ଓଡିଶା

odisha

ETV Bharat / state

ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନି ପ୍ରଶାସନ, ଧାରଣାରେ ବସିଲେ କଣ୍ଟାପଡ଼ା ବ୍ଲକ ଲୋକ - protest of villagers

Villagers on Strike in Kantapada: ବ୍ଲକ ପ୍ରଶାସନର ଅସହଯୋଗ ପାଇଁ କଣ୍ଟାପଡ଼ାର ଉନ୍ନୟନ କାର୍ଯ୍ୟ ଠପ ହୋଇପଡ଼ିଛି । ପ୍ରତିବାଦରେ ଧାରଣାରେ ବସିଛନ୍ତି ପ୍ରତିନିଧି ଏବଂ ଅଞ୍ଚଳବାସୀ । ଅଥିକ ପଢ଼ନ୍ତୁ

ଧାରଣାରେ ବସିଲେ କଣ୍ଟାପଡ଼ା ବ୍ଲକ ଲୋକ
ଧାରଣାରେ ବସିଲେ କଣ୍ଟାପଡ଼ା ବ୍ଲକ ଲୋକ

By ETV Bharat Odisha Team

Published : Jan 25, 2024, 6:51 AM IST

ଧାରଣାରେ ବସିଲେ କଣ୍ଟାପଡ଼ା ବ୍ଲକ ଲୋକ

ନିଆଳି: ଠପ୍‌ ହୋଇପଡିଛି ବିକାଶ କାର୍ଯ୍ୟ । 2 ବର୍ଷ ହେଲା ବ୍ଲକରେ ହେଉନି କିଛି ଉନ୍ନତିମୂଳକ କାର୍ଯ୍ୟ । ପଡି ରହିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ । ଅଭିଯୋଗ ପରେ ବି କେହି ଶୁଣିନାହାନ୍ତି । ଏଭଳି ଅଭିଯୋଗ ଆଣି ପ୍ରଶାସନର ଅବହେଳା କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କଣ୍ଟାପଡ଼ା ବ୍ଲକର ଲୋକେ । ସେମାନେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଧାରଣା ଦେବା ସହିତ ବ୍ଲକ ଘେରାଉ କରିଛନ୍ତି ।

ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ବର୍ଷ ଧରି ବ୍ଲକ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନାହିଁ । ପଡ଼ିଛି ରହିଛି କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ଅନୁଦାନ । ପ୍ରଶାସନଙ୍କୁ ଲିଖିତ ଭାବରେ ଜଣାଇଲେ ପରେ ବି ପ୍ରଶାସନ ଶୁଣୁନାହିଁ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ପ୍ରଶାସନ ଅସହଯୋଗ ପାଇଁ ବ୍ଲକ ଅଧିନ ୧୪ ଗୋଟି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଦୁଇ ବର୍ଷ ହେବ ଠପ୍ ରହିଛି । ଯାହାକୁ ବିରୋଧ କରି ଜନ ପ୍ରତିନିଧି, ବୃଦ୍ଧିଜୀବୀ ଏବଂ ବିଭିନ୍ନ ପଞ୍ଚାୟତର ଅଞ୍ଚଳବାସୀ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଧାରଣା ଦେବା ସହିତ ବ୍ଲକ ଘେରାଉ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ବଢୁଛି ‘ଇଣ୍ଡିଆ’ ମେଣ୍ଟରେ ଫାଟ: ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ କରିବନି AAP, ବଙ୍ଗରେ ମନା କରିସାରିଛନ୍ତି ଦିଦି

ଅଭିଯୋଗ ଅନୁସାରେ ଦୀର୍ଘ ଦୁଇ ବର୍ଷ କଣ୍ଟାପଡ଼ା ବ୍ଲକ ପ୍ରଶାସନର ଅସହଯୋଗ କାରଣରୁ ବ୍ଲକ ଅଧିନରେ ଥିବା ୧୪ ଗୋଟି ପଞ୍ଚାୟତରେ ରାସ୍ତାଘାଟ, ମନରେଗା ଯୋଜନା, ଆମ ଓଡ଼ିଶା ନବୀନ ଓଡିଶା, ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା, ଜି.ଆଇ.ଏ, ବିଧାୟକ ଏବଂ ସାଂସଦଙ୍କ ଅନୁଦାନ ସମେତ ବ୍ଲକ ସ୍ତରୀରେ ଆସୁଥିବା ଯୋଜନା କାର୍ଯ୍ୟ କିଛି ହେଉନାହିଁ । ଫଳରେ ସେଠାକାର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଫଳରେ ସେହି ଗ୍ରାମ ଗୁଡ଼ିକର ଲୋକ ପ୍ରତିନିଧି ମାନେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ତେବେ ଗତକାଲି (ବୁଧବାର) ବିଡିଓ ବ୍ଲକ କାର୍ଯ୍ୟାଳୟରେ ନଥିବାରୁ କଣ୍ଟାପଡ଼ା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁବି ତପ୍ତସିନ ଦାସ ଧାରଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ଏହାସହ ଦାବିପତ୍ର ଗ୍ରହଣ କରିବା ସହ କଟକ ଜିଲ୍ଲା ପ୍ରଶାସନଙ୍କ ଆଲୋଚନା ପରେ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details