ଓଡିଶା

odisha

ETV Bharat / state

ବାତ୍ୟା ଡରକୁ ବଢ଼ୁଛି ପରିବା ଦର, ଦାମ ଶୁଣି ଛାନିଆ ଖାଉଟି

ବାତ୍ୟା ବେଳେ ବଢିଲାଣି ପରିବା ଦର । ଆଳୁ ଛୁଇଁଲାଣି ୫୦ ଟଙ୍କା । ଏପଟେ ବାତ୍ୟା ଦରକୁ ସେପଟେ ବଢ଼ୁଛି ପରିବା ଦର । ଚିନ୍ତାରେ ଖାଉଟି

Vegetable Prices  HIKE
Vegetable Prices HIKE (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ବାତ୍ୟା 'ଦାନା' ପାଇଁ ପରିବା ଦର ଏବେ ଆକାଶ ଛୁଆଁ । ଆଳୁ, ପିଆଜ ଠାରୁ ଆରମ୍ଭ କରି ସବୁଜ ପନିପରିବା ସବୁ ଦର ବଢ଼ିଛି । ବାତ୍ୟା ଭୟକୁ ଏଣେ ପରିବା କିଣିବା ଚିନ୍ତି । ବ୍ୟବସାୟୀମାନେ ପରିବା ଚଢା ଦରରେ ବିକୁଥିବା ବେଳେ ଖାଉଟିଙ୍କ ହାଣ୍ଡିଶାଳରେ ମହଙ୍ଗାମାଡ । ରାଜଧାନୀ ଭୁବନେଶ୍ୱରରେ ବାତ୍ୟା ଆଶଙ୍କାର ଏହି ମାହାଙ୍ଗା ମାଡ ଦେଖିବାକୁ ମିଳିଛି । ସବୁର ଦରଦାମ ବଢି ୧୦୦ ଟଙ୍କା ପାର ହେଲାଣି । କାରଣ ବାତ୍ୟାର ଆଶଙ୍କାରେ ଲୋକେ ଭୟବିତ ହୋଇ ଆବଶ୍ୟକ ତା ଠାରୁ ଅଧିକ ପରିବା ମହଜୁଦ ରଖିବା ପାଇଁ ନେଉଥିଛନ୍ତି । ଗ୍ରାହାକଙ୍କ ଚାହିଦାକୁ ଦେଖି ଦର ମଧ୍ୟ ବୃଦ୍ଧି ପାଉଛି ।

ସବୁ ପରିବା ଦର ଆକାଶଛୁଆଁ:

ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ଭୟଭିତ ଲୋକ । ଏପଟେ ପରିବା ବଜାରରେ ଦରଦାମ ବୃଦ୍ଧି । କିଲୋ ଜାଗାରେ ଗ୍ରାହକ ଅଢେଇ କେଜି ବା ତିନି କେଜି ପରିବା ନେଉଛନ୍ତି । ଦର ଅଧିକା ପାଇଁ ୫୦୦ ଟଙ୍କାରେ ବି ବ୍ୟାଗ ଭରୁନି । ଏନେଇ ଜଣେ ଗ୍ରାହକ କହିଛନ୍ତି, "ବାତ୍ୟାର ସ୍ଥିତିକୁ ନଜରରେ ରଖି ପରିବା ନେବାକୁ ପଡୁଥିବା ବେଳେ ଦରବୃଦ୍ଧି ହେଲେ ବି ପରିବା ନେବାକୁ ବାଧ୍ୟ ହେଉଛୁ । ସବୁ ପରିବାର ଦର ୫୦ ଟଙ୍କା ଉପରେ ରହିଛି । ଆଳୁ କିଲୋ ୫୦ ଛୁଇଁଲାଣି, ବାଇଗଣ ଓ ଟମାଟୋ ୮୦ ଟଙ୍କା ହେଲାଣି । ବାତ୍ୟାର ଆଶଙ୍କାକୁ ନେଇ ଲୋକ ଭିଡ ହେବାରୁ ପରିବା ଦର ସେଭଳି ବଢି ଚାଲିଛି । ଏପରିକି ଡାଲି ଓ ତେଲର ଦମ ବି ବଢିଛି । ବାତ୍ୟାର ଆଶଙ୍କା ହୁଏତ ଲୋକଙ୍କୁ ପରିବା ନେବା ପାଇଁ ବାଧ୍ୟ କରୁଥାଏ, କିନ୍ତୁ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଲୋକମାନେ ମହାଙ୍ଗାର ସମ୍ମୁଖୀନ ଯହେଉଛି । ଯାହା ସେମାନଙ୍କ ପାଇଁ ବେଶ କଷ୍ଟସାଧ୍ୟ ରହୁଛି । ତେଣୁ କଳାବଜାରୀ ଉପରେ ଧ୍ୟାନ ଦେଇ ଯଦି ସରକାର ଦର ଉପରେ ନିୟନ୍ତ୍ରନ ଆଣିପାରନ୍ତେ ତେବେ ସାଧାରଣ ଖାଉଟି ଉପକୃତ ହୁଅନ୍ତା ।"

Vegetable Prices hike (ETV Bharat Odisha)


ବଢ଼ୁଛି ପରିବା ଦର:

ଅନ୍ୟପଟେ ଆଳୁ ଓ ପରିବା ବ୍ୟବସାୟୀ କହିଛନ୍ତି, "ବାତ୍ୟାର ଆଶଙ୍କାକୁ ନେଇ ଘରେ ପରିବା ମହଜୁଦ ରଖିବା ପାଇଁ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ପରିବା ନେଉଥିବା ବେଳେ ଦୁଇ ଦିନ ହେବ ପରିବାର ଦର ବଢିଛି । ଦର ସମାନ ରହିଛି, କିନ୍ତୁ ବିକ୍ରି ଅଧିକ ହେଉଛି । ଯେଉଁଥିପାଇଁ ଆଳୁର ଅଭାବୀ ବିକ୍ରି ଦେଖିବାକୁ ମିଳିଛି ।" ସେହିପରି ଆଉ ଜଣେ ବ୍ୟବସାୟୀ କହିଛନ୍ତି, " ବର୍ଷା ପ୍ରଭାବରେ ଫସଲ କିଛି ନଷ୍ଟ ହୋଇଥିବା ବେଳେ ପରିବାର ଆମଦାନୀ କମ ରହିଛି । ଏବେ ବାତ୍ୟାକୁ ନେଇ ଲୋକମାନେ ଅଧିକ ପରିବା ନେଉଥିବା ବେଳେ ପରିବାର ଦର ୧୦ରୁ ୨୦ ଟଙ୍କା ଯାଏଁ ବୃଦ୍ଧି ହୋଉଛି ।

ଏହା ମଧ୍ୟ ପଢ଼ନ୍ତୁ...ପରିବା ବଜାରରେ ନିଆଁ ! ବାତ୍ୟା ପାଇଁ ହଠାତ୍‌ ବଢ଼ିଗଲା ଦର, ବାପରେ କି ରେଟ୍‌

ଏହା ମଧ୍ୟ ପଢ଼ନ୍ତୁ...ଦାନା ପାଣି ବୁଡ଼ାଇବ ବାତ୍ୟା 'ଦାନା' ! ଚିନ୍ତାରେ ନିଆଳି ଧାନ ଓ ପାନ ଚାଷୀ

ଏହା ମଧ୍ୟ ପଢ଼ନ୍ତୁ...ସମ୍ଭାବ୍ୟ ବାତ୍ୟା ଗଭୀର ଅବପାତରେ ପରିଣତ, ପାରାଦ୍ବୀପରୁ 690 କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା, ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି

ପନିପରିବା କିଲୋପ୍ରତି ଦର:

  • ଆଳୁ: ୪୦ ରୁ ୫୦ ଟଙ୍କା
  • ପିଆଜ: ୬୦ ରୁ ୭୦ ଟଙ୍କା
  • ପୋଟଳ: ୮୦ ଟଙ୍କା
  • ବାଇଗଣ: ୬୦ରୁ ୮୦ ଟଙ୍କା
  • କାଙ୍କଡ଼: ୮୦ରୁ ୧୦୦ ଟଙ୍କା
  • ବିନ୍ସ: ୧୨୦ରୁ ୧୪୦ ଟଙ୍କା
  • ଟମାଟ: ୧୦୦ ଟଙ୍କା
  • ଭେଣ୍ଡି: ୮୦ ଟଙ୍କା
  • ଝୁଡ଼ଙ୍ଗ: ୮୦ ଟଙ୍କା
  • କଲରା: ୮୦ ଟଙ୍କା

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details