ଭୁବନେଶ୍ବର: ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡିଶା-2025’ କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବ । ଭାରତର ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ଅଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ‘ଉତ୍କର୍ଷ ଓଡ଼ିଶା:ମେକ ଇନ ଓଡିଶା-2025’ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗଦେବେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ 7500 ରୁ ଅଧିକ ଶିଳ୍ପ ପ୍ରତିନିଧି ପଞ୍ଜିକରଣ କରିଛନ୍ତି । 16ଟି ଦେଶର କୂଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି ଏସ୍ ଏଲ ମିତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି.ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବେ । ଷ୍ଟାର୍ଟ ଅପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ୱିମେନ ଓଡ଼ିଶା ବା ‘ସୁଭଦ୍ରା’ ଯୋଜନା ଜରିଆରେ ସଶକ୍ତିକରଣ ବିଷୟରେ ଆଲୋଚନା ହେବ ।
- ଉତ୍କର୍ଷ ଓଡ଼ିଶାରୁ 5 ଲକ୍ଷ କୋଟି ପୁଞ୍ଜିନିବେଶ ଆଶା :
ସିନେମା ଓ ଗଣମାଧ୍ୟମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା, ଅଣୁ ଏବଂ କ୍ଷୁଦ୍ର ଶିଳ୍ପ ଗୁଡିକୁ ପ୍ରୋତ୍ସାହିତ କରିବ । ଭାରତର ଶିଳ୍ପ ବିପ୍ଳବର ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ ହୋଇଛି । ନୂଆ ସରକାର ଆସିବାର 7 ମାସ ମଧ୍ୟରେ 159ଟି ଶିଳ୍ପ ପ୍ରକଳ୍ପକୁ ଆମେ ମଞ୍ଜୁରୀ ଦେଇଛୁ । 2 ଲକ୍ଷ 75 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶାକୁ ଆସିଛି । ଏଥିରେ 2 ଲକ୍ଷ 15 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରୁ 5 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଛୁ । ଏମଓୟୁ କରିବା ଓ ଗ୍ରାଉଣ୍ଡିଂ କରିବା ଭିନ୍ନ କଥା । ଆମେ ଯେତିକି ଏମଓୟୁ କରିବୁ ସେତିକି ଗ୍ରାଉଣ୍ଡିଂ ବି କରିବୁ । ଯେଉଁ ଶିଳ୍ପ ଜମି ନେଇ ଶିଳ୍ପ କରି ନାହାନ୍ତି ଆମେ ତାଙ୍କୁ ଚାପ ସୃଷ୍ଟି କରି ଶିଳ୍ପ ପ୍ରତିଷ୍ଠା ଚେଷ୍ଟା କରୁଛୁ । ଯେଉଁମାନେ ଶିଳ୍ପ କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
- ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ ହେବ ଓଡିଶା :
ଓଡିଶାକୁ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ ଇଂଜିନ ସରକାରଙ୍କ ଉଦ୍ୟମରେ ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ 2025 ଆୟୋଜନ ହେଉଛି । ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡିଶା ପୁଞ୍ଜୀନିବେଶ ଶିଖର ସମ୍ମିଳନୀ । ଚଳିତମାସ (ଜାନୁଆରୀ) 28ରୁ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶାରେ ନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ । ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଏହା ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।
- ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପୁଞ୍ଜି ବିନିଯୋଗ ସ୍ଥଳ ହେବାକୁ ଲକ୍ଷ୍ୟ :
ଖଣି, ରସାୟନ ଶିଳ୍ପ, ଧାତୁ ଶିଳ୍ପ, ବୟନଶିଳ୍ପ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି ଏବଂ ଆଇଟି ଭଳି କ୍ଷେତ୍ରରେ ପୁଂଜିନିବେଶ ପାଇଁ ବିଶେଷ ଧ୍ୟାନ ଦିଆଯିବ । ଏହି ସମ୍ମଳନୀ ମାଧ୍ୟମରେ ଏସବୁ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜବିନିଯୋଗ ଓ ସହଭାଗିତା ବଢାଇବା ଉପରେ ଗୁୁରୁତ୍ୱ ଦିଆଯିବ । ଏଥିପାଇଁ ଓଡ଼ିଶା ସରକାର ରୋଡ ସୋ, ଶିଳ୍ପ ପ୍ରତିନିଧିଙ୍କ ସହ ରାଉଣ୍ଡ ଟେବୁଲ ଆଲୋଚନା ହେବ । ରାଜ୍ୟର ନିବେଶ ଅନୁକୂଳ ନୀତି, ଅତ୍ୟାଧୁନିକ ଶିଳ୍ପ ଭିତିଭୂମି ଓ ଅର୍ଥନୀତି, ଜନସଂଖ୍ୟା ଏବଂ ଭୌଗୋଳିକ ଅବସ୍ଥିତି ବିଷୟରେ ମଧ୍ୟ ନିବେଶକମାନଙ୍କୁ ଅବଗତ କରୁଛୁ । ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପାଇଁ ରାଜ୍ୟ ନିଜକୁ ଏକ ପ୍ରମୁଖ ପୁଞ୍ଜବିନିଯୋଗ ସ୍ଥଳ ଭାବେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି ।
- ଦୀର୍ଘସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ଏବଂ ଆର୍ଥିକ ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ :