ଓଡିଶା

odisha

ETV Bharat / state

ଜଗତସିଂହପୁରରେ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଛୁଟି, ବିପଦରେ ପଶୁ ସଂପଦ - ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

Veterinary Doctors On Strike: ବିଭିନ୍ନ ଦାବି ନେଇ ଆନ୍ଦୋଳକୁ ଓହ୍ଲାଇଛନ୍ତି ପ୍ରଣୀ ଚିକିତ୍ସକ । ସାଧାରଣ ରୋଗରେ ପୀଡ଼ିତ ହୋଇଥିବା ପଶୁଙ୍କ ଚିକିତ୍ସା ପାଇଁ ଚାଷୀ ହନ୍ତସନ୍ତ । ଅଧିର ପଢନ୍ତୁ

ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଛୁଟି
ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଛୁଟି

By ETV Bharat Odisha Team

Published : Jan 30, 2024, 9:45 AM IST

ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଛୁଟି

ଜଗତସିଂହପୁର: ରାଜ୍ୟରେ ବିଭିନ୍ନ ଦାବି ନେଇ ଆନ୍ଦୋଳକୁ ଓହ୍ଲାଇଛନ୍ତି ପ୍ରାଣୀ ଚିକିତ୍ସକ । ଏହାସହ ସାମୂହିକ ଛୁଟି ନେଇଛନ୍ତି ପ୍ରାଣୀ ଚିକିତ୍ସକ । ଯାହାଫଳରେ ରାଜ୍ୟରେ ପ୍ରାଣୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ଏହାରି ଭିତରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସମସ୍ତ ପ୍ରାଣୀ ଚିକିତ୍ସକ ସାମୂହିକ ଛୁଟିରେ ଯାଇଛନ୍ତି । ଜିଲ୍ଲାର ସମସ୍ତ ଡାକ୍ତରଙ୍କ ପଦୋନ୍ନତି, ୨୪ ଘଣ୍ଟିଆ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି ଦାବିକୁ ନେଇ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗତ ୧୮ ତାରିଖରୁ ଜଗତସିଂହପୁର ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକମାନେ ସାମୁହିକ ଛୁଟିରେ ଯିବାପରେ ପଶୁ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲାର ପ୍ରାୟ ଦୁଇଶହ ପାଖାପାଖି ପ୍ରାଣୀ ଚିକିତ୍ସକ କାର୍ଯ୍ୟବନ୍ଦ କରିଥିବାରୁ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ବିଭିନ୍ନ ଦାବି ନେଇ ପ୍ରାଣୀ ଚିକିତ୍ସକମାନେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୀରବ ଧାରଣା ଦେଇଛନ୍ତି ।

ତେବେ ପ୍ରାଣୀ ଚିକିତ୍ସକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ପ୍ରାଣୀ ଚିକିତ୍ସା ପାଇଁ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କୁ ପଦୋନ୍ନତିରେ ଅବହେଳା ସୃଷ୍ଟି କରିଛନ୍ତି । ବିନା ପଦୋନ୍ନତିରେ ପ୍ରାଣୀ ଚିକିତ୍ସକମାନଙ୍କ ଉପରେ କାର୍ଯ୍ୟର ଚାପ ସୃଷ୍ଟି, ପ୍ରାଣୀ ଚିକିତ୍ସା ସେବାରେ ବ୍ୟାପକ ରୂପାୟନ ଏବଂ ସାଧାରଣ ଡାକ୍ତରଖାନା ଭଳି ପଶୁମାନଙ୍କ ପାଇଁ 24 ଘଣ୍ଟିଆ ସେବା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...4 ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ...ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ କର୍ମଚାରୀ, ଦାବି ପୂରଣ ନହେଲେ 29ରୁ ଆନ୍ଦୋଳନ

ଏହାସହ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପ୍ରାଣୀ ଚିକିତ୍ସକଙ୍କ ସହ ରାଜ୍ୟ ସରକାର ଅଧିନରେ କାର୍ଯ୍ୟ କରୁଥିବା ଚିକିତ୍ସକଙ୍କୁ ସମାନ ପଦୋନ୍ନତି ଓ ସମାନ ସୁବିଧା, ଜଟିଳ ରୋଗରେ ଆକ୍ରାନ୍ତ ପ୍ରାଣୀଙ୍କୁ ସ୍ଥାନାନ୍ତର ସୁବିଧା, ପ୍ରାଣୀ ଚିକିତ୍ସାକୁ ସମ୍ପୂର୍ଣ୍ଣ ନିଶୁଳ୍କ କରିବା ଓ ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି କରିବା ପାଇଁ ଦାବି କରାଯାଇଛି । ସରକାର ଯଦି ଏହି ଦାବି ଉପରେ ବିଚାର ନ କରନ୍ତି, ତେବେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଜିଲ୍ଲା ପ୍ରାଣୀ ଚିକିତ୍ସକ ସଂଘ । ଡାକ୍ତରମାନଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ପ୍ରାଣୀ ଚିକିତ୍ସା ଏକ ପ୍ରକାର ଠପ୍ ହୋଇଯାଇଛି ।


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details