ଓଡିଶା

odisha

ETV Bharat / state

ନୂଆ ଠିକଣା ସନ୍ଧାନରେ ଯମୁନା-ଜୀନତ, ଆହୁରି ଆସିବେ 3 ବାଘ - ODISHA TIGERS

ଜଙ୍ଗଲରେ ନୂଆ ଠିକଣା ସନ୍ଧାନରେ ଦୁଇ ବାଘୁଣୀ । ଗତିବିଧି ଉପରେ ରହିଛି କଡା ନଜର । ଖୁବ୍ ଶୀଘ୍ର ଆସିବେ ଆଉ ୩ ବାଘ ।

ODISHA TIGERS
ODISHA TIGERS (ETV Bharat Odisha)

By ETV Bharat Odisha Team

Published : Dec 8, 2024, 10:04 PM IST

ଭୁବନେଶ୍ବର:ପୂର୍ବରୁ ବିଫଳ, ଆଉ ଥରେ ସଫଳ କରିବାକୁ ଚେଷ୍ଟା । ବାଘଙ୍କ ସୁରକ୍ଷା ପରିଚାଳନା ଉପରେ ନଜର। ବାଘ ବଂଶ ବୃଦ୍ଧି ପାଇଁ ଆହୁରି ଆସିବେ ୩ ବାଘ । ତେବେ ଆସିଥିବା ଦୁଇ ବାଘୁଣୀ ଯମୁନା ଏବଂ ଜୀନତ ଉପରେ ରହିଛି କଡା ନଜର । ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗାଆଁ ଅଞ୍ଚଳରେ ଲୋକଙ୍କ ଉପରେ ମଧ୍ୟ ରଖାଯାଇଛି କଡାନଜର । ଏପଟେ ଏହି ଦୁଇ ବାଘୁଣୀ ନିଜର ଜଙ୍ଗଲ ଏକ୍ସପ୍ଲୋଜର କରିବା ପରେ ବାକି ୩ଟି ବାଘଙ୍କୁ ଅଣାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ପ୍ରେମ କୁମାର ଝା ।

ଆସିବେ ଆଉ 3 ବାଘ:

ODISHA TIGERS (ETV Bharat Odisha)

ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ମହାରାଷ୍ଟ୍ରରୁ ଶିମିଳିପାଳରୁ ଆସିଥିବା ଦୁଇଟି ବାଘର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଏହି ଦୁଇ ବାଘୁଣୀ ଉପରେ ବନକର୍ମଚାରୀଙ୍କ କଡା ନଜର ରହିଛି । ଏହା ସହ କିଛି ଦିନ ପୂର୍ବରୁ ଦୁଇ ବାଘୁଣୀ ଜଙ୍ଗଲ ମଧ୍ୟକୁ ଛଡାଯାଇଥିଲା । ତେବେ ସେମାନେ ଏହି ଜଙ୍ଗଲ ମାଧ୍ୟମରେ ହିଁ ବୁଲୁଛନ୍ତି । ତେବେ ଦୁଇ ବାଘୁଣୀକୁ ନିଜର ଟେରିଟୋରି କରିବା ପାଇଁ କିଛି ସମୟ ଲାଗିବ । ତେଣୁ କରି ଜଙ୍ଗଲ ପାଖାପାଖି ଅଞ୍ଚଳରେ ଥିବା ଜନବସତି ଉପରେ କଡା ନଜର ରଖାଯିବା ସହିତ ଦୁଇ ବାଘୁଣୀ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି । ଅନ୍ୟପଟେ ଏହି ଦୁଇ ବାଘୁଣୀ ଜଙ୍ଗଲର ପରିବେଶ ସହିତ ଖାପ ଖୁଆଇଲା ପରେ ବାକି ଆଉ ୩ଟି ବାଘ ଆସିବ ।’



ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ପ୍ରଥମ ବାଘ:

ODISHA TIGERS (ETV Bharat Odisha)

ଶିମିଳିପାଳ ଅଭୟାରଣ୍ୟକୁ ପ୍ରଥମ ନୂଆ ଅତିଥି ବାଘୁଣୀ ଯମୁନା । ୨୭ ଅକ୍ଟୋବର ମାସରେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା- ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଛି । ବାଘୁଣୀ ନୂତନ କରି ଶିମିଳିପାଳକୁ ଆସିଥିବାରୁ ଏଠାକାର ସ୍ଥିତି ନେଇ କିପରି ରହୁଛି ସେନେଇ କର୍ତ୍ତୃପକ୍ଷ ଗତିବିଧି ଯାଞ୍ଚ କରୁଛନ୍ତି । ଏଥି ସହିତ ପର୍ଯ୍ୟାୟ କ୍ରମରେ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଉଛି ।

ଦ୍ଵିତୀୟ ବାଘ ଜୀନତ:

ODISHA TIGERS (ETV Bharat Odisha)

ଶିମିଳିପାଳ ଅଭୟାରଣ୍ୟକୁ ଦ୍ଵିତୀୟ ନୂଆ ଅତିଥି ହେଉଛି ଜୀନତ୍ ବାଘ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ବାଘୁଣୀ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା- ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଦ୍ୱିତୀୟ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ ଜୀନତ୍ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ତେବେ ଏହି ବାଘୁଣୀ ବାରହା ଶିକାର ମଧ୍ୟ କରିଛି ।

ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ପ୍ରୟାସ:
ଶିମିଳିପାଳ ଅଭୟାରଣ୍ୟ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଏକ ଉତ୍ତମ ସ୍ଥାନ ଅଟେ । ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟରେ ୨୮ଟି ବାଘ ସଂଖ୍ୟା ଥିବା ବେଳେ ତାହା ବୃଦ୍ଧି ପାଇବ । ଆଗାମୀ ଦିନରେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହା ରାଜ୍ୟରେ ବାଘଙ୍କ ସଂଖ୍ୟା ଆହୁରି ବୃଦ୍ଧି କରାଇବ ।

ପୂର୍ବ ଯୋଜନା ବିଫଳ:
୨୦୧୮ ମସିହାରେ ଓଡ଼ିଶାକୁ ବାହାର ରାଜ୍ୟରୁ ଦୁଇଟି ବାଘ ଆସିଥିଲା । ଯାହା ନୂଆ ଭାବରେ ସାତକୋଶିଆ ଜଙ୍ଗଲରେ ଆରମ୍ଭ ହୋଇଥିଲା ବ୍ୟାଘ୍ର ପ୍ରକଳ୍ପ । ଦୁଇଟି ବାଘ ମଧ୍ୟରୁ ଗୋଟିଏ ବାଘୁଣୀକୁ ଶିକାରୀଙ୍କ ପାଇଁ ମୃତ୍ୟୁ ଘଟିଥିଲା । ଅନ୍ୟଟିକୁ ବନ ବିଭାଗ ସଠିକ ଭାବରେ ସୁରକ୍ଷା ଦେଇ ପାରିନଥିଲେ । ଫଳରେ କି ବାଘୁଣୀକୁ ଏକ ବନ୍ଦୀ ଭାବରେ ରଖାଗଲା । ବାଘୁଣୀର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ଯେଉଁଠାରୁ ଆସିଥିଲା ସେହିଠାରେ ପୁଣି ଥରେ ଛାଡି ଦିଆଗଲା । ଯାହାଦ୍ଵାରା ଓଡିଶାରେ ଏହା ଫଳପ୍ରଦ ହୋଇନଥିଲା । ବର୍ତ୍ତମାନ ଏହା ଫଳପ୍ରଦ ହେବ ବୋଲି ଆଶା ରହିଛି ।

ସାତକୋଶିଆ ବାଘ ଶୂନ୍ୟ:
ଏନଟିସିଏର ତଥ୍ୟ ଅନୁଯାୟୀ, ୨୦୦୬ ମସିହାରେ ସାତକୋଶିଆରେ ଥିଲେ ୬ଟି ମହାବଳ ବାଘ । ୨୦୧୦ ମସିହାରେ ସଂଖ୍ୟା ୮କୁ ବଢ଼ିଥିଲା ।

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶାରେ ଅଛନ୍ତି 30ଟି ମହାବଳ ବାଘ; 5 ମାସରେ ମରିଛନ୍ତି 5 କଲରାପତରିଆ ବାଘ

ବଂଶ ବୃଦ୍ଧି ପାଇଁ ଆସିବେ ଆଉ ୫ ବାଘ, ପୂର୍ବରୁ କାହିଁକି ଫେଲ୍ ମାରିଥିଲା ପ୍ରକଳ୍ପ? ଜାଣନ୍ତୁ

ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari


ରାଜ୍ୟରେ କେଉଁ ବନଖଣ୍ଡରେ କେତେ ବାଘ ସଂଖ୍ୟା:

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ,ରାଜ୍ୟରେ ବର୍ତ୍ତମାନ ୩୦ ମହାବଳ ବାଘ ରହିଥିବା ବେଳେ ଶିମିଳିପାଳରେ ସର୍ବାଧିକ ମହାବଳ ରହିଛନ୍ତି । ଏହା ସହ ୮ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଛି । ଏହାରି ମଧ୍ୟରେ ୧୪ଟି ବାଘୁଣୀ ରହିଛି । ରାଜ୍ୟରେ ଶିମିଳିପାଳରେ ସର୍ବାଧିକ ବାଘ ଚିହ୍ନଟ ହୋଇଛି । ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ ଶାବକ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ଗୋଟିଏ ବାଘ ରହିଛି । ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଛନ୍ତି । ଏହା ସହ କଳା ବାଘ ୪୦ ପ୍ରତିଶତ ରହିଛନ୍ତି ରାଜ୍ୟର ବିଭିନ୍ନ ଜଙ୍ଗଲରେ । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ ୭ଟି ବାଘୁଣୀ ଓ ୬ଟି ବାଘ ରହିଥିବା ଜଣାପଡିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details