ଖୋର୍ଦ୍ଧା: ଗତ କିଛି ବର୍ଷ ଧରି ବ୍ରାଉନସୁଗାରର ହବ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲା ପୋଲିସ, ଅବକାରୀ ବିଭାଗ ଓ ଏସଟିଏଫ ବିଗତ ଦିନରେ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଥିଲେ ମଧ୍ୟ ଏ ବେପାର କମିବାର ନାଧରୁନି । ଏବେବି ପୋଲିସର ଦୃଷ୍ଟି ଆଢୁଆଳରେ ଚାଲିଛି ଧଳା ଜହର ବେପାର । ବିଶେଷକରି ସହରରେ ଏହି ବେପାର ପେଣ୍ଠସ୍ଥଳୀ ଥିବାବେଳେ ଏବେ ଏହା ଗ୍ରାମାଞ୍ଚଳ ମୁହାଁ ହୋଇଛି । ଗ୍ରାମାଞ୍ଚଳର ଶିକ୍ଷିତ ବେକାରୀ ଯୁବକମାନେ ଏହି ନିଶା କବଳରେ ପଡି ଅବାଟରେ ଯାଉଥିବା ଦେଖିବାକୁ ମିଳୁଛି ।
ବ୍ରାଉନସୁଗାର କାରବାର ବନ୍ଦ ପାଇଁ ଥାନାରେ ଗ୍ରାମବାସୀ (ETV Bharat Odisha) ଉଚ୍ଚ ଶିକ୍ଷିତ ଯୁବକମାନେ କାମଧନ୍ଦା ନପାଇବାରୁ ନିଶା ଖାଇ ବିଭିନ୍ନ ସମୟରେ ଚୋରୀ ଡକାୟତି ଓ ରାହାଜାନୀରେ ସମ୍ପୃକ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ସେପଟେ ନିଶା ଖାଇ ଅବାଟକୁ ଯାଉଥିବା ନିଜ ପିଲାଙ୍କୁ କିପରି ନିଶା କବଳରୁ ରକ୍ଷା କରିବେ ସେଥିପାଇଁ ବାରମ୍ବାର ପରିବାର ଲୋକମାନେ ନିଶା ନିବାରଣ କେନ୍ଦ୍ର ତ ଆଉ କେତେବେଳେ ପିଲାମାନଙ୍କ ନାମରେ ମାମଲା କରିବାକୁ ପଛାଉ ନାହାନ୍ତି । ସେହିପରି ଆଜି ବାଘମାରୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ ।
ଆଜି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରେ ନିଶା ଖାଉଥିବା ପିଲାମାନଙ୍କ ପରିବାର ଲୋକ ଏକତ୍ରୀତ ହୋଇ ବାଘମାରୀ ଥାନାରେ ଅଭିେଯାଗ କରିଛନ୍ତି । ଏହାସହ ଗାଁରେ ଚାଲିଥିବା ବାଉନସୁଗାର କାରବାର ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । କିପରି ଗାଁରୁ ବ୍ରାଉନସୁଗାର ବେପାର ବନ୍ଦ ହେବ ଓ ତାଙ୍କ ପିଲାମାେନ ନିଶା ସେବନରୁ ବିରତ ହେବେ ସେ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବି କରି ବାଘମାରୀ ଥାନାରେ ମିଳିତ ଭାବେ ଲିଖିତ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ଧରପଗଡ; ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, 2 ଗିରଫ - Bhadrak Excise team Raid
ଅଭିଯୋଗ ଅନୁଯାୟୀ, ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମରେ କିଛି ନିଶା ମାଫିଆ ଦୀର୍ଘ ବର୍ଷ ଧରି ବ୍ରାଉନସୁଗାର ବେପାରରେ ଲିପ୍ତ ରହିଛନ୍ତି । ଏନେଇ ବାରମ୍ବାର ଅଭିେଯାଗ କରିବା ସତ୍ତ୍ବେ ପୋଲିସ ଚୁପ ବସି କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଗାଁରେ ନିଶା ବେପାର ଯୋଗୁ ଗାଁର ଯୁବପୀଢି ନିଶା ସେବନ କରି ବିଭିନ୍ନ ଅପରାଧ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି । ଗାଁରୁ ନିଶା ବେପାରୀକୁ ଗିରଫ କରି ନିଶା କାରବାର ବନ୍ଦ କରିବା ପାଇଁ ଆଜି ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଖୋର୍ଦ୍ଧା ଏସଡିପିଓ, ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ।
ଇଟିଭି ଭରାତ, ଖୋର୍ଦ୍ଧା