ଓଡିଶା

odisha

ETV Bharat / state

୪୮ ଘଣ୍ଟା ପ୍ରବଳ ଶୀତ: ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୭ରୁ ବର୍ଷା ! - WEATHER UPDATE

ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏଁ ଶୀତ ଲହରୀ ଜାରି ରହିବ । ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ୧୭ରୁ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ।

Cold Wave In Odisha
Cold Wave In Odisha (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଜାଡ଼ରେ ଥରୁଛି ସାରା ଓଡି଼ଶା । ୩ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

୨ ଦିନ ଯାଏଁ ପ୍ରବଳ ଶୀତ:

Weather Update (ETV Bharat Odisha)

ଆଗାମୀ ୨ ଦିନ ଯାଏଁ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡି଼ଶା । ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡା ଓ ସୁନ୍ଦରଗଡକୁ ଶୀତ ଲହରୀ(Cold Wave) ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ଝାରସୁଗୁଡା, ଅନୁଗୋଳ ଓ ସୁନ୍ଦରଗଡ଼ ଆଦି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼ ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ଆଗାମୀ ୨ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବାର ନାହିଁ, ପରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ବିଭାଗ ଆକଳନ କରିଛି ।

ସକ୍ରିୟ ରହିଛି ଅବପାତ:

Weather Update (IMD)
ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ । ଯାହା ଆସନ୍ତା ୧୨ ଘଣ୍ଟାରେ ଲଘୁଚାପର ରୂପ ନେବ । ଯଦିଓ ଓଡି଼ଶା ଉପରେ ବିଶେଷ ପ୍ରଭାବ ନାହିଁ କିନ୍ତୁ ଏହାର ପ୍ରଭାବରେ ୧୭ ତାରିଖରୁ ଓଡ଼ିଶାରେ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ରହିଛି । ୧୭ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା ଓ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ । ସେହିପରି ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡା, ଖୋର୍ଦ୍ଧା, ନୟାଗଡ, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା ,ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପୁଣି ୨୦ ତାରିଖ ପରଠୁ ଶୁଖିଲା ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
Weather Update (IMD)

ଏହା ବି ପଢନ୍ତୁ...IMD: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, 17ରୁ ବର୍ଷିବ, ଥରିବ ଓଡ଼ିଶା

ଏହା ବି ପଢନ୍ତୁ...କୁହୁଡି ଚାଦରରେ ଢାଙ୍କି ହୋଇଛି ବୌଦ୍ଧ

ସର୍ବନିମ୍ନ ତାପମାତ୍ରା କେଉଁଠି କେତେ?

Weather Update (IMD)
ଅନ୍ୟପଟେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ା ଓ ରାଉରକେଲାରେ ୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜି ଉଦୟଗିରିରେ ୬.୦୬ ଡିଗ୍ରୀ ସେଲସିୟସ ରହିଛି । ସେହିପରି ଭୁବନେଶ୍ଵରରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । କଟକରେ ୧୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀ ଓ ଦାରିଙ୍ଗବାଡି ୮.୫ ଡିଗ୍ରୀ ସେଲସିୟସ, ଅନୁଗୁଳ ୯.୦, କେନ୍ଦୁଝର ୯.୨ , ସୁନ୍ଦରଗଡ଼ ଓ ଭବାନୀପାଟଣା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ଟିଟିଲାଗଡରେ ୨.୬, ଜଗତସିଂହପୁରରେ ୨.୨, ଦାରିଙ୍ଗବାଡି ୨.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
Weather Update (IMD)


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details