ETV Bharat / sports

'କୋହଲିଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି ପାକିସ୍ତାନୀ; ଭାରତ ଆସିବା ଉଚିତ' - YOUNUS KHAN ON KOHLI

Champions Trophy 2025 : ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବା ଉଚିତ, କାରଣ କୋହଲିଙ୍କୁ ପୂରା ପାକିସ୍ତାନ ଅପେକ୍ଷା କରିଛି କହିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

YOUNUS KHAN ON KOHLI
YOUNUS KHAN ON KOHLI (ETV Bharat Odisha)

ହାଇଦ୍ରାବାଦ : ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ପାକିସ୍ତାନରେ ଖେଳାଯିବ, ଯେଉଁଥିପାଇଁ ପିସିବି ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛି । କିନ୍ତୁ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାପୂର୍ବରୁ ଉଭୟ ଦେଶର ଅନେକ ପୂର୍ବତନ କ୍ରିକେଟର ଭାରତୀୟ ଦଳର ପାକିସ୍ତାନ ଯିବା ନେଇ ନିଜର ମତ ଦେଇଛନ୍ତି । ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ୟୁନିସ୍ ଖାନ ମଧ୍ୟ ଏହି ପ୍ରସଙ୍ଗରେ ମତ ରଖିଛନ୍ତି । ସେ ପାକିସ୍ତାନ ଗସ୍ତ କରିବାକୁ ଭାରତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ପାକିସ୍ତାନରେ ସବୁଠାରୁ ଲୋକପ୍ରିୟ ଖେଳାଳି ବୋଲି ବର୍ଣ୍ଣନା କରିଛନ୍ତି ।

'କୋହଲି ଏଠାରେ ଖେଳନ୍ତୁ ବୋଲି ଚାହୁଁଛନ୍ତି ସବୁ ପାକିସ୍ତାନୀ' :-

ମେଲବର୍ଣ୍ଣରେ କ୍ରିକେଟ୍ ଅଷ୍ଟ୍ରେଲିଆ ସମର ଫେଷ୍ଟିଭାଲରେ ଅଂଶଗ୍ରହଣ କରିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୂର୍ବତନ ପାକିସ୍ତାନୀ କ୍ରିକେଟର ୟୁନିସ୍ ଖାନ୍ ଏହି କଥା କହିଛନ୍ତି । ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, "ଭାରତୀୟ ପିଚ୍‌ରେ ଖେଳିବା ପରେ ଆମ ଖେଳାଳିଙ୍କର ଦକ୍ଷତା ମଧ୍ୟ ବଢ଼ିଯାଇଥିଲା, କାରଣ ଆମେ ଚାପ ନିୟନ୍ତ୍ରଣ କରିବାକୁ ଶିଖିଥିଲୁ । ପାକିସ୍ତାନକୁ ଭାରତ ଆସିବା ଉଚିତ, କାରଣ ପାକିସ୍ତାନରେ କ୍ରିକେଟ୍ ପ୍ରଶଂସକମାନେ ବିରାଟ କୋହଲିଙ୍କ ଭଳି ଷ୍ଟାରଙ୍କୁ ଏଠାରେ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ଭାରତର ଅନେକ ଷ୍ଟାର ଖେଳାଳିମାନେ ପାକିସ୍ତାନ ଆସି କ୍ରିକେଟ୍ ଖେଳିଛନ୍ତି ।"

'ବିରାଟଙ୍କ ଫ୍ୟାନ ଫଲୋଇଂ ବଢ଼ିଯିବେ' :-

ପାକିସ୍ତାନର ପୂର୍ବତନ ଖେଳାଳି ଏହା ମଧ୍ୟ କହିଛନ୍ତି, "ଯଦି ବିରାଟ କୋହଲି କ୍ରିକେଟ୍ ଖେଳିବାକୁ ଏଠାକୁ ଆସନ୍ତି, ତେବେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ।" ଭାରତ ଗସ୍ତକୁ ମନେ ପକାଇ ୟୁନିସ ଖାନ କହିଛନ୍ତି, "ଯେତେବେଳେ ଆମେ ଭାରତ ଖେଳିବାକୁ ଯାଇଥିଲୁ, ସେତେବେଳେ ଆମର ପ୍ରଶଂସକ ବହୁତ ବୃଦ୍ଧି ପାଇଥିଲେ ।"

ଭାରତ ନଗଲେ ଶ୍ରୀଲଙ୍କାକୁ ମିଳିପାରେ ସୁଯୋଗ :-

ପ୍ରକାଶ ଥାଉ, ଚାମ୍ପିୟନ୍ସ ଟ୍ରଫି 2025 ଆସନ୍ତା ବର୍ଷ ଫେବୃଆରୀରେ ଆରମ୍ଭ ହେବ ଏବଂ ମାର୍ଚ୍ଚ 19ରେ ଏହି ହାଇ-ପ୍ରୋଫାଇଲ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ । କିନ୍ତୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ, ସେ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ । ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ସମୁଦାୟ 8ଟି ଦଳ ଅଂଶଗ୍ରହଣ କରିବେ । କିନ୍ତୁ ଯଦି ଭାରତ ପାକିସ୍ତାନ ନଯାଏ, ତେବେ ଶ୍ରୀଲଙ୍କା ଦଳ ଏହା ବଦଳରେ ପାକିସ୍ତାନ ଯାଇପାରେ । କାରଣ ଆଇସିସି ମାନ୍ୟତାରେ ଶ୍ରୀଲଙ୍କା ନବମ ସ୍ଥାନରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.