ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ସୂବର୍ଣ୍ଣପୁରରେ ଗ୍ରାମୀଣ କୃଷି କର୍ମଚାରୀଙ୍କ ଆନ୍ଦୋଳନ

Village agriculture official association stage protest : ଜିଲ୍ଲା କୃଷି ବିଭାଗର ଗ୍ରୀମୀଣ କୃଷି କର୍ମଚାରୀ ମାନେ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ 20 ତାରିଖରେ ରାଜ୍ୟ କୃଷି ଭବନ ଆଗରେ କୃଷି କର୍ମଚାରୀମାନେ ଆନ୍ଦୋଳନ କରିବେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 13, 2024, 5:57 PM IST

ବିଭିନ୍ନ ଦାବି ନେଇ ସୂବର୍ଣ୍ଣପୁରରେ ଗ୍ରାମୀଣ କୃଷି କର୍ମଚାରୀଙ୍କ ଆନ୍ଦୋଳନ
ବିଭିନ୍ନ ଦାବି ନେଇ ସୂବର୍ଣ୍ଣପୁରରେ ଗ୍ରାମୀଣ କୃଷି କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ ସୂବର୍ଣ୍ଣପୁରରେ ଗ୍ରାମୀଣ କୃଷି କର୍ମଚାରୀଙ୍କ ଆନ୍ଦୋଳନ

ସୁବର୍ଣ୍ଣପୁର: ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଜିଲ୍ଲା କୃଷି ବିଭାଗର ଗ୍ରୀମୀଣ କୃଷି କର୍ମଚାରୀମାନେ । ଆଜି (ମଙ୍ଗଳବାର) ସେମାନେ ଜିଲ୍ଲା କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ଗ୍ରାମୀଣ କୃଷି କର୍ମଚାରୀମାନେ ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କ ପାଖରେ ତାଙ୍କ ଦାବି ଉପସ୍ଥାପନ କରିଛନ୍ତି । ହେଲେ ରାଜ୍ୟ ସରକାର କୃଷି କର୍ମଚାରୀଙ୍କ ଦାବି ପ୍ରତି ଅବହେଳା ପ୍ରଦର୍ଶନ କରିବା ସହିତ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଆଜି ରାଜ୍ୟ ସଂଘର ଡାକରାରେ ଜିଲ୍ଲା ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...କ୍ୟାଡର ରୁଲ୍ ଦାବିରେ କୃଷି କ୍ଷେତ୍ର କର୍ମଚାରୀଙ୍କ ଆନ୍ଦୋଳନ

କୃଷି କର୍ମଚାରୀମାନେ କୃଷକମାନଙ୍କ ସହିତ ବର୍ଷସାରା ଚାଷ ଜମିରେ ପରିଶ୍ରମ କରୁଛନ୍ତି । ଗାଁ ଗାଁ ବୁଲି ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇ ଦେବା ସହିତ ସରକାରଙ୍କ କୃଷି ସହାୟତା ପ୍ରଦାନ କରୁଛନ୍ତି । କୃଷି କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଆଜି ରାଜ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ବିଶେଷକରି ଅଣଧାନ ଜାତୀୟ ଚାଷ ପନିପରିବା, ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ ସହିତ ପାନ ଚାଷ ପାଇଁ ବି ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ହେଲେ କୃଷି କର୍ମଚାରୀଙ୍କ ଦାବି ରାଜ୍ୟ ସରକାର ଶୁଣୁ ନ ଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ ...ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ, ଚାଷରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

ଏହା ସହିତ କୃଷି କର୍ମଚାରୀଙ୍କ ଗ୍ରେଡ ପେ ବୃଦ୍ଧି, କ୍ୟାଡର ପୁର୍ନଃଗଠନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ କୃଷି କର୍ମଚାରୀଙ୍କ ନିଯୁକ୍ତି ପ୍ରଦାନ, କୃଷି କର୍ମଚାରୀଙ୍କ ଯୋଗ୍ୟତା ଆଧାରରେ ପଦବୀ ପ୍ରଦାନ, ମଟର ସାଇକେଲ ପାଇଁ ଭତ୍ତା ଯୋଗାଣ ଆଦି ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ହେଲେ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଧାରଣା ଜାରି ରଖିବେ ବୋଲି କହିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ 20 ତାରିଖରେ ରାଜ୍ୟ କୃଷି ଭବନ ଆଗରେ କୃଷି କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ଭଳି ଆନ୍ଦୋଳନ ୩୦ଟି ଜିଲ୍ଲାରେ ମଧ୍ୟ ହେଉଛି ।

ଇଟିଭି ଭାରତ, ସୂବର୍ଣ୍ଣପୁର

ABOUT THE AUTHOR

...view details