ଓଡିଶା

odisha

ETV Bharat / state

କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମ, ୧ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଋଣ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମ

Dhenkanal credit outreach program: ଜିଲ୍ଲାରେ ଆୟୋଜିତ ହେଲା କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମ । ୧ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଋଣ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ । ଅଧିକ ପଢନ୍ତୁ

Dhenkanal credit outreach program
Dhenkanal credit outreach program

By ETV Bharat Odisha Team

Published : Jan 20, 2024, 9:24 PM IST

କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମ

ଢେଙ୍କାନାଳ:ଜିଲ୍ଲାରେ ଆଜି (ଶନିବାର) ଆୟୋଜିତ ହୋଇଯାଇଛି କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେଦ୍ର ପ୍ରଧାନ ଓ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ୧ଲକ୍ଷ ୯୫ହଜାର ହିତାଧିକାରୀଙ୍କୁ ବାଣ୍ଟିଲେ ୨୫୩୭.୦୪ କୋଟି ଟଙ୍କାର ଋଣ । ଦୁଇ କେନ୍ଦ୍ରମନ୍ତ୍ରୀ ଆଜି ଦିନିକିଆ ଗସ୍ତରେ ସମ୍ବଲପୁର ପରେ ଅପରାହ୍ନରେ ଢେଙ୍କାନାଳ ଗସ୍ତ କରି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

ଏହି ଅବସରରେ ଅପରାହ୍ନ ସାଢେ ୨ଟା ସମୟରେ ଢେଙ୍କାନାଳ ମହିଷାପାଟ ସ୍ଥିତ ପଲ୍ଲିଶ୍ରୀ ପଡ଼ିଆରେ ଆୟୋଜିତ କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉଭୟ କେନ୍ଦ୍ରମନ୍ତ୍ରୀ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଅର୍ଥନୈତିକ ବିକାଶର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏକ ସ୍ବତନ୍ତ୍ର ପଦକ୍ଷେପ ଭିତ୍ତିକ ଋଣ ସଂଯୋଗୀକରଣ ଏହି କ୍ରେଡିଟ ଆଉଟ ରିଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଏମସ୍ବନିଧି, ପିଏମ ମୁଦ୍ରା, କିଷାନ କ୍ରେଡିଟ କାର୍ଡ, ଷ୍ଟାଣ୍ଡ ଅଫ ଇଣ୍ଡିଆ, ଶିକ୍ଷା ଋଣ, ଗୃହ ଋଣ ଏସଏଚଜି ଋଣ ଓ ପିଏମଜି ଋଣ ଆଦି କେନ୍ଦ୍ର ସରକାରଙ୍କର ପ୍ରମୁଖ ଯୋଜନା ଉପରେ ଆଲୋକପାତ କରାଯାଇଥିଲା ।

ଏହା ସହିତ ୧ଲକ୍ଷ ୯୫ହଜାର ୪୯୭ ଜଣ ହିତାଧିକାରୀଙ୍କୁ ୨୫୩୭.୦୪ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି ଉଭୟ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡିକ ଅଭିଭକ୍ତ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଯୋଗ୍ୟ ହିତାଧିକାରୀମାନଙ୍କ ନିକଟରେ ଅଧିକରୁ ଅଧିକ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଯାହାକି ଉଭୟ ଜିଲ୍ଲାରେ ଅଧିକ ରୋଜଗାର ସୃଷ୍ଟି, ବ୍ୟବସାୟରେ ଅଭିବୃଦ୍ଧି, ନୂତନ ଔଦ୍ୟୋଗିକତା ତଥା ସାମାଜିକ ଓ ଅର୍ଥନୈତିକ ବିକାଶ ଘଟାଇବା ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୀତିକ ଅଭିବୃଦ୍ଧି ଦିଗରେ ନୂତନ ଦିଶା ଯୋଗାଇଦେଵ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ ।

ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵଚ୍ଛ ଭାରତ, ଉଜ୍ଜ୍ବଳା, ସୌଭାଗ୍ୟ, ଜଳ ଜୀବନ ମିଶନ ଆଦି ଯୋଜନାରେ ଆଜି ଓଡ଼ିଶା ବିକଶିତ ହେବାରେ ଲାଗିଛି ବୋଲି ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ପ୍ରତିନିଧି ପ୍ରଶାନ୍ତ ଗୋଏଲ, ଇକୋ ବ୍ୟାଙ୍କ ସିଇଓ ଅଶ୍ବିନୀ କୁମାର, ନାବାର୍ଡ ପକ୍ଷରୁ ଗୋବର୍ଦ୍ଧନ ସିଂ ରାଵଟ, ବିତ୍ତୀୟ ସେବା ବିଭାର ପ୍ରତିନିଧି, ରାଜ୍ୟ ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details