ଓଡିଶା

odisha

ETV Bharat / state

ପୁଷ୍କରିଣୀ ମଝିରେ ମଣ୍ଡପ, ପାର୍ବଣରେ ପରିବେଶ ସୁରକ୍ଷାର ବାର୍ତ୍ତା - DUSSEHRA 2024

ପୋଖରୀ ମଧ୍ୟରେ ଭିନ୍ନ ଏକ ପୂଜା ମଣ୍ଡପ । ପ୍ରକୃତି ସୁରକ୍ଷାର ବାର୍ତ୍ତା ସହ ମହାକାଳଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁଷ୍କରିଣୀ ମଝିରେ ମଣ୍ଡପ, ପାର୍ବଣରେ ପରିବେଶ ସୁରକ୍ଷାର ବାର୍ତ୍ତା
ପୁଷ୍କରିଣୀ ମଝିରେ ମଣ୍ଡପ, ପାର୍ବଣରେ ପରିବେଶ ସୁରକ୍ଷାର ବାର୍ତ୍ତା (ETV Bharat Odisha)

By ETV Bharat Odisha Team

Published : Oct 13, 2024, 10:52 AM IST

ବୌଦ୍ଧ: ପାର୍ବଣରେ ପରିବେଶ ଚିନ୍ତା । ଜିଲ୍ଲାର ସର୍ବବୃହତ ଗ୍ରାମର ପୁଷ୍କରିଣୀକୁ ସ୍ବଚ୍ଛ ତଥା ବିଭିନ୍ନ କୀଟ ପତଙ୍ଗ, ପକ୍ଷୀ ତଥା ଜଳଚର ପ୍ରାଣୀମାନଙ୍କ ସୁରକ୍ଷାର ବାର୍ତ୍ତା ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁଷ୍କରିଣୀରେ ତିଆରି ହୋଇଛି ପୂଜା ମଣ୍ଡପ । ପୁଷ୍କରିଣୀ ଭିତରେ ଅଭିନବ ଶୈଳୀରେ ଯୁବ ଗୋଷ୍ଠୀ ପରିବେଶ ଓ ପ୍ରାଣୀସମ୍ପଦ ସୁରକ୍ଷାର ବାର୍ତ୍ତା ପ୍ରଚାର କରୁଛନ୍ତି । ଯାହାକି ବିଜୟା ଦଶମୀରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

  • ମା’ ଭୈରବୀଙ୍କ ପୀଠରେ ବିଜୟା ଦଶମୀ

ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବୈଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ପୁରୁଣା କଟକ ସ୍ଥିତ ମା’ ଭୈରବୀଙ୍କ ପୀଠରେ ବିଜୟା ଦଶମୀ ଅବସରରେ ମା’ଭୈରବୀଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଛି । ଏହାଛଡା ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଶହ ଶହ ସ୍ଥାନରେ ଥିବା ଶକ୍ତିପୀଠ ତଥା ପୂଜା ମଣ୍ଡପ ଗୁଡିକରେ ଦଶହରାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଆଲୋକମାଳାରେ ପୂଜା ମଣ୍ଡପଗୁଡିକ ଝଲସୁଛି । ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି ।

ପୁଷ୍କରିଣୀ ମଝିରେ ମଣ୍ଡପ, ପାର୍ବଣରେ ପରିବେଶ ସୁରକ୍ଷାର ବାର୍ତ୍ତା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ବୁଲିଲେ ବିଭିନ୍ନ ପୂଜା ମଣ୍ଡପ, ସାଇ ବାବାଙ୍କ ଆଶୀର୍ବାଦ କଲେ ଭିକ୍ଷା

ଏହା ମଧ୍ୟ ପଢନ୍ତୁ :- ଏହା ବି ପଢନ୍ତୁ- ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

  • ପୁଷ୍କରିଣୀ ମଧ୍ୟରେ ପୂଜା ମଣ୍ଡପ, ପ୍ରକୃତି ସୁରକ୍ଷାର ବାର୍ତ୍ତା

ଜିଲ୍ଲାର ସର୍ବବୃହତ ଗ୍ରାମ ସରସରା ଠାରେ ଅଭିନବ ଶୈଳୀରେ ବିଜୟା ଦଶମୀ ପାଳନ କରାଯାଇଛି । ଗ୍ରାମର ପୁଷ୍କରିଣୀ ମଧ୍ୟରେ ପ୍ରତ୍ୟେକ ବର୍ଷ ଭଳି ସ୍ବତନ୍ତ୍ର ମଣ୍ଡପରେ ମହାକାଳଙ୍କୁ ଆରାଧନା କରାଯିବା ସହିତ ପରିବେଶ ଓ ପ୍ରାଣୀସମ୍ପଦ ସୁରକ୍ଷାର ବାର୍ତ୍ତା ପ୍ରଚାର କରାଯାଇଛି । ମହୁମାଛି, ପ୍ରଜାପତି ଭଳି ବିଭିନ୍ନ କୀଟ ପତଙ୍ଗଠାରୁ ନେଇ କୁମ୍ଭୀର, କଇଁଛ, ହଂସ ଭଳି ବିଭିନ୍ନ ଜଳଚର ଜୀବଙ୍କ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ସଚେତନ କରାଇବା ସହିତ ପରିବେଶ ସୁରକ୍ଷା ପାଇଁ ମଧ୍ୟ ସଚେତନ କରାଯାଉଛି । ଏହି ମଣ୍ଡପ ପରିଦର୍ଶନ କରିବା ବେଳେ ଭକ୍ତିମାନେ ପରିବେଶ ଓ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ପ୍ରତି ସଚେତନ ହେବାର ବାର୍ତ୍ତା ପାଇବେ ବୋଲି କହିଛନ୍ତି ଆୟୋଜକ । ଚଳିତ ବର୍ଷ ପାର୍ବଣରେ ଏହି ଅଭିନବ ଶୈଳୀରେ ପରିବେଶ ସୁରକ୍ଷାର ବାର୍ତ୍ତା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details