଜୀବଜନ୍ତୁଙ୍କ ମଧ୍ୟରୁ ୪୮୦ ପ୍ରଜାତିର ୧୮୩୬ ଟି ସ୍ତନ୍ୟପାୟୀ ପ୍ରାଣୀ, ୭୭ ପ୍ରଜାତିର ୧୮୫୨ଟି ପକ୍ଷୀ, ସରୀସୃପ ରହିଛନ୍ତି । ଏହାସହ ୩୦ ପ୍ରଜାତିର ୩୦୩ ଟି ଜୀବଜନ୍ତୁ ରହିଛନ୍ତି । ଉଭୟଚର ପ୍ରାଣୀ ୬ ପ୍ରଜାତିର ୨୧ ଟି ରହିଛନ୍ତି । ମୋଟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୬୧ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details