ଓଡିଶା

odisha

ETV Bharat / state

28ରେ ଆସିବେ ମୋଦି, ଉତ୍କର୍ଷ ଓଡ଼ିଶା କନକ୍ଲେଭ କରିବେ ଉଦଘାଟନ - PM MODI TO VISIT ODISHA

ଆସନ୍ତା 28ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବେ । ଆସିଲା ଗସ୍ତ ସୂଚୀ ।

ମୋଦିଙ୍କ ଓଡ଼ିଶା ଗସ୍ତ
ମୋଦିଙ୍କ ଓଡ଼ିଶା ଗସ୍ତ (ETV Bharat Odisha (File Pic))

By ETV Bharat Odisha Team

Published : Jan 22, 2025, 7:45 AM IST

ଭୁବନେଶ୍ବର: ଆସନ୍ତା 28ରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ମୋଦି । ଚଳିତ ମାସ ମୋଦିଙ୍କ ଏହା ଦ୍ବିତୀୟ ଗସ୍ତ ଅଟେ । ପ୍ରବାସୀ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗତ ଜାନୁଆରୀ 8ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ।

28ରୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ:

ଆସନ୍ତା 28ରେ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବାକୁ ଉତ୍କର୍ଷ ଓଡ଼ିଶା ସମ୍ମେଳନ(Make in Odisha Conclave 2025) । ଯାହାକି 2 ଦିନ ଅର୍ଥାତ 28 ଓ 29 ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ:

ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ଯୋଗ ଦେବାକୁ ଆସନ୍ତା 28ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମ ସୂଚୀ ଅନୁସାରେ, 28ରେ ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରି ସକାଳ 10ଟା 35ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ସକାଳ 10.40 ମିନିଟରେ ବିମାନ ବନ୍ଦରରୁ ବାହାରି ସିଧାସଳଖ ଜନତା ମଇଦାନ ଯିବେ । ଏହାପରେ ପୂର୍ବାହ୍ନ 11ଟା ଉତ୍କର୍ଷ ଓଡ଼ିଶା ସମ୍ମେଳନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ 11ଟାରୁ ମଧ୍ୟାହ୍ନ 12.30 ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହାପରେ ସମୟ 12.35ରେ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ 12.55 ମିନିଟରେ ସ୍ବତନ୍ତ୍ର ବିମାନ ଯୋଗେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତରେ ଯିବେ ।

ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ:

  1. ଜାନୁଆରୀ 28ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ
  2. ସକାଳ 10.35 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ
  3. 11ଟା ଜନତା ମଇଦାନରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କରିବେ
  4. ପ୍ରାୟ ଦେଢଘଣ୍ଟା କାର୍ଯ୍ୟକ୍ରମରେ ରହିବେ
  5. ସମୟ 12.35ରେ ନୂଆଦିଲ୍ଲୀ ଫେରିଯିବେ

ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ:

ଚଳିତ ମାସ ଜାନୁଆରୀ 8ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଚାଲିଥିବା 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସହ ଓଡ଼ିଶାକୁ ଭୂରି ଭୂରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ତା ପୂର୍ବରୁ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ:

ଉତ୍କର୍ଷ ଓଡିଶା କନକ୍ଲେଭ 2025 ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କଲେ ନିମନ୍ତ୍ରଣ

ଉତ୍କର୍ଷ ଓଡ଼ିଶାର ପ୍ରଥମ କଣ୍ଟ୍ରି ପାର୍ଟନର 'ସିଙ୍ଗାପୁର': ଓଡ଼ିଶା ଆସିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରଦୂତ

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ

ଉତ୍କର୍ଷ ଓଡ଼ିଶା ସମ୍ମେଳନ ସମ୍ପର୍କରେ...

ଆସନ୍ତା 28ରୁ ଦୁଇ ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମେଳନ ଆୟୋଜିତ ହେବ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମେଳନରେ 4ଟି ପ୍ଲେନାରୀ ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ରାଉଣ୍ଡ ଟେବୁଲ କନଫରେନ୍ସ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ 3000 ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାଟଅପ, ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ଥିବା ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details