କଟକ/ଭୁବନେଶ୍ବର: କନ୍ଦାଉଛି ପରିବା ଦର । ଯେଉଁ ପରିବାକୁ ହାତ ମାରିବ ସବୁର ଦର 50 ପାର୍ । ପକେଟ ଖାଲି ସିନା ହେଉଛି ପୁରୁନି ବ୍ୟାଗ । ଏପଟେ ଗୃହିଣୀ ମୁଣ୍ଡରେ ହାତ ଦେଲେଣି ରାନ୍ଧିବେ କଣ ? ପରିବା ଦରକୁ ନେଇ ସାଧାରଣ ଲୋକେ ଟିଏ ଖାଇବ କଣ ? ଭାବୁଥିବା ବେଳେ ଏପରି ସ୍ଥିତିରେ ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର । ଖାଉଟି ମନ୍ତ୍ରୀ କହିଛନ୍ତି, ‘ସବୁ ନର୍ମାଲ ଅଛି । ଆଳୁ ପିଆଜ ଦର ବି ଠିକ୍ ଅଛି ।’ ମନ୍ତ୍ରୀଙ୍କ ଏପରି ଉତ୍ତରକୁ ନେଇ ଏବେ ରାଜନୀତି ବି ସରଗରମ ହୋଇଉଠିଛି ।
ମନ୍ତ୍ରୀଙ୍କ ବୟାନ ସବୁ ନର୍ମାଲ ଅଛି:ଆଜି କଟକ ଗସ୍ତରେ ଆସିଥିବା ଖାଉଟି ମନ୍ତ୍ରୀ ହଠାତ୍ ପହଞ୍ଚିଥିଲେ ଛତ୍ରବଜାର ପରିବା ମଣ୍ଡିରେ । ପରିବା ଦର ସମୀକ୍ଷା କରିବା ସହ ନିଜେ ମଧ୍ୟ ପରିବା କିଣିଥିଲେ । ପୋଟଳ କିଲୋପ୍ରତି ୬୦ ଟଙ୍କାରେ କିଣିଥିବା ନିଜେ କହିଛନ୍ତି ମନ୍ତ୍ରୀ । ପରିବା ଦରରେ ନିଆଁ ଲାଗିଥିବା ବେଳେ ମନ୍ତ୍ରୀ କହିଛନ୍ତି ଦର ସେହିଭଳି ଉଚ୍ଚାନାହିଁ । ସେ ଆହୁରି କହିଥିଲେ, ‘ପରିବା ଦର ସେମିତି କିଛି ବଢି ନାହିଁ । ସବୁ ନର୍ମାଲ ଅଛି । ଆଳୁ,ପିଆଜ,ଦର ବି ଠିକ ଅଛି । ଯେଉଁ ଦର ବୃଦ୍ଧି ପାଇଛି, ତାହାର କାରଣ ହେଉଛି ଆମେ ସାଧାରଣତଃ ବାହାର ରାଜ୍ୟର ପରିବା ଉପରେ ନିର୍ଭର କରୁ । ସେଠାରେ ଦର ଉଚ୍ଚା ରହୁଥିବାରୁ ଓଡ଼ିଶାରେ ପରିବା ଦର ଉଚ୍ଚା ରହୁଛି । ଏହି ସ୍ଥିତି ୧୫ ଦିନ ପରେ ବଦଳିବ । ଭଲ ବର୍ଷା ହେଲେ ସ୍ଥାନୀୟ ପରିବା ଆସିଲେ ସ୍ଥିତିର ସ୍ବାଭାବିକ ହେବ ।’
ଏହା ମଧ୍ୟ ପଢନ୍ତୁ:ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ, ବେଲଗାମ ହେଉଛି ପନିପରିବା ଦର
‘ଦର ବୃଦ୍ଧି ପଛରେ ବିଜେଡି ଦାୟୀ’: ଏହି ଅବସରରେ ଦରର ଅହେତୁକ ବୃଦ୍ଧି ନେଇ ମଧ୍ୟ ବିଜେଡିକୁ ଦାୟୀ କରିଥିଲେ ମନ୍ତ୍ରୀ । ଟାର୍ଗେଟ କରି କହିଥିଲେ, ‘ଆଳୁ ପିଆଜ ଭଳି ଅନ୍ୟାନ୍ୟ କଞ୍ଚା ପରିବା ବୃଦ୍ଧି ପାଇଁ ପୂର୍ବ ସରକାର ଦାୟୀ’ । ଚାଷ ପାଇଁ ସେହିପରି କୌଣସି ସୁବିଧା ନ କରିବାରୁ ଆଜି ଏହିଭଳି ସମସ୍ୟା ସୃଷ୍ଟି ହୋଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି । ତେବେ ନୂଆ ସରକାର ଶୀତଳ ଭଣ୍ଡାରର ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକି ଚାଷୀ ମାନଙ୍କ ପାଇଁ ବେଶ ସହାୟକ ହେବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।