କେନ୍ଦ୍ରାପଡା:ଭାରସାମ୍ୟ ହରାଇ ଓଲଟିଲା ବସ୍ । ଫଳରେ ଏଥିରେ 6 ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଟକରୁ ଜମ୍ବୁ ଯିବା ବେଳେ ଆଜି କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ନିକଟରେ ବସ୍ଟି ଓଲଟି ପଡିଥିଲା ।
ଓଲଟିଲା ବସ୍:
ଉମାଶଙ୍କର ନାମକ ଏକ ଘରୋଇ ବସ ଆଜି(ଶନିବାର) ସନ୍ଧ୍ୟାରେ କଟକରୁ ଜମ୍ବୁ ଯିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ନିକଟରେ ଓଲଟିଲା ପଡିଥିଲା । ଆହତ 6 ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ଅସ୍ଥାୟୀ କ୍ଲିନିକରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରେ 2 ଜଣ ଗୁରୁତର ଅଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
କାହିଁକି ଓଲଟିଲା ବସ:
ପ୍ରତିଦିନ ଭଳି ଆଜି ଅପରାହ୍ନରେ ଉମାଶଙ୍କର ନାମକ ଘରୋଇ ବସ ଯାତ୍ରୀମାନଙ୍କୁ ଧରି କଟକରୁ ଜମ୍ବୁ ଅଭିମୁଖେ ଯାଉଥିଲା । ତେବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡା ଠାରେ ଥିବା ଅଣ ଓସାରିଆ ପୋଲରେ ଯିବା ସମୟରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା କେନାଲ ମଧ୍ୟକୁ ଓଲଟି ପଡିଥିଲା ।
କଣ କହିଲେ ପ୍ରତ୍ୟକ୍ଷଦର୍ଶୀ:
ତେବେ ପ୍ରତ୍ୟକ୍ଷଦର୍ଶୀ ବଡ଼ପଡା ଗାଁର ଚନ୍ଦ୍ରଶେଖର ଶତପଥି କହିଛନ୍ତି, ‘ଏଠାରେ ପୋଲଟା ହେଉଛି ଅଣଚଉଡା ରାସ୍ତା ମଧ୍ୟ ଅଣଚଉଡା । ଏହି ରାସ୍ତା ଦେଇ ସବୁଦିନ ୧୦ଟି ବସ ଯିବା ଆସିବା କରିବା ସହ ଟ୍ରକ ହାଇୱାଙ୍କର ମଧ୍ୟ ଏହା ଯିବା ଆସିବା ବାଟ । ଏଠାରେ ଦାଣ୍ଡରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ବିଦ୍ୟାଳୟ ମଧ୍ୟରେ ମଧ୍ୟ ପାଣି, ସରକାର ଏହାର କୌଣସି ପ୍ରତିକାର କରୁନାହାନ୍ତି । ବଡ଼ପଡା ଗ୍ରାମର ଗ୍ରାମବାସୀ ଓ ଯୁବକ ମାନେ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଜଣଙ୍କର ମୁଣ୍ଡ ଫାଟିଛି ଓ ଅନ୍ୟଜଙ୍କ ଗୋଡ଼ ଭାଙ୍ଗିଛି ।’