ଓଡିଶା

odisha

By ETV Bharat Odisha Team

Published : Mar 13, 2024, 4:46 PM IST

ETV Bharat / state

ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Eviction Of Liquor Shop: ମଦ ଦୋକାନକୁ ନେଇ ଉପୁଜିଛି ସମସ୍ୟା । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ଉଚ୍ଛେଦ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ପଞ୍ଚାୟତ ପ୍ରତିନିଧି ଏବଂ ଗ୍ରାମବାସୀ । ଅଧିକ ପଢନ୍ତୁ...

ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ମଦ ଦୋକାନ ଉଚ୍ଛେଦ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା: ଚିଲିକା ବ୍ଳକ ହରିପୁର ପଞ୍ଚାୟତ ଛୋଟରାୟପୁର ରାଜସ୍ୱ ଗାଁରେ ଥିବା ମଦ ଦୋକାନ ନେଇ ଉପୁଜିଛି ସମସ୍ୟା । ଏହି ମଦ ଦୋକାନ ନିକଟରେ ଅନେକ ସରକାରୀ ଅଫିସ ଥିବା ଫଳରେ ଲୋକେ ନାହିଁ ନତିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ତେବେ ଏହାକୁ ବିରୋଧ କରି ମଦ ଦୋକାନ ଉଚ୍ଛେଦ କରିବାକୁ ଦାବି କରିଛନ୍ତି ପଞ୍ଚାୟତ ପ୍ରତିନିଧି ଏବଂ ଗ୍ରାମବାସୀ । ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ଉଚ୍ଛେଦ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କ ନେତୃତ୍ବରେ ୱାର୍ଡସଭ୍ୟ ମୃତ୍ୟୁଞ୍ଜୟ ରଥ, ରୀନା ବେହେରା , ଝୁନି ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ବଳବନ୍ତରାୟ, ଅମିନ ବେହେରା ,ପୂର୍ଣ୍ଣଚନ୍ଦ୍ର ଦଳାଇ , ସନ୍ତୋଷିନୀ ଦାସ, ଜିତେନ୍ଦ୍ର କୁମାର ବଳବନ୍ତରାୟ, ଅରୁଣ ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଛୋଟରାୟପୁର ଗ୍ରାମରେ ଥିବା ମଦ ଦୋକାନ ଉଚ୍ଛେଦ ଦାବି କରିଛନ୍ତି ।

ସୂଚନା ଅନୁସାରେ, ମଦ ଦୋକାନ ନିକଟରେ ଗଙ୍ଗାଧରପୁର ଷ୍ଟେସନ, ସରକାରୀ ଆଇଆଇଟି କଲେଜ , ଚିଲିକା ତହସିଲ , ଦୌରାଜଜ୍ କୋର୍ଟ , ଡାକଘର ସମେତ ବହୁ ସରକାର ଓ ବେସରକାର କାର୍ଯ୍ୟାଳୟ ରହିଛି । ସେହିପରି ପଞ୍ଚାୟତ ନିକଟରେ ବହୁତ ପର୍ଯ୍ୟଟନ କ୍ଷେତ୍ର ଥିବା ପ୍ରକାଶ କରିଛନ୍ତି । କିନ୍ତୁ ମଦ ଦୋକାନ ଖୋଲିବା ଦ୍ଵାରା ଏଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ସରକାର ଓ ବେସରକାରୀ କାର୍ଯ୍ୟାଳୟରେ ବିଶୃଙ୍ଖଳା ହେଉଥିବା ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ମଦ ଦୋକାନ ଯୋଗୁଁ ଅସାସମାଜିକ ବ୍ୟକ୍ତିଙ୍କର ପାଦୃଭାବ ବଢ଼ିବା ସହ ମହିଳା, ଯୁବତିମାନେ ଅସୁରକ୍ଷିତ ମଣୁଛନ୍ତି । ସନ୍ଧ୍ୟା ହେଲେ ମଦ୍ୟପାନ କରି ଗାଳିଗୁଲଜ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ମଦ ପାଇଁ ଭିଡ ଜମାଇବା ସହ ରାସ୍ତା ଉପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । କେବଳ ହରିପୁର ପଞ୍ଚାୟତ ନୁହେଁ ବରଂ ପାଖରେ ଥିବା ଅନ୍ୟ ଦୁଇଟି ପଞ୍ଚାୟତ ନଇରୀ ଓ ହାଟବରଡି ଲୋକଙ୍କ ରୋଜଗାର କରୁଥିବା ବେଳେ ସବୁକିଛି ମଦ ଦୋକାନରେ ଯାଉଥିବାର ମହିଳା ମାନେ ଅଭିଯୋଗ କରିଛନ୍ତି ।

ତେବେ ଏ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଗତ ମାସ ୨୦ ତାରିଖରେ ପଞ୍ଚାୟତରେ ଏକ ବୈଠକ ହୋଇଥିବା ସରପଞ୍ଚ ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି । ବୈଠକରେ ପ୍ରଥମେ ଉକ୍ତ ମଦ ଦୋକାନ ଉଚ୍ଛେଦ କରିବାକୁ ନିର୍ବାଚିତ ପ୍ରତିନିଧି ମାନେ ପ୍ରସ୍ତାବ ଦେଇଥିଲେ। ତେଣୁ ପଞ୍ଚାୟତରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଗତ ମାସ ପଞ୍ଚାୟତ ବୈଠକରେ ଆଗତ ହୋଇଥିବା ମଦ ଦୋକାନ ଉଚ୍ଛେଦ ପ୍ରସ୍ତାବ ଏ ଦିଗରେ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଯଦି ଆଗକୁ ଜିଲ୍ଲା ପ୍ରଶାସନ ଏହି ମଦ ଦୋକାନ ବନ୍ଦ ନକରନ୍ତି, ସେମାନେ ନିଜେ ମଦ ଦୋକାନ ଭାଙ୍ଗିବାକୁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ମଦ ଦୋକାନ ଉଚ୍ଛେଦ ଦାବିରେ ରାସ୍ତାରୋକ, ଛାତ୍ର ଓ ମହିଳା କଂଗ୍ରେସର ବିକ୍ଷୋଭ


ଖୋର୍ଦ୍ଧା, ଇଟିଭି ଭାରତ

ABOUT THE AUTHOR

...view details