ଓଡିଶା

odisha

ETV Bharat / state

ମେଟ୍ରୋ ପ୍ରୋଜେକ୍ଟକୁ ନେଇ କିଏ କହୁଛି ସତ ? ବିଜେଡି ନା ବିଜେପି - Cuttack Metro Rail Project - CUTTACK METRO RAIL PROJECT

Cuttack Metro Rail Project: କଟକକୁ ରେଳ ପ୍ରକଳ୍ପ ନେଇ ବିଜେପି ବିଜେଡି ଦୋଷ ଲଦାଲଦି । ବିଜେପି କହୁଛି ଭାରତ ସରକାରଙ୍କ ପାଖରେ କୌଣସି ଦରଖାସ୍ତ ନାହିଁ । ଏଭଳି କହି କାଉଣ୍ଟର କଲେ ବିଜେଡି ରାଜ୍ୟସଭା ସାଂସଦ । ଅଧିକ ପଢ଼ନ୍ତୁ

Cuttack Metro Rail Project
Cuttack Metro Rail Project (ETV Bharat Odisha)

By ETV Bharat Odisha Team

Published : Sep 1, 2024, 7:05 PM IST

କଟକ:ମେଟ୍ରୋ ପ୍ରକଳ୍ପ ନେଇ ରାଜନୀତି । ଦୋଷ ଲଦାଲଦି ହେଲେ ବିଜେଡି ବିଜେପି । ଏପଟେ ବିଜେପି କହୁଛି କଟକ ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ଦରଖାସ୍ତ ନାହିଁ । ସେପଟେ ବିଜେଡି କହୁଛି ମେଟ୍ରୋ କଟକ ପ୍ରକଳ୍ପ ପାଇଁ ଶୁଭ ଦିଆସରିଛି । ଯଦି ଶୁଭ ଦିଆସରିଛି ତେବେ କେନ୍ଦ୍ର ତରଫରୁ ଯେଉଁ ଟଙ୍କା ମିଳିବା କଥା । କେନ୍ଦ୍ର ସେ ଟଙ୍କା ଦେଉ ।

Cuttack Metro Rail Project (ETV Bharat Odisha)

ମେଟ୍ରୋ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦରଖାସ୍ତ ନାହିଁ :

ମେଟ୍ରୋ ପ୍ରକଳ୍ପ ନେଇ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, "ଏବେ ବିଜେଡିର ଜଣେ ବରିଷ୍ଟ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ମେଟ୍ରୋ ପ୍ରକଳ୍ପକୁ ନେଇ ପ୍ରଶ୍ନ ପଚାରିଥିଲେ । ଉତ୍ତରରେ କୁହାଯାଇଥିଲା ଯେ, ମେଟ୍ରୋ କରିବା ପାଇଁ ଭାରତ ସରକାରଙ୍କ ପାଖରେ କୌଣସି ଦରଖାସ୍ତ ନାହିଁ । ଦେଖିବା ଆଗକୁ କ'ଣ ହେଉଛି । ଏହାର କାଗଜପତ୍ର କେତେ ଅଛି । ମେଟ୍ରୋ ପାଇଁ ଏପର୍ଯ୍ୟନ୍ତ ଦରଖାସ୍ତ ହୋଇନାହିଁ । ଦେଖିବା ଆଗକୁ କଣ ହୋଇପାରିବ ।"

ମେଟ୍ରୋ ପାଇଁ ଯେଉଁ ଟଙ୍କା ମିଳିବା କଥା ତାହା କେନ୍ଦ୍ର ଦେଉ :

ସେପଟେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, "ସସ୍ମିତ ପାତ୍ର ଅନୁରୋଧ କରିଛନ୍ତି ଯେ, ମେଟ୍ରୋ ପାଇଁ କେନ୍ଦ୍ର ସରକାର ଫଣ୍ଡିଂ କରୁ । ସେ ଫଣ୍ଡିଂ ମାଗିଛନ୍ତି । ସେ କହିନାହାନ୍ତି ଯେ, ଏହାକୁ ଅନୁମତି ଦିଆସରିଛି । ଏହାର ସର୍ଭେ ସରିଛି । ସର୍ଭେକୁ ଯେଉଁ ଟଙ୍କା ଦିଆଯାଇଛି ସେସବୁ ତ ଅଡିଟରେ ଦିଆଯାଇଛି । ମେଟ୍ରୋ ସର୍ଭେ ପାଇଁ ଦିଆଯାଇଛି । ମେଟ୍ରୋର ଶୁଭ ଦିଆଯାଇଛି । ଯେତେବେଳେ ଶୁଭ ଦିଆସରିଛି, କେନ୍ଦ୍ର ତରଫରୁ ଯେଉଁ ଟଙ୍କା ମିଳିବା କଥା ତାହା କେନ୍ଦ୍ର ଦେଉ । ମୋଦି, ଧର୍ମେନ୍ଦ୍ର ପ୍ରଧାନ, ମୋହନ ମାଝୀ କି ନବୀନ ପଟ୍ଟନାୟକ ଦେଲେ ସେଥିରେ ଆମର କିଛି ମତଲବ ନାହିଁ । ଆମର କେବଳ ମେଟ୍ରୋ ଦରକାର ।"

ଏହା ମଧ୍ୟ ପଢ଼ନ୍ତୁ...ବକ୍ସି ଜଗବନ୍ଧୁ ନେଇ ତୀବ୍ର ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ, ଫାଇଦା ନେଲା କଂଗ୍ରେସ ! - Buxi Jagabandhu Statue Unveiling

୫୦ କୋଟି ବ୍ୟୟ ପ୍ରକଳ୍ପର ଉଦ୍‌ଘାଟନ:

ତେବେ ଗତକାଲି (ଶନିବାର) ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ୫୦ କୋଟି ଟଙ୍କା ବ୍ୟୟରେ ୪ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । କଟକ ଖାନନଗର ଶ୍ମଶାନରେ ନୂତନ ସିଏନଜି ଶବଦାହ ଗୃହକୁ ଉଦ୍‌ଘାଟନ କରିଛନ୍ତି । ପରେ ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି, ଓଡ଼ିଆ ବଜାରଠାରେ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ ଏବଂ ଟାଉନ ହଲ ଠାରେ କଟକ ଆର୍ଟ ଗ୍ୟାଲେରୀର ଶୁଭ ଉଦ୍‌ଘାଟନ କରିଛନ୍ତି ।ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ସହରର ଉଭୟ ପାର୍ଶ୍ଵରେ ମହାନଦୀ ଓ କାଠଯୋଡି ପ୍ରବାହିତ । କଟକକୁ ଏକ ଭାଇଚରାର ସହର ଭାବରେ ବିବେଚନା କରାଯାଏ । ଯାହାର ପ୍ରମାଣ ଆଜିର ବୈଠକରେ ଦେଖିବାକୁ ମିଳିଛି । ଆମେ ସମସ୍ତେ ମିଳିମିଶି କଟକର ସର୍ବାଙ୍ଗୀନ ବିକାଶ କରି ଏକ ଶ୍ରେଷ୍ଠ ସହରରେ ପରିଣତ କରିବା । ସେହିପରି ପରୋକ୍ଷରେ ପୂର୍ବତନ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details