ଓଡିଶା

odisha

ETV Bharat / state

ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ - TIGRESS ZEENAT TRANQUILIZED

10 ତାରିଖରୁ ଶିମିଳିପାଳ ଛାଡିଥିଲା । ପ୍ରଥମେ ଝାଡଖଣ୍ଡ ଓ ପରେ ପଶ୍ଚିମବଙ୍ଗ ଜଙ୍ଗଲରେ ପ୍ରବେଶ କରିଥିଲା । ବାଙ୍କୁଡା ଜଙ୍ଗଲରେ ହେଲା ଟ୍ରାଙ୍କୁଲାଇଜ୍‌ ।

ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜୀନତ, ଖୁବଶୀଘ୍ର ଫେରିବ ଶିମିଳିପାଳ
ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜୀନତ, ଖୁବଶୀଘ୍ର ଫେରିବ ଶିମିଳିପାଳ (ETV Bharat odisha)

By ETV Bharat Odisha Team

Published : Dec 29, 2024, 6:00 PM IST

Updated : Dec 29, 2024, 6:11 PM IST

ରାଇରଙ୍ଗପୁର (ମୟୂରଭଞ୍ଜ): ଦୀର୍ଘ କସରତ ପରେ ବନ ବିଭାଗ ପଞ୍ଝାରେ ପଡିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରୁ ବାହାରି ଯାଇଥିବା ବହୁଚର୍ଚ୍ଚିତ ବଘୁଣୀ ‘ଜୀନତ’ । ଆଜି ପଶ୍ଚିମବଙ୍ଗର ବାଙ୍କୁଡା ଜଙ୍ଗଲରେ ଜୀନତକୁ ସଫଳତାର ସହ ଟ୍ରାଙ୍କୁଲାଇଜ୍‌ କରାଯାଇ କାବୁ କରାଯାଇଛି । ଟ୍ରାଙ୍କୁଲାଇଜ୍‌ କରିବା ପରେ ତାକୁ ସ୍ବତନ୍ତ୍ର ଯନ୍ତାରେ ରଖାଯାଇଛି । ସ୍ବତନ୍ତ୍ର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଟିମ୍‌ ତାର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଖୁବଶୀଘ୍ର ତାକୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ଅଣାଯିବାକୁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

  • 10 ତାରିଖରୁ ଶିମିଳିପାଳ ଛାଡିଥିଲା ଜୀନତ :-

ଚଳିତମାସ (ଡିସେମ୍ବର) 10 ତାରିଖରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡି ଝାଡଖଣ୍ଡ ଜଙ୍ଗଲରେ ପ୍ରବେଶ କରିଥିଲା ଜୀତନ । ପରେ ସେଠାରୁ ସେ ପଶ୍ଚିମବଙ୍ଗ ଜଙ୍ଗଲରେ ପ୍ରବେଶ କରିଥିଲା । ଶିମିଳିପାଳ ତର୍ତ୍ତୃପକ୍ଷ ତାକୁ ଠାବ କରି ଧରିବା ପାଇଁ ସେବେଠାରୁ ପ୍ରୟାସ ଜାରି ରଖିଥିଲେ ସୁଦ୍ଧା ବନ ବିଭାଗକୁ ଚକମା ଦେଇ ଜୀନତ ପଡୋଶୀ ରାଜ୍ୟର ଜଙ୍ଗଲରେ ଘୁରି ବୁଲୁଥିଲା । ତାର ଗଳାରେ ଏକ ରେଡିଓ-କଲାର ଲାଗିଥିଲେ ସୁଦ୍ଧା ଘଞ୍ଚ ଜଙ୍ଗଲରେ ନେଟଓ୍ବାର୍କ ସମସ୍ୟା ପାଇଁ ତାର ନିର୍ଦ୍ଦିଷ୍ଟ ଅବସ୍ଥାନ ସମ୍ପର୍କରେ ତଥ୍ୟ ହାସଲ କରିବା ବନ ବିଭାଗ ପାଇଁ କଷ୍ଟକର ବ୍ୟାପାର ହୋଇପଡିଥିଲା । ବାଘୁଣୀ ଜୀନତକୁ ବନ ବିଭାଗ ଟିମ୍‌ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ୍‌ କରିଛି । ତାକୁ କାବୁ କରି ଏକ ପିଞ୍ଜରା ବା ସ୍ବତନ୍ତ୍ର ଯନ୍ତାରେ ରଖାଯାଇଛି ।

ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ (ETV Bharat odisha)
ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ (ETV Bharat odisha)
  • ଅପରେସନରେ ଲାଗିଥିଲା 120 ଜଣିଆ ଟିମ୍‌:-

3 ରାଜ୍ୟ, ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗ ବନ ବିଭାଗର ୧୨୦ ଜଣିଆ ମିଳିତ ଟିମ୍ ଏହି ଅପରେସନରେ ନିୟୋଜିତ ହୋଇଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଜୀନତକୁ ଦୁଇଟି ମଇଁଷିର ଲୋଭ ଦେଖାଇଥିଲା ବନ ବିଭାଗ । ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀମାନେ ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ସକ୍ଷମ ହୋଇଛନ୍ତି । ଏବେ ତାକୁ ପୁଣି ଶିମିଳିପାଳ ଆଣିବାକୁ ବ୍ୟବସ୍ଥା କରାଯାଉଛି ।

ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ (ETV Bharat odisha)
Last Updated : Dec 29, 2024, 6:11 PM IST

ABOUT THE AUTHOR

...view details