ହାଇଦ୍ରାବାଦ: ଫେବୃଆରୀ ୧ ତାରିଖରେ ୨୦୨୫-୨୦୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେପି ନେତୃତ୍ବାଧୀନ NDA ସରକାର ୩.୦ରେ ଦ୍ବିତୀୟ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ନିର୍ମଳା । ଏହାସହ ଏହା ହେବ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ଅଷ୍ଟମ ବଜେଟ ଉପସ୍ଥାପନ । କେନ୍ଦ୍ର ବଜେଟକୁ ସମସ୍ତଙ୍କ ଅପେକ୍ଷା ରହିଥିବା ବେଳେ, ଓଡ଼ିଶାର ରହିଛି ପୂରା ନଜର ।
କେନ୍ଦ୍ରରେ ବିଜେପି ସରକାର । ଓଡ଼ିଶାରେ ମଧ୍ୟ କ୍ଷମତାରେ ବିଜେପି । ତେଣୁ ଡବଲ ଇଞ୍ଜିନ ସରକାରଙ୍କ ବଜେଟରେ ଓଡ଼ିଶା ଭାଗରେ କେତେ ପଡ଼ିବ ? ବିଶେଷ କରି ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ କେତେ ଅର୍ଥ ମିଳିବ ? ପୂର୍ବ ବଜେଟ ତୁଳାନାରେ ଓଡ଼ିଶାକୁ ରେଲୱେରେ କେତେ ଅଧିକ ପାଣ୍ଠି ଆବଣ୍ଟନ କରାଯିବ ? ଏଥର ଓଡ଼ିଶାକୁ ମିଳିବ କି କିଛି ନୂଆ ରେଳବାଇ ପ୍ରକଳ୍ପ ? ଓଡ଼ିଶାରେ ରେଳବାଇର ସଂପ୍ରସାରଣ ଏବଂ ଚାଲିଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ଅଧିକ ଅର୍ଥ ଆବଣ୍ଟନ ହେବ କି ? କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡ଼ିଶା ପାଇଁ ରେଲୱେ ପ୍ୟାକେଜ ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।
କେବେ ବନ୍ଦ ହେଲା ସ୍ବତନ୍ତ୍ର ରେଳ ବଜେଟ ?
ପୂର୍ବରୁ ରେଳ ବଜେଟ ପୃଥକ ଭାବେ ଉପସ୍ଥାପନ କରାଯାଉଥିଲା । ୨୦୧୬-୨୦୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ରେଳ ମନ୍ତ୍ରୀ, ରେଳ ବଜେଟ ଉପସ୍ଥାପନ କରି ଆସୁଥିଲେ । ତେବେ ୨୦୧୭-୨୦୧୮ ଆର୍ଥିକ ବର୍ଷଠାରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା । ୨୦୧୭-୨୦୧୮ରେ ତତକାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିଲେ । ଯେଉଁଥିରେ ରେଳ ବଜେଟ ଅନ୍ୟତମ ଅଂଶ ଭାବେ ରହିଥିଲା । ସେବେଠାରୁ ରେଳ ବଜେଟକୁ ସାଧାରଣ ବଜେଟରେ ଅନ୍ତର୍ଭୁକ୍ତ କରାଯାଇଛି ।
ଓଡ଼ିଶା ଭାଗରେ ରେଳ ବଜେଟ:
ରେଳ ବଜେଟରେ ଓଡ଼ିଶା । କେଉଁବର୍ଷ ଓଡ଼ିଶାକୁ କେତେ ଅର୍ଥ ମିଳିଥିଲା ? ତଥ୍ୟ ଅନୁସାରେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ମିଳିଥିଲା । ତେବେ ୨୦୧୪ରୁ ୨୦୧୯ ମଧ୍ୟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଆବଣ୍ଟନ କରାଯାଇତିଲା । ୨୦୧୪-୨୦୧୯ ସମୟ ମଧ୍ୟରେ ଓଡ଼ିଶାକୁ ବର୍ଷକୁ ହାରାହାରି ୪,୧୨୬ ଟଙ୍କା ରେଳବାଇ କ୍ଷେତ୍ରରେ ପ୍ରଦାନ କରାଯାଇଥିଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷକୁ ହାରାହାରି ୫୩ କିଲୋମିଟର ନୂଆ ରେଳ ଲାଇନ ( Railway Track) ପ୍ରକଳ୍ପ ଦିଆଯାଉଥିଲା । ଅନ୍ୟପକ୍ଷରେ ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ନୂଆ ରେଳ ଲାଇନ ବର୍ଷକୁ ହାରାରାହି ୧୮୩ କିଲୋମିଟର ରହିଛି ।
|
ଓଡ଼ିଶା ପାଇଁ ରେଳବାଇ ବଜେଟ: କେଉଁ ବର୍ଷ କେତେ ଆବଣ୍ଟନ ?
ଏବେ ଜାଣିବା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଓଡି଼ଶାକୁ ରେଳବାଇ କ୍ଷେତ୍ରରେ କେତେ ଟଙ୍କା ମିଳିଥିଲା ।
|
|
କେବେ ସରିବ ଏସବୁ ରେଳ ପ୍ରକଳ୍ପ ?
୧- ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ: ଏହି ପ୍ରକଳ୍ପର ମୂଳ ବ୍ୟୟ ବରାଦ ଥିଲା ୨୯୨୩.୧୩ କୋଟି ଟଙ୍କା । ତେବେ ଜମି ଅଧିଗ୍ରହଣ ସମେତ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି । ୧୯୯୪ରେ ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିଥିବା ବେଳେ ମୂଳ DOC ବା କାର୍ଯ୍ୟ ଶେଷ ପାଇଁ ୨୦୦୯ ମାର୍ଚ୍ଚ ଧାର୍ଯ୍ୟ କରାଯାଇଥିଲା । ମାତ୍ର ନିର୍ଦ୍ଧାରିତ ସମୟ ସୀମାଠାରୁ ୨୧୩ ମାସ ଅତିକ୍ରମ କରିସାରି ଥିବାବେଳେ, ୨୦୨୬ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ମୋଟ ଦୈର୍ଘ୍ୟ ୩୦୧ କିଲୋମିଟର ହୋଇଥିବା ବେଳେ, ପାଖାପାଖି ୨୦୦ କିଲୋମିଟର ରେଳ ଲାଇନ କାର୍ଯ୍ୟ ସହ ବିଭିନ୍ନ ସୁଡ଼ଙ୍ଗ(ଟନେଲ) କାର୍ଯ୍ୟ ଶେଷ ହୋଇଥିବା ସୂଚନା ରହିଛି । ୨- ତାଳଚେର-ବିମଳାଗଡ଼ ରେଳପଥ: ଏହି ପ୍ରକଳ୍ପ ପାଇଁ ୮୧୦.୭୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ୨୦୨୧ ମସିହାରେ ସଂପୂର୍ଣ୍ଣ ହେବାର ଥିଲା । ଏହାରି ଭିତରେ ନିର୍ଦ୍ଧାରିତ ସମୟଠାରୁ ୫୭ ମାସ ଅଧିକ ସମୟ ନେଇ ସାରିଥିବା ବେଳେ, ୨୦୨୬ ମାର୍ଚ୍ଚ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ୩- ଭଦ୍ରକ-ନିରଗୁଣ୍ଡି ତୃତୀୟ ଲାଇନ: ୮୪୩.୦୪ କୋଟି ଟଙ୍କାର ଏହି ରେଳବାଇ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ୬୦ ମାସ ବିଳମ୍ବ ହୋଇଛି । ୨୦୨୦ ଅକ୍ଟୋବରରେ ଶେଷ ହେବାକୁ ଥିବା ଏହି ତୃତୀୟ ଲାଇନ କାମ ୨୦୨୫ ଅକ୍ଟୋବର ଶେଷ ହେବାର ସମ୍ଭାବନା ରହିଛି । ୪- କୋରାପୁଟ-ସିଙ୍ଗାପୁର ରୋଡ ଡବଲ ଲାଇନ: ୨୦୨୨ ମାର୍ଚ୍ଚରେ ଶେଷ ହେବାକୁ ଥିବା ଏହି ଡବଲ ଲାଇନ ରେଳ ପ୍ରକଳ୍ପ ପାଇଁ ୨୩୬୧.୭୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ମାତ୍ର ଏହା ୪୮ ମାସ ଡେରି ହୋଇ ସାରିଥିବା ବେଳେ, ୨୦୨୬ ମାର୍ଚ୍ଚରେ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ୫- ଜରପଡ଼ା-ବୁଢ଼ାପଙ୍କ ଫ୍ଲାଏ ଓଭର ତାଳଚେର ରୋଡ ତୃତୀୟ ଓ ଚତୁର୍ଥ ଲାଇନ: ଏହି ପ୍ରକଳ୍ପ ପାଇଁ ୭୦୧.୬୧ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା । ମାତ୍ର ଏହା ୯୩ ମାସ ବିଳମ୍ବ ହୋଇ ସାରିଛି । ୨୦୧୮ ନଭେମ୍ବରରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ୨୦୨୬ ନଭେମ୍ବରରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୬-ବୁଢ଼ାପଙ୍କ-ସାଲେଗାଁଓ ଭାୟା ରଜତଗଡ଼ ତୃତୀୟ ଏବଂ ଚତୁର୍ଥ ଲାଇନ: ୨୦୧୮ ଡିସେମ୍ବରରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୧୭୨.୯୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଏଥିରେ ୭୯ ମାସ ବିଳମ୍ବ ହୋଇ ସାରିଥିବା ବେଳେ, ନୂଆ ସମୟ ସୀମା ୨୦୨୫ ଜୁଲାଇ ମାସ ଧାର୍ଯ୍ୟ କରାଯାଇଛି । ୭- ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ: ୨୩୩୫.୬୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ରେଳବାଇ ପ୍ରକଳ୍ପ ୨୪ ମାସ ବିଳମ୍ବ ହୋଇଛି । ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ, ଡେଡ ଲାଇନ ୨୦୨୬ ଡିସେମ୍ବର ଧାର୍ଯ୍ୟ କରାଯାଇଛି । ୮- MCRL ପାଇଁ କୋଇଲା ପରିବହନ ସଂପର୍କିତ ରେଳ ପ୍ରକଳ୍ପ : ୫୨୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ୨୦୨୦ ମାର୍ଚ୍ଚରେ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହା ୬୯ ମାସ ବିଳମ୍ବ ହୋଇଥିବା ବେଳେ, ୨୦୨୫ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି ।
|
କେଉଁସବୁ ରେଳବାଇ ପ୍ରକଳ୍ପରେ ବଢ଼ିଛି ବ୍ୟୟ ଅଟକଳ ?
୧-ତାଳଚେର-ବିମଳାଗଡ଼ : ୨୦୦୫ ଏପ୍ରିଲରେ ଅନୁମୋଦିତ ଏହି ପ୍ରକଳ୍ପ ପାଇଁ ୮୧୦.୭୮ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ବର୍ତ୍ତମାନ ଏହାର ଖର୍ଚ୍ଚ ୧୧୧୭.୨୯ କୋଟି ଟଙ୍କା ଅଧିକ ବୃଦ୍ଧି ପାଇଛି । ୨- ଜରପଡ଼ା-ବୁଢ଼ାପଙ୍କ: ୨୦୧୫ ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ବ୍ୟୟ ବରାଦ ୭୦୧.୬୧ କୋଟି ଟଙ୍କା ଥିବା ବେଳେ, ୧୦୮.୪୧ କୋଟି ଅତିରିକ୍ତ ଖର୍ଚ୍ଚ ହେବାର ରହିଛି । ୩- ତାଳଚେର-ଅନୁଗୋଳ ପ୍ରକଳ୍ପ: ୨୦୧୮ ଜୁଲାଇରେ ଅନୁମୋଦିତ ଏହି ପ୍ରକଳ୍ପ ପାଇଁ ପ୍ରଥମେ ୨୭୮.୯୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଅଧିକ ୨୧୫.୧୬ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ୪- ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନ: ୨୦୧୭ ଜୁଲାଇରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୪୯୯.୯୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ୨୪୭.୯୨ କୋଟି ଅଧିକ ପାଣ୍ଠି ପ୍ରଦାନ କରାଯାଇଛି । ୫- ବାଘୁଆପାଳ ଫ୍ଲାଏ ଓଭର: ୨୦୧୯ ଅଗଷ୍ଟରେ ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପ ପାଇଁ ସେତେବେଳେ ୧୮୩ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ଅଧିକ ୭୪.୯୭ କୋଟି ଅତିରିକ୍ତ ବ୍ୟୟ ବରାଦ କରାଯାଇଛି । ୬- ଭଦ୍ରକ-ନିରଗୁଣ୍ଡି ତୃତୀୟ ଲାଇନ: ୨୦୧୩ ମାର୍ଚ୍ଚରେ ଏହି ପ୍ରକଳ୍ପ ପାଇଁ ୮୪୩.୦୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ପରେ ଏଥିପାଇଁ ଅତିରିକ୍ତ ୪୪୧.୦୪ କୋଟି ପ୍ରଦାନ କରାଯାଇଛି । ୭-ବିଜୟନଗରମ-ସମ୍ବଲପୁର ତୃତୀୟ ଲାଇନ: ୧୯୯୧ ମସିହାରେ ୨୩୩୫.୬୭ କୋଟି ଟଙ୍କା ବ୍ୟୟ ଅଟକଳ ସହ ଆରମ୍ଭ ହୋଇଥିଲା ଏହି ରେଳବାଇ ପ୍ରକଳ୍ପ । ପରେ ଆହୁରି ୨୪୬୭.୪୯ କୋଟି ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇଛି । |