ଯଶିପୁର ରାଇରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ପଡିଲା ମହାଙ୍ଗା । ୧୪ଜଣ ଛାତ୍ରୀଙ୍କୁ ନିସ୍ତୁକ ମାଡ଼ମାରି ଫସିଲେ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ । ଶେଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜିଲ୍ଲାପାଳ ।ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକରୁ । ଅଙ୍ଗାରପଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନଥିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ୧୪ଜଣ ଛାତ୍ରୀଙ୍କୁ ନିସ୍ତୁକ ପିଟିଥିଲେ ସହକାରୀ ଶିକ୍ଷୟିତ୍ରୀ । ଏନେଇ ମୟୂରଭଞ୍ଜ ଜିଲ୍ଲାପାଳ ତାଙ୍କୁ ନିଲମ୍ବିତ କରିଥିବାର DWO ପ୍ରଦ୍ୟୁମ୍ନ କୁମାର ଦାସ ସୂଚନା ଦେଇଛନ୍ତି ।
ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ (ETV Bharat Odisha) ସ୍କୁଲରେ ଅକଥନୀୟ ଦଣ୍ଡ:
ଦଣ୍ଡମୁକ୍ତ ଅଞ୍ଚଳରେ ଦିଆ ଯାଉଥିଲା ଅକଥନୀୟ ନିର୍ଯାତନା । ସ୍କୁଲ୍ ହଷ୍ଟେଲରେ ଠିକ୍ ଭାବେ ଖାଦ୍ୟ ନମିଳିବା ନେଇ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ । ଅବିଭାବକଙ୍କୁ କହିଲେ ମଲମ ଲଗାଇ ମାଲିସ୍ କରିଦେବି ତୁମ ଛୁଆ ଠିକ୍ ହେଇଯିବ । ଏହି ସମ୍ବେଦନଶୀଳ ଘଟଣାଟି ଘଟିଛି ଯଶିପୁର ବ୍ଲକ୍ ଅନ୍ତର୍ଗତ ଅଙ୍ଗାରପଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ । ଯେଉଁ ବିଦ୍ୟାଳୟରେ କି କେବଳ ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ପିଲାମାନେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଡିଥାନ୍ତି ।
ଛାତ୍ରୀଙ୍କୁ ଦଣ୍ଡ ଦେବା ପଡ଼ିଲା ମହାଙ୍ଗା, ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କଲେ ଜିଲ୍ଲାପାଳ (ETV Bharat Odisha) ହଷ୍ଟେଲରେ ମିଳୁଛି ନିମ୍ନମାନର ଖାଦ୍ୟ:
ଗତ ମଙ୍ଗଳ ବାର ଦିନ ଷଷ୍ଠ ଶ୍ରେଣୀର କିଛି ଛାତ୍ରୀ ଠିକ୍ ଭାବେ ହଷ୍ଟେଲରେ ଖାଦ୍ୟ ମିଳୁ ନଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଠାରେ ଅଭିଯୋଗ କରିବାରୁ ସେଠାରେ କାର୍ଯ୍ୟରତ ସହ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁ ତାଙ୍କୁ ଶ୍ରେଣୀରେ ନିସ୍ତୁକ ମାଡ ମାରିଥିଲେ । ଯାହା ଫଳରେ ୧୪ ଜଣ ଛାତ୍ରୀ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇ ବିଦ୍ୟାଳୟକୁ ଫେରିଥିବା ଦେଖିବାକୁ ମିଳିଛି । ତେବେ କୌଣସିରୁ ଗଣମାଧ୍ୟମକୁ ବିଦ୍ୟାଳୟକୁ ପ୍ରବେଶ ପାଇଁ ଅନୁମତି ଦେଲେ ନାହିଁ ବିଦ୍ୟାଳୟ କର୍ତ୍ତୃପକ୍ଷ ।
ଏହା ମଧ୍ୟ ପଢନ୍ତୁ....ଯୁକ୍ତ ତିନି ନାମଲେଖା; ବଦଳିଲା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ନିୟମ, ଛାତ୍ରଛାତ୍ରୀଙ୍କ ହାତରେ ଆଉ ଦୁଇ ଦିନ - plus three admission Phase two
ନିର୍ଯ୍ୟତନା ଦେଇ ଶିକ୍ଷୟିତ୍ରୀ ନିଲମ୍ବିତ:
ଖବର ପାଇ କରଞ୍ଜିଆ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ଜିଲ୍ଲାପାଳକୁ ରିପୋର୍ଟ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାପାଳ ଘଟଣାକୁ ଗୁରୁତ୍ବ ସହ ନେଇ ଶିକ୍ଷୟିତ୍ରୀ ମଞ୍ଜୁଲତା ସାହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ଵରୁପ ତାଙ୍କ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଇଟିଭି ଭାରତ, ମୟୂରଭଞ୍ଜ