ଓଡିଶା

odisha

ETV Bharat / state

ଏ ବର୍ଷ ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା, ଦୁଇ ପର୍ଯ୍ୟାୟରେ ପାଇସାରିଲେଣି ୬୦ ଲକ୍ଷ - SUBHADRA YOJANA THIRD PHASE

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷଙ୍କୁ ସୁଭଦ୍ରା ଟଙ୍କା । ଅକ୍ଟୋବରରେ ପାଇଥିଲେ ୩୫ ଲକ୍ଷ ମହିଳା ହିତାଧିକାରୀ । ନଭେମ୍ବରରେ ତୃତୀୟ ପର୍ଯ୍ୟାୟରେ କେତେ ମହିଳା ପାଇବେ ପ୍ରଥମ କିସ୍ତି ?

Subhadra Yojana Money
Subhadra Yojana Money (ETV Bharat Odisha)

By ETV Bharat Odisha Team

Published : Nov 2, 2024, 5:33 PM IST

Updated : Nov 2, 2024, 8:06 PM IST

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ତୃତୀୟ ପର୍ଯ୍ୟାୟ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ । ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ରାଜ୍ୟ ସରକାର ସୁଭଦ୍ରା ଟଙ୍କା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Subhadra Yojana Money (ETV Bharat Odisha)



ଖାରଜ ଆବେଦନର ରି-ଚେକ୍‌:

ସୁଭଦ୍ରା ଯୋଜନାରେ ଖାରଜ ହୋଇଥିବା ଆବେଦନକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଖାରଜ ହୋଇଥିବା ଆବେଦନ ପୁନଃ ଯାଞ୍ଚ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ଗଠନ କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଖାରଜ ହୋଇଥିବା ହିତାଧିକାରୀଙ୍କୁ ନୋଟିସ ହେବ । ଜମି ଆଧାରରେ ଯେଉଁମାନଙ୍କର ଖାରଜ ହୋଇଛି ସେମାନଙ୍କର ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ । ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବାଙ୍କ ସଂଖ୍ୟା ଅଧିକ । ସେହିପରି ବ୍ୟାଙ୍କ ଲିଙ୍କେଜ ନଥିବାରୁ କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀକରଣ ଦାଖଲ କରିବେ । ଅଙ୍ଗନବାଡ଼ି କର୍ମୀ ଏବଂ ଏମବିକେମାନଙ୍କୁ ସରକାରୀ ଚାକରିଆ ଭାବେ କଟାଯାଇଛି ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ସୁଭଦ୍ରା ଟଙ୍କା ଦିଆଯିବ ।"

କେବେ ମିଳିବ ତୃତୀୟ ପର୍ଯ୍ୟୟ ଟଙ୍କା:

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ଡିସେମ୍ବର ଶେଷ ସୁଦ୍ଧା ପାଖାପାଖି ୧ କୋଟି ୨ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଖାତାକୁ ଯିବ । ତୃତୀୟ ପର୍ଯ୍ୟୟ ପରେ ପୁଣି ଚତୁର୍ଥ ପର୍ଯ୍ୟାୟରେ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ । ସହଜରେ ଖାରଜ ହୋଇଥିବା ଆବେଦନର ଯାଞ୍ଚ କରାଯିବ । ଆମ ପାଖରେ ସମୟ ଅଛି । ତେଣୁ ଭିଡ଼ ନ ଯମାଇ ସହଯୋଗ କରନ୍ତୁ ।" ଡିସେମ୍ବର ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ ।

ଏହା ମଧ୍ୟ ପଢ଼ନ୍ତୁ...ସୁଭଦ୍ରା ଟଙ୍କା ପାଇବେ ଅଙ୍ଗନବାଡି କର୍ମୀ, ଦ୍ୱନ୍ଦ୍ୱ ଦୂର କଲେ ଉପମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...6 ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର; ସୁଭଦ୍ରା ଯୋଜନାରେ ସଂଶୋଧନ, କୃଷକଙ୍କ ହିତ ପାଇଁ 'ସମୃଦ୍ଧ କୃଷକ ଯୋଜନା'

ଏହା ମଧ୍ୟ ପଢ଼ନ୍ତୁ...ସୁଭଦ୍ରା ଯୋଜନା ନେଇ ବଡ଼ ଅପଡେଟ୍; ତ୍ରୁଟି ଥିଲେ ଆସିବ ଫୋନ, ଜାଣନ୍ତୁ କେବେ ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା ?

୨ ପର୍ଯ୍ୟାୟ ସରିଛି, ଆଗକୁ ଆଉ ୨ ପର୍ଯ୍ୟାୟ :

ରାଜ୍ୟରେ ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା । ୨ଟି ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ପ୍ରଦାନ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବାରୁ ଆହୁରି ପ୍ରାୟ ୪୦ ଲକ୍ଷ ଆବେଦନକାରୀ ଅନୁଦାନ ଅପେକ୍ଷାରେ ରହିଛନ୍ତି । ସେମାନଙ୍କୁ ଆଉ ଦୁଇଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ ।

  • ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ
  • ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା
  • ଅକ୍ଟୋବର ୯ରେ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଥିଲେ
  • ୨ଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଛି
  • ପ୍ରତି ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ମିଳିଛି
  • ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି
  • ଆହୁରି ପ୍ରାୟ ୪୦ ଲକ୍ଷ ଆବେଦନକାରୀ ଅନୁଦାନ ଅପେକ୍ଷାରେ
BJD On Subhadra Yojana (ETV Bharat Odisha)
ସୁଭଦ୍ରା ଯୋଜନାକୁ ନେଇ ଏଭଳି କହିଲେ ବିଜେଡି ନେତା:

ସେପଟେ ସୁଭଦ୍ରା ଯୋଜନାକୁ ନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । ସେଥିରେ ୫୦ ହଜାର ଟଙ୍କା ସୁଭଦ୍ରା ଯୋଜନାରେ ଦିଆଯିବ, ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା, ୩୧୦୦ ଏମଏସପି ପ୍ରମୁଖ ପ୍ରତିଶ୍ରୁତି ଦିଆଯାଇଥିଲା । ଏ ସବୁ ଦାବି ସରକାର ନିଶ୍ଚୟ ପୂରଣ କରିବେ ବୋଲି ଆମେ ଅପେକ୍ଷା କରିଛୁ । ଆମେ ସମାଲୋଚନା କରିବାକୁ ଚାହୁଁନାହୁଁ । ସୁଭଦ୍ରା ଯୋଜନା ଯେବେଠୁ ଆରମ୍ଭ ହୋଇଛି ଓ ଆଜି ମଧ୍ୟରେ ୮ ଥର ଗାଇଡ଼ଲାଇନ ପରିବର୍ତ୍ତନ ହୋଇଛି । ପ୍ରଥମେ ୫୦ ହଜାର ଟଙ୍କା ୨ଟି କିସ୍ତିରେ ଦେବେ ବୋଲି ସରକାର କହିଥିଲେ । ୨ଟି କିସ୍ତି ଛାଡ଼ନ୍ତୁ, ବର୍ତ୍ତମାନ ପ୍ରତ୍ୟେକ ମାସରେ ଯୋଜନାରେ ୮୨୬ ଟଙ୍କା ଦେବାର ଅପଚେଷ୍ଟା ମା'ମାନେ କେମିତି ଗ୍ରହଣ କରିବେ ତାହା ଉପରେ ଆମର ନଜର ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 2, 2024, 8:06 PM IST

ABOUT THE AUTHOR

...view details