ଓଡିଶା

odisha

ETV Bharat / state

ହିଞ୍ଜିଳିକାଟୁରୁ ମୁଖ୍ୟମନ୍ତ୍ରୀଙ୍କୁ ଜିତାଇବା ପାଇଁ ଯୁବବର୍ଗଙ୍କୁ ଗୁରୁମନ୍ତ୍ର ଦେଲେ ପାଣ୍ଡିଆନ - Hinjili Assembly constituency - HINJILI ASSEMBLY CONSTITUENCY

Election campaign: ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ହିଞ୍ଜିଳିରୁ ଜିତାଇବା ପାଇଁ ଭିଡିଓ କନଫରେନ୍ସ ମାଧ୍ୟମରେ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ୍ । ଅଧିକ ପଢନ୍ତୁ

Election campaign
Election campaign

By ETV Bharat Odisha Team

Published : Apr 20, 2024, 12:41 PM IST

Updated : Apr 20, 2024, 2:30 PM IST

Election campaign

ବ୍ରହ୍ମପୁର:ପାଖେଇ ଆସୁଛି ନିର୍ବାଚନ ତାରିଖ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ୬ଷ୍ଠ ଥର ପାଇଁ ହିଞ୍ଜିଳିରୁ ଜିତାଇବା ପାଇଁ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ୍ । ଗତକାଲି(ଶୁକ୍ରବାର) ଭିଡିଓ କନଫରେନ୍ସ ମାଧ୍ୟମରେ ଯୁବବର୍ଗଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀଙ୍କ ଭୋଟ ହାର ବୃଦ୍ଧି କରିବା ପଇଁ ଗୁରୁତ୍ବ ଦେଇଛନ୍ତି । ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ରୟେଲ ପ୍ୟାଲେସ ପରିସରରେ ଆୟୋଜିତ ନିର୍ବାଚନମଣ୍ଡଳୀ ସ୍ତରୀୟ ଯୁବ ସମାବେଶରେ ପାଣ୍ଡିଆନ ଏହି ଗୁରୁମନ୍ତ୍ର ଦେଇଛନ୍ତି । ଶେରଗଡ଼ ବ୍ଲକ ବିଜେଡି ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତେବେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପାଣ୍ଡିଆନ ଯୁବକମାନଙ୍କୁ ଉଦବୋଧନ ଦେଇଥିଲେ । ଏଥି ସହିତ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଞ୍ଜିଳିକାଟୁରେ ଲକ୍ଷାଧିକ ଭୋଟରେ କିଭଳି ନିର୍ବାଚିତ କରି ୬ଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ସେ ନେଇ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏପରିକି ନିର୍ବାଚନ ମଣ୍ଡଳୀର ଯୁବକମାନେ ପାଣ୍ଡିଆନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷାଧିକ ଭୋଟରେ ବିଜୟୀ କରିବା ନିମନ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ,ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଶେରଗଡ଼ ବ୍ଲକ ଅଧ୍ୟକ୍ଷ ,ବ୍ଲକ ବିଜେଡି ସଭାପତିଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ,ସରପଞ୍ଚ, ସମିତି ସଭ୍ୟ ସମେତ ନିର୍ବାଚନ ମଣ୍ଡଳୀର ବହୁ ଯୁବ ବର୍ଗ ଏଥିରେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଲେ ଶିବ ଶଙ୍କର

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଏଭଳି ବୈଠକରେ ପୂର୍ବତନ ରାଜ୍ୟ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ .ପାଣ୍ଡିୟାନଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଆଲୋଚନା ପରେ ବେଶ ଉତ୍ସାହିତ ହୋଇ ପଡିଛନ୍ତି ଅଞ୍ଚଳର ଯୁବ ବର୍ଗ । ସେପଟେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଜୋର ଧରିଛି ପ୍ରାର୍ଥୀଙ୍କ ପ୍ରଚାର । ରାଜ୍ୟର ହାଇପ୍ରୋଫାଇଲ ଲୋକସଭା ସିଟ୍ ବ୍ରହ୍ମପୁର ପାଇଁ ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସରୁ ରଶ୍ମି ରଞ୍ଜନ ପଟ୍ଟନାୟକ ମୁହାଁମୁହିଁ ହେବେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 20, 2024, 2:30 PM IST

ABOUT THE AUTHOR

...view details