ରାଉରକେଲା:ସୁନ୍ଦରଗଡ଼ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁଇ ଡ୍ରାଇଭରଙ୍କ ମତ୍ୟୁ । ଏହି ଦୁର୍ଘଟଣା ଘଟିଛି ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ । ଦୁଇ ଗାଡି ଧକ୍କା ହେବା ଫଳରେ ଦୁଇ ଚାଳକ ମୃତ । ଫଳରେ ଉଭୟ ଗାଡ଼ି ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ୧୪୩ ନମ୍ବର ଜାତୀୟ ରାଜପଥ ବାବୁ ନୂଆଗାଁ ନିକଟର ତାରିଣି ଢ଼ାବା ନିକଟରେ ବ୍ରେକ ଡାଉନ ହୋଇ ଏକ ହାଇୱା ଗାଡି ଛିଡା ହୋଇଥିବା ବେଳେ ପଛପଟୁ ଏକ ଟ୍ରଲର ଗାଡି ଆସି ଦ୍ରୁତଗତିରେ ଧକ୍କା ଦେଇଥିଲା । ଫଳରେ ହାଇୱା ଗାଡିର ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରଲର ଗାଡି ଚାଳକଙ୍କ ମଧ୍ୟ ଗାଡ଼ିରେ ଚାପି ହୋଇ ମୃତ୍ୟୁ ଘଟିଛି । ସନ୍ଧ୍ୟା ୭ ଟା ପାଖାପାଖି ସମୟରେ ହାଇୱା ଗାଡିର ଡ୍ରାଇଭର ବ୍ରେକ ଡାଉନ୍ ନେଇ ଗାଡ଼ି ତଳେ ପସି କାମ କରୁଥିଲେ । ଏହି ସମୟରେ ହଠାତ ସେତିକି ବେଳେ ଏକ ଟ୍ରଲର ଗାଡି ପଛ ପଟୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ବ୍ରେକ ଡାଉନ କାମ କରୁଥିବା ହାଇୱା ଗାଡି ଡ୍ରାଇଭର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ଏବଂ ଟ୍ରଲର ଗାଡିର ଚାଳକ ମଧ୍ୟ ନିଜ ଗାଡିରେ ଚାପି ହୋଇଥିଲେ ।