ଭୁବନେଶ୍ୱର:ବିଶ୍ୱ ପରିବେଶ ଦିବସ ଅବସରରେ ରାଜଧାନୀ ସ୍ଥିତ ରାଜଭବନ ନିକଟସ୍ଥ TPCODL କାର୍ଯ୍ୟାଳୟରେ ଏପରି ପଦକ୍ଷେପ ନିଆଯାଇଛି । ଏନେଇ TPCODL ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତିରେ ୩୦ଟି ନୂଆ ଇଲେକ୍ଟ୍ରିକ ଗାଡିକୁ ଶୁଭ ଉନ୍ମୋଚିତ କରାଯାଇଛି । ଯାହାକି ଆଗାମି ଦିନରେ ଅଫିସିଆଲ୍ ଭାବେ ବ୍ୟବହାର କରାଯିବ । ଯେହେତୁ ଅନେକ TPCODL କର୍ମଚାରି ଗାଡି ବ୍ୟବହାର କରୁଛନ୍ତି । ସମସ୍ତ ଗାଡି ଗୁଡିକ ପେଟ୍ରୋଲ ବା ଡିଜେଲ ଦ୍ବାରା ପରିଚାଳିତ ହେଉଛି । ଯାହା ଫଳରେ ଏକ ଗ୍ଲୋବାଲ ଓ୍ବାର୍ମି ଭଳି ସ୍ଥିତି ଉପୁଜୁଛି। ବାୟୁ ମଣ୍ଡଳ ପ୍ରଦ୍ୟୁଷଣ ସହ ଅଙ୍ଗାରକାମ୍ଳର ମାତ୍ରା ବଢିଯାଉଛି । ଏନେଇ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ଏଭଳି ନିଆରା ପଦକ୍ଷେପ ନିଆଯାଇଛି ।
ପରିବେଶକୁ ସୁରକ୍ଷିତ ରଖିବା ଏହାକୁ ବଞ୍ଚାଇବା ପାଇଁ ଏକ ଭିଜନ ନେଇ ଏକ ନିଆରା ପଦକ୍ଷେପ ନିଆଯାଉଛି । ଯାହା ଫଳରେ ବିଦ୍ୟୁତ ବିତରଣକାରି ସଂସ୍ଥା TPCODL ଅଫିସିଆଲ୍ ବ୍ୟବହାର ପାଇଁ ଇଲେକ୍ଟ୍ରିକ ଗାଡିକୁ ନିଷ୍ପତ୍ତି ନେଇ ଏପରି ଏକ ପଦକ୍ଷେପ ନିଆଯାଇଛି । ଯାହାକି ପରିବେଶ ସୁରକ୍ଷା ପାଇଁ ଏକ ନିଆରା ବାର୍ତ୍ତା ଯାଉଛି TPCODL । ଯେଭଳି ଇକୋ ଫ୍ରେଣ୍ଡଲି ପରିବେଶ ସୃଷ୍ଟି କରାଯାଇପାରିବ । ପରିବେଶକୁ ପ୍ରଦୂଷଣ ନ କରି ଯେପରି ଏକ ବିଦ୍ୟୁତ ପରିଚାଳିତ ଗାଡି ବ୍ୟବହାର ଦ୍ବାରା ତାହାକୁ ରକ୍ଷା କରାଯାଇପାରିବ । ଏଥିସହ ବିଦ୍ୟୁତର ବ୍ୟବହାର ବଢ଼ିବା ସହ ଉଚିତ ମୂଲ୍ୟରେ ନିଜର ଖର୍ଚ୍ଚରେ ଚାରି ଚକିଆ ଗାଡ଼ିର ମଜା ନେଇପାରିବେ । ଏଭଳି ଅନେକ ଭିଜନ ନେଇ ଏଭଳି TPCODL ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।