ଓଡିଶା

odisha

ETV Bharat / state

ଝାଡଖଣ୍ଡରୁ ଜୀନତକୁ ଫେରାଇବା ଚିନ୍ତା, ବାଘୁଣୀ ଯମୁନା କେଉଁଠି? - TIGRESS ZEENAT AND JAMUNA

ଶିମିଳିପାଳ ଛାଡିଛି ବାଘୁଣୀ ଜୀନତ । ଝାଡଖଣ୍ଡରୁ କେମିତି ଫେରିବ ସେନେଇ ଚିନ୍ତା ବଢିଛି । ସେପଟେ ଯମୁନାକୁ ନେଇ ଚର୍ଚ୍ଚା ଆରମ୍ଭ ।

Tigress Jamuna
Tigress Jamuna (ETV Bharat Odisha)

By ETV Bharat Odisha Team

Published : 7 hours ago


ଭୁବନେଶ୍ବର/ରାଇରଙ୍ଗପୁର: ଶିମିଳିପାଳ ଛାଡିଛି ବାଘୁଣୀ ଜୀନତ । ପ୍ରଥମେ ଯମୁନା ଓ ପରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ବାଘୁଣୀ ଜୀନତ । ପରବର୍ତ୍ତୀ ସମୟରେ ଜୀନତକୁ ଶିମିଳିପାଳ ଅଣାଯାଇଥିଲା। ପ୍ରଥମେ ଜୀନତ୍ ଶିମିଳିପାଳ ଛାଡି଼ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇଯାଇଛି । ଏବେ ଯମୁନା ମଧ୍ୟ ଶିମିଳିପାଳ ଅଭୟାରଣ୍ୟକୁ ଛାଡି ପଳାଇଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ବନବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଝାଡଖଣ୍ଡରୁ ଜୀନତ ଫେରିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

Reaction On Bring Zeenat Back (ETV Bharat Odisha)

ବାଘୁଣୀ 'ଜୀନତ' କେଉଁଠି?

ଜୀନତ ଏବେ ବି ଝାଡ଼ଖଣ୍ଡରେ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ଜଙ୍ଗଲ ବିଭାଗ ଜୀନତ ଉପରେ ତୀକ୍ଷ୍ମ ନଜର ରଖିଛି । ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ । 4 ଦିନ ଧରି ଜୀନତ କିଛି ଖାଉନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ । ହେଲେ ଜୀନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି ।"

Tigress Jamuna (ETV Bharat Odisha)

ଏହା ବି ପଢନ୍ତୁ...ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜୀନତ, ୪ ଗାଁରେ କୋକୁଆ ଭୟ, 163 ଧାରା ଲାଗୁ

ଏହା ବି ପଢନ୍ତୁ...ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ଏହା ବି ପଢନ୍ତୁ...ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

ବାଘୁଣୀ 'ଯମୁନା' ବିଷୟରେ:

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରେଞ୍ଜ ଦେଇ ବାଘୁଣୀ ଯମୁନା ବାଲେଶ୍ବର ଜିଲ୍ଲାର କୁଲଡିହା ଜଙ୍ଗଲ ପଳେଇ ଯାଇଥିବା କୁହାଯାଉଛି । ହେଲେ ବନବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ବର୍ଷ ୭ମାସ ବୟସର ଯମୁନା ଗତ ଅକ୍ଟୋବର ମାସ ୨୭ ତାରିଖ ସନ୍ଧ୍ୟାରେ ଶିମିଳିପାଳ ପହଞ୍ଚିଥିଲା। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ କବାଟଘାଇଠାରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଗତ ଅକ୍ଟୋବର ମାସ ୨୮ ତାରିଖ ସକାଳ ସମୟରେ ଛଡ଼ାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଶିକାର କରିବା ପାଇଁ ପ୍ରଥମ କରି ବାରାହା ପ୍ରଦାନ କରାଯାଇଥିଲା। ଯାହାକୁ ଆହାର ବନେଇ ଥିଲା ଯମୁନା। ପରବର୍ତ୍ତୀ ସମୟରେ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର/ମୟୂରଭଞ୍ଜ

ABOUT THE AUTHOR

...view details