ଓଡିଶା

odisha

ETV Bharat / state

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ; ବିକାଶମୂଳକ କାର୍ଯ୍ୟ ନେଇ ମାଳ ମାଳ ପ୍ରତିଶ୍ରୁତି - Nitin Gadkari at Krushnaprasad - NITIN GADKARI AT KRUSHNAPRASAD

Nitin Gadkari joins public rally at Krushnaprasad: ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଖୁବଶୀଘ୍ର ଏହି 2 ବ୍ରିଜ ନିର୍ମାଣ ଶେଷ କରି ଅଞ୍ଚଳବାସୀଙ୍କ ଦୁଃଖ ଦୂର କରିବାକୁ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରି
କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରି (ETV BHARAT ODISHA)

By ETV Bharat Odisha Team

Published : May 9, 2024, 9:18 PM IST

କୃଷ୍ଣପ୍ରସାଦରେ କେନ୍ଦ୍ରମନ୍ତ୍ରୀ ଗଡ଼କରି (ETV BHARAT ODISHA)

ପୁରୀ:ନିର୍ବାଚନକୁ ନେଇ ବାତାବରଣ ଏବେ ସରଗରମ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଲକ୍ଷ୍ୟ ରଖିଥିବା ବେଳେ ଦଳର ବରିଷ୍ଠ ନେତା ଓ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାକୁ ଘନ ଘନ ଗସ୍ତ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ପୁରୀ ଗସ୍ତ କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଖୁବଶୀଘ୍ର କୃଷ୍ଣପ୍ରସାଦ ବାସୀଙ୍କ ଦୁଃଖ ଦୂର ହେବ ବୋଲି କହିବା ସହ ଦେଇଛନ୍ତି ଅନେକ ପ୍ରତିଶ୍ରୁତି ।

ବିକାଶମୂଳକ କାର୍ଯ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରିଙ୍କ ମାଳ ମାଳ ପ୍ରତିଶୃତି (ETV BHARAT ODISHA)

ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦରେ ଏକ ବିରାଟ ଜନସଭାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନ ଭୋଟରମାନେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା ରଖି ବିଜେପିକୁ ବିପୁଳ ସଂଖ୍ୟାରେ ଜିତାଇବାକୁ ଅପିଲ କରିଛନ୍ତି ଗଡ଼କରି । କୃଷ୍ଣପ୍ରସାଦରେ ନିର୍ବାଚନ ସଭା ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ କହିଛନ୍ତି, "ସ୍ଵାଧୀନତାର 75 ବର୍ଷ ପରେ ବି କୃଷ୍ଣପ୍ରସାଦ ବାସୀଙ୍କ ଦୁଃଖ ଦୂର ହୋଇପାରିନାହିଁ । ପୂର୍ବରୁ ଥିବା କଂଗ୍ରେସ ଓ ଏବେ ରାଜ୍ୟରେ ଥିବା ବିଜେଡି ଦରକାର କୃଷ୍ଣପ୍ରସାଦ ବାସୀଙ୍କୁ ପ୍ରତାରଣା କରିଛନ୍ତି । କୃଷ୍ଣପ୍ରସାଦ ବାସୀଙ୍କ ମୁଖ୍ୟ ସମସ୍ୟା ଯୋଗାଯୋଗ ହୋଇଥିବା ବେଳେ ଏହାକୁ କୌଣସି ସରକାର ସମାଧାନ କରିବାରେ ସଫଳ ହୋଇନାହାନ୍ତି । କିନ୍ତୁ ବିଜେପି ସରକାର କୃଷ୍ଣପ୍ରସାଦ ବାସୀଙ୍କ ଦୁଃଖ ଦୂର କରିବ ।"

ବ୍ରିଜ ନିର୍ମାଣ ନେଇ ପ୍ରତିଶ୍ରୁତି:ସାତପଡ଼ାରୁ ମହିଶା ଏବଂ ମହିସାରୁ ଜହ୍ନି କୁଦାକୁ ଦୁଇଟି ବ୍ରିଜ ନିର୍ମାଣ କରାଯିବ । ଏନେଇ ମଞ୍ଜୁରୀ ଦେଇ ସାରିଛନ୍ତି । ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ବ୍ରିଜ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ ଆରମ୍ଭ ହୋଇଛି । ଖୁବଶୀଘ୍ର କୃଷ୍ଣ ପ୍ରସାଦ ବାସୀଙ୍କ ଦୁଃଖ ଦୂର ହେବ । ଚିଲିକାରେ ବ୍ରିଜ ନିର୍ମାଣ ହେବ । ତେବେ ଏହା କେବଳ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରିର ବିଜେପି ବିଧାୟକ ପ୍ରାର୍ଥିନୀ ଉପାସନା ମହାପାତ୍ରଙ୍କ ଯୋଗୁଁ ସମ୍ଭବ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଗତ ଜାନୁଆରୀ ମାସରେ ସମ୍ବିତ ଓ ଉପାସନା ଏହି ସମସ୍ୟାର ସମାଧାନ ପାଇଁ ତାଙ୍କୁ ଭେଟିଥିଲେ । ଆଉ କୃଷ୍ଣପ୍ରସାଦ ବାସୀଙ୍କ ଦୁର୍ଦ୍ଦଶାକୁ ସେ ଅନୁଭବ କରିବା ସହ ତୁରନ୍ତ ଏହି ବ୍ରିଜ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଥିଲେ । ତେବେ ଏଥିପାଇଁ କୃଷ୍ଣପ୍ରସାଦ ବାସୀ ଆଗାମୀ ନିର୍ବାଚନରେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନାଙ୍କୁ ବିପୁଳ ଭୋଟ ଦେଇ ଜିତାଇ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ, ନିର୍ବାଚନୀ ସଭାରେ ଦେବେ ଯୋଗ

ନରେନ୍ଦ୍ର ମୋଦିଙ୍କ ସରକାର ଗରିବ ଲୋକଙ୍କ ସରକାର । ଗରିବ ଲୋକଙ୍କ କିଭଳି ଉନ୍ନତି ହେବ, ଗ୍ରାମାଞ୍ଚଳରେ ମୌଳିକ ସମସ୍ୟା କିଭଳି ଦୂର ହେବ ତାହା ମୋଦିଜିଙ୍କ ଲକ୍ଷ୍ୟ । ଏଣୁ ଆଗାମୀ ନିର୍ବାଚନରେ ମୋଦିଜିଙ୍କ ହାତମୁଠାକୁ ମଜଭୁତ କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ପୁରୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦର ଚାରି ଛକ ପଡ଼ିଆରେ ଅନୁଷ୍ଠିତ ବିଜୟ ସେତୁ ସଂକଳ୍ପ ସମାବେଶ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏହି ସବୁ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ସହ ବିଜେପିର ବହୁ ନେତା ଓ କର୍ମୀ ସାମିଲ ହେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମ୍ବିତ ପାତ୍ର କହିଛନ୍ତି, "ଆସନ୍ତା 5 ବର୍ଷ ମଧ୍ୟରେ କୃଷ୍ଣ ପ୍ରସାଦ ବାସୀଙ୍କ ଦୁଃଖ ଦୂର ହେବ । ଚିଲିକାରେ ବ୍ରିଜ ନିର୍ମାଣ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିବେ ।" ଏଣୁ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଓ ଉପାସନା ମହାପାତ୍ରଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଭୋଟରମାନେ ଜିତାଇବାକୁ ସମ୍ବିତ ଅନୁରୋଧ କରିଛନ୍ତି ।

ପୁରୀବାସୀଙ୍କ ଲାଗି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଅନ୍ୟ ପ୍ରମୁଖ ପ୍ରତିଶ୍ରୁତି:-

  • ଭୁବନେଶ୍ୱରରେ ହେବ ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ ଓ ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା । ରିଂ ରୋଡ୍ କାମ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବ । ରିଂ ରୋଡ୍ ଦ୍ୱାରା କଟକ ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ଯିବା ଆସିବା ସୁବିଧା ହେବ । ଚିଲିକା ଉପରେ ପୋଲ ନିର୍ମାଣ ନେଇ ଗଡ଼କରୀ ଘୋଷଣା କରିଛନ୍ତି ।
  • ପୁରୀ ରାମେଶ୍ୱର ରାସ୍ତାକୁ 4 ଲେନ ସହ କଟକରୁ ପାରାଦୀପ ରାସ୍ତାକୁ ୪ ଲେନ୍‌ ୨୩୭୦ କୋଟିରେ ନିର୍ମାଣ ହେବ କହିଛନ୍ତି ନୀତିନ ଗଡ଼କରୀ ।
  • 2 ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ରାୟପୁରରୁ ବିଶାଖାପାଟଣା ୬ ଲେନ୍‌ ରାସ୍ତା ନିର୍ମାଣ ହେବ । ଡିସେମ୍ବର ସୁଦ୍ଧା ଏହାର କାମ ସରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
  • ରାୟପୁର ବିଶାଖାପାଟଣା ୬ ଲେନ୍ ରାସ୍ତା ହେବ । ମୁମ୍ବାଇ କୋଲକାତା ୪ ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ମୁମ୍ବାଇ କୋଲକାତା ରାସ୍ତାର ୪୫୦ କିମି ଓଡ଼ିଶାରେ ରହିବ । ରାଞ୍ଚି ଓ ସମ୍ବଲପୁର ମଧ୍ୟରେ ୪ ଲେନ୍ ୨୮୦ କିମି ରାସ୍ତା ୬ ହଜାର ୩୦୦ କୋଟିରେ ନିର୍ମାଣ ହେବ ।
  • ସମ୍ବଲପୁର ସହରରେ ୩୫ କିମିର ରିଂ ରୋଡ୍ ହେବ ଓ ଅକ୍ଟୋବରରୁ କାମ ଆରମ୍ଭ ହେବ ।
    ଟାଙ୍ଗୀ ଦୀଘା ରାସ୍ତାରେ ବ୍ରିଜ କରାଯାଇ ଦୁଇ ଏନଏଚକୁ ସଂଯୋଗ କରାଯିବ । ୨ଟି ପୋଲ ହେବ ଓ ୨ ଲେନ୍ ବିଶିଷ୍ଟ ହେବ ଉଭୟ ପୋଲ । ଏଥିଲାଗି ଡିପିଆର୍ ପ୍ରସ୍ତୁତି ଚାଲିଛି ।
  • ରାମେଶ୍ୱର ପୁରୀ କୋଣାର୍କ ଦୀଘା ୪ ଲେନ୍ ରାସ୍ତା ହେବ । ଏହି ୧୭୭ କିମି ରାସ୍ତା ପାଇଁ ୮ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨ ହଜାର କୋଟିରେ ୬୫ କିମିର ୪ ଲେନ୍ ଜାମୁଝାଡ଼ି ଧାମରା ରାସ୍ତା ନିର୍ମାଣ ହେବ ।
  • କଟକ ପାରାଦୀପ ୮୭ କିମିର ରାସ୍ତା ୪ ଲେନ୍ ବିଶିଷ୍ଟ ହେବ । କଟକ ପାରାଦୀପ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୨ ହଜାର ୩୭୦ କୋଟି ଟଙ୍କା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details